Advertisment

ଶାମିଙ୍କୁ କିଣିଲା ହାଇଦ୍ରାବାଦ, ବଟଲରଙ୍କୁ ଗୁଜରାଟ ଓ କମଦାମରେ ଷ୍ଟାର୍କଙ୍କୁ ପାଇଲା ଦିଲ୍ଲୀ

ଶାମିଙ୍କ ପୂର୍ବତନ ଟିମ ଗୁଜରାଟ ଟାଇଟନ୍ସ ମଧ୍ୟ ଆରଟିଏମ ବ୍ୟବହାର କରି ନଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ହାଇଦ୍ରାବାଦ ବିଡ ଲଗାଇ ଶାମିଙ୍କୁ ୧୦ କୋଟି ଟଙ୍କାରେ କିଣିଛି।

shami

shami

Advertisment

ଭାରତୀୟ ସ୍ପିଡ ଷ୍ଟର ମହମ୍ମଦ ଶାମିଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ୧୦ କୋଟି ଟଙ୍କାରେ କିଣିଛି। ତାଙ୍କୁ ନେବା ପାଇଁ ପ୍ରଥମେ ଚେନ୍ନାଇ ସୁପର କିଙ୍ଗସ ବିଡ ଲଗାଇଥିଲା। ହେଲେ କୋଲକାତା ସହ ଲଢ଼େଇ ପରେ ଚେନ୍ନାଇ ରେସରୁ ଓହରି ଯାଇଥିଲା। ୯.୭୫ କୋଟି ଟଙ୍କାରେ ଶାମିଙ୍କୁ କୋଲକାତା ଏକ ପ୍ରକାରର ନିଜ ସହ ସାମିଲ କରି ସାରିଥିଲା।

Advertisment

ଶାମିଙ୍କ ପୂର୍ବତନ ଟିମ ଗୁଜରାଟ ଟାଇଟନ୍ସ ମଧ୍ୟ ଆରଟିଏମ ବ୍ୟବହାର କରି ନଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ହାଇଦ୍ରାବାଦ ବିଡ ଲଗାଇ ଶାମିଙ୍କୁ ୧୦ କୋଟି ଟଙ୍କାରେ କିଣିଛି।

ସେହିପରି ଇଂଲଣ୍ଡର ଜୋଶ ବଟଲରଙ୍କୁ ଗୁଜରାଟ ଟାଇଟନ୍ସ ନିଜ ସହ ସାମିଲ କରିଛି। ଗୁଜରାଟ ୧୫.୭୫ କୋଟି ଟଙ୍କାରେ ବଟଲରଙ୍କୁ ନିଜ ସହ ସାମିଲ କରିଛି। ତାଙ୍କୁ ନେବା ପାଇଁ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ଆଗ୍ରହ ଦେଖାଇଥିଲେ। ୧୩.୫୦ କୋଟି ଟଙ୍କା ବଳରେ ଲକ୍ଷ୍ନୌ ମଧ୍ୟ ବଟଲରଙ୍କୁ କିଣିବାକୁ ଚାହିଁଥିଲା। ହେଲେ ଗୁଜରାଟ ତାଙ୍କୁ ୧୫.୭୫ ଟଙ୍କାରେ ନେଇଛି।

Advertisment

ଅନ୍ୟପକ୍ଷରେ ମିଚେଲ ଷ୍ଟାର୍କ ୨୦୨୪ ଅକ୍ସନ ତୁଳନାରେ ଯଥେଷ୍ଟ କମ ଦାମରେ ବିକ୍ରି ହୋଇଛନ୍ତି। ୨୦୨୪ରେ କୋଲକାତା ତାଙ୍କୁ ରେକର୍ଡ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ଏଥର ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି। ଦିଲ୍ଲୀ ସହ ଆରସିବି ମଧ୍ୟ ଷ୍ଟାର୍କଙ୍କୁ ନେବାକୁ ଚାହିଁଥିଲା।

ସେହିପରି କେକେଆର ମଧ୍ୟ ୧୦.୭୫ କୋଟିରେ ଷ୍ଟାର୍କଙ୍କୁ ନେବାକୁ ଆଗ୍ରହ ଦେଖାଇଥିଲା। ହେଲେ ସମସ୍ତଙ୍କୁ ମାତ ଦେଇ ଦିଲ୍ଲୀ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି।

IPL 2025 Mohammed Shami IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe