Advertisment

ପୁଣି ଚର୍ଚ୍ଚାରେ ମହମ୍ମଦ ଶାମି, ଏଥର ବ୍ୟାଟରେ କଲେ କମାଲ: ଦେଖନ୍ତୁ ଭିଡିଓ

ଶାମି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। କିନ୍ତୁ ଏଥର ସେ ନିଜର ବୋଲିଂ ପାଇଁ ନୁହେଁ, ବରଂ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

author-image
Hemant Lenka
shami

shami

ଭାରତୀୟ ଟିମର ସ୍ପିଡଷ୍ଟାର ମହମ୍ମଦ ଶାମି ପୁଣିଥରେ ଚର୍ଚ୍ଚାରେ। ସବୁବେଳେ ନିଜ ବୋଲିଂ ପାଇଁ ଚର୍ଚ୍ଚାରେ ରହୁଥିବା ଶାମି ଖୁବଶୀଘ୍ର ଭାରତୀୟ ଟିମକୁ ଫେରିବେ। ଏପରି କି ତାଙ୍କୁ ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ୨ଟି ଟେଷ୍ଟରେ ମଧ୍ୟ ଦେଖିବାକୁ ମିଳିବ।

Advertisment

ଏହାପୂର୍ବରୁ ଶାମି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। କିନ୍ତୁ ଏଥର ସେ ନିଜର ବୋଲିଂ ପାଇଁ ନୁହେଁ, ବରଂ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

ସେ ସୟଦ ମୁସ୍ତାଅଲୀ ଟ୍ରଫିରେ ବେଙ୍ଗଲ ପାଇଁ ପ୍ରି-କ୍ୱାର୍ଟର ଫାଇନାଲରେ ମାତ୍ର ୧୭ ବଲରେ ଅପରାଜିତ ୩୨ ରନର ଇନିଂସ ଖେଳିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ଚଣ୍ଡିଗଡ଼ ବିପକ୍ଷ ଏହି ନକଆଉଟ ମ୍ୟାଚ୍‌ରେ ଶାମି ଖେଳିଥିବା ବିସ୍ଫୋରକ ଇନିଂସର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

ଶାମି ତାଙ୍କ ବିସ୍ଫୋରକ ଇନିଂସରେ ୩ଟି ଚୌକା ଓ ୨ଟି ବଡ଼ ଛକା ମାରିଛନ୍ତି। ବେଙ୍ଗଲ ୧୬ ଓଭର ସୁଦ୍ଧା ୮ ୱିକେଟ ହରାଇ କେବଳ ୧୧୪ ରନ କରିଥିଲା। ଏତିକି ବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଶାମି। ସେ ନିଜ ବ୍ୟାଟକୁ ଖଣ୍ଡା ଭଳି ବୁଲାଇ ଚଣ୍ଡିଗଡ଼ର ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ।

୧୮୮.୨୪ ଷ୍ଟ୍ରାଇକ ରେଟରେ ଶାମି ବ୍ୟାଟିଂ କରିବାକୁ ବେଙ୍ଗଲ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୯ ରନ କରିପାରିଥିଲା। ଟପ୍‌ ଅର୍ଡରେ କରନ ଲାଲ ବେଙ୍ଗଲ ପାଇଁ ସର୍ବାଧିକ ୨୫ ବଲରେ ୩୩ ରନ କରିଥିଲେ। ଶାମି ଦ୍ୱିତୀୟ ସର୍ବୋଚ୍ଚ ସ୍କୋର ମ୍ୟାଚରେ ସାଜିଛନ୍ତି।

ପ୍ରଦୀପ ପରମାଣିକ ୨୪ ବଲରେ ୩୦ ଓ ରିତିକ ଚାଟାର୍ଜୀ ୧୨ ବଲରେ ୨୮ ରନର ଇନିଂସ ଖେଳିଛନ୍ତି। ବେଙ୍ଗଲ ୧୫୯ ରନରେ ଅଟକିବାରୁ ଚଣ୍ଡିଗଡ଼ ଏହାକୁ ଚେଜ କରିବା ଆରମ୍ଭ କରିଥିଲା।

ହେଲେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୫୬ ରନ କରିପାରିଥିଲା। ବେଙ୍ଗଲ ୩ ରନରେ ମ୍ୟାଚ୍‌କୁ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ବୋଲିଂରେ ଶାମି ୪ ଓଭରରେ ୨୫ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି।

ତେବେ ବେଙ୍ଗଲକୁ ମ୍ୟାଚ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସାୟନ ଘୋଷ। ସେ ୪ ଓଭରରେ ୩୦ ରନ ଦେଇ ୪ ୱିକେଟ ଦଖଲ କରିବାରୁ ଚଣ୍ଡିଗଡ଼ ୧୬୦ ରନର ଟାର୍ଗେଟକୁ ଛୁଇଁବାରେ ସକ୍ଷମ ହୋଇ ନଥିଲା। ଏଥିପାଇଁ ଘୋଷଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି।

Mohammed Shami Syed Mushtaq Ali Trophy