Advertisment

ଦେବଦୂତ ସାଜିଲେ ଶାମି, ଦୁର୍ଘଟଣାରେ ଆହତ ଲୋକଙ୍କୁ ବଞ୍ଚାଇଲେ

ନିଜ କାର୍‌ ଅଟକାଇ ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Mohammed Shami Saves Man Life

Mohammed Shami Saves Man Life

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର୍‌ ମହମ୍ମଦ ଶାମି ସାଜିଲେ ଦେବଦୂତ। କ୍ରିକେଟ୍‌ ଓ୍ୱାର୍ଲ୍ଡ କପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଶାମି, ମୈଦାନ ବାହାରେ ମଧ୍ୟ କୌଣସି ହିରୋ ଠାରୁ କମ୍‌ ନୁହନ୍ତି। ନିଜ କାର୍‌ ଅଟକାଇ ଦୁର୍ଘଟଣାରେ ଆହତ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି।

Advertisment

ଶନିବାର ଶାମି ଛୁଟି କାଟିବା ପାଇଁ ଉତ୍ତରାଖଣ୍ଡର ନୈନିତାଲ ଯାଉଥିଲେ। ଏହି ସମୟରେ ରାସ୍ତାରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଦେଖି ସେ ନିଜ କାର୍‌କୁ ଅଟକାଇ ଦେଇଥିଲେ। ପରେ ଦୁର୍ଘଟଣା ହୋଇଥିବା କାର୍‌ରୁ ଆହତଙ୍କୁ ବାହାରକୁ ଆଣି ହସ୍ପିଟାଲ ପଠାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶାମି ଶେଆର କରିଥିବା ସୂଚନା ମୁତାବକ, ନୈନିତାଲ ଯିବା ସମୟରେ କିଛି ଦୂର ପୂର୍ବରୁ ହିଁ ଏକ କାର୍‌ ଦୁର୍ଘଟଣାରଗ୍ରସ୍ତ ହୋଇ ଖାଇକୁ ଖସି ଯାଇଥିଲା। ଏହି କାର୍‌ରେ ତିନିରୁ ଚାରି ଜଣ ଥିଲେ। ଏହା ଦେଖିବା ପରେ ମହମ୍ମଦ ଶାମି ନିଜ କାର୍‌କୁ ଅଟକାଇଥିଲେ। ନିଜ ସାଥୀଙ୍କ ସହାୟତାରେ ଦୁର୍ଘଟଣା ଘଟିଥିବା କାର୍‌ ଭିତରକୁ ଲୋକଙ୍କୁ ବାହାରକୁ ଆଣିଥିଲେ। ଏହାପରେ ସେମାନଙ୍କୁ ଶାମି ଖୋଦ୍‌ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ପରେ ସେମାନଙ୍କୁ ହସ୍ପିଟାଲକୁ ନେଇଥିଲେ।

Advertisment

ଏହି ପୂରା ଘଟଣାର ଭିଡିଓକୁ ଶାମି ଶେଆର କରି କହିଛନ୍ତି, କୌଣସି ବ୍ୟକ୍ତିଙ୍କ ସହାୟତା କରି ମୋତେ ବେଶ୍‌ ଖୁସି ଲାଗିଲା। ୩୧ ସେକେଣ୍ଡର ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ଲୋକେ ସାମିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଉଲ୍ଲେଖଯୋଗ୍ୟ, କ୍ରିକେଟ୍‌ ଓ୍ୱାର୍ଲ୍ଡ କପ୍‌ରେ ଭାରତ ହାରିଥିଲେ ମଧ୍ୟ ଶାମି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ସର୍ବାଧିକ ୨୪ଟି ଓ୍ୱିକେଟ୍‌ ନେଇଛନ୍ତି। ବିଶ୍ୱକପର ୭ ମ୍ୟାଚ୍‌ରେ ୨୪ ୱିକେଟ ଦଖଲ କରି ସମସ୍ତଙ୍କୁ ନିଜ ଯାଦୁ ଦେଖାଇଛନ୍ତି।

Viral Video Cricket Mohammed Shami