Advertisment

ମିଚେଲଙ୍କ ଶତକ, ୱିଲିୟମସନ ଓ ଲାଥମଙ୍କୁ ଆଉଟ କଲେ ଶାମି

ମିଚେଲ ଶତକ ହାସଲ କରିବା ପରେ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
NZ

NZ

ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲରେ ଭାରତ ବିଶାଳ ୩୯୭ ରନ କରିଥିଲେ ହେଁ ଏବେ ନ୍ୟୁଜିଲ୍ୟାଣ୍ଡ ଭୟ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରଥମ ଦୁଇଟି ଝଟକା ପରେ କ୍ୱିୱି ଟିମର ଅଧିନାୟକ କେନ ୱିଲିୟମସନ ଓ ଡାରେଲ ମିଚେଲ ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ମିଚେଲ ୮୫ ବଲରେ ଶତକ ହାସଲ କରିଛନ୍ତି।

Advertisment

କିନ୍ତୁ ମହମ୍ମଦ ଶାମି ତାଙ୍କ ଦ୍ୱିତୀୟ ସ୍ପେଲର ଦ୍ୱିତୀୟ ବଲରେ ସେଟ୍‌ ହୋଇସାରିଥିବା କେନ ୱିଲିୟମସନ(୬୯)ଙ୍କ ୱିକେଟ ନେଇଛନ୍ତି। ସେହିପରି ୪ର୍ଥ ବଲରେ ଟମ ଲାଥମ (୦) ମଧ୍ୟ ତାଙ୍କ ଶିକାର ବନିଛନ୍ତି। ଗୋଟିଏ ଓଭରରେ ଦୁଇଟି ୱିକେଟ ହରାଇ କ୍ୱିୱି ଟିମ ସାମାନ୍ୟ ଚିନ୍ତାରେ ପଡ଼ିଛି। 

ଭାରତ ଦେଇଥିବା ୩୯୮ ରନର ଟାର୍ଗେଟକୁ ନ୍ୟୁଜିଲ୍ୟାଣ୍ଡ ପିଛା କରୁଛି। ଆରମ୍ଭରୁ ମହମ୍ମଦ ଶାମି ପ୍ରଥମେ ଡେଭନ କନୱେ(୧୩) ଓ ରଚିନ ରବୀନ୍ଦ୍ର (୧୩)ଙ୍କୁ ଆଉଟ କରିଥିଲେ। ୩୯ ରନରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ୱିକେଟ ହରାଇଥିଲା। ଏହାପରେ ମିଚେଲ ଓ ୱିଲିୟମସନ ସ୍ଥିତି ସମ୍ଭାଳିଥିଲେ। ତେବେ ଦଳୀୟ ସ୍କୋର ୨୨୦ ଥିବା ବେଳେ ଶାମି ଏହି ଯୋଡ଼ିକୁ ଭାଙ୍ଗିଛନ୍ତି। 

Advertisment

କିନ୍ତୁ ଏବେ ବି ମିଚେଲ କ୍ରିଜ୍‌ରେ ରହିଛନ୍ତି। ତେଣୁ ବିପଦ ଏଯାଏ ଟଳିନି। ମିଚେଲ ୮୫ ବଲରେ ଶତକ ହାସଲ କରିବା ପରେ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ସ୍ପିନ ଯୋଡ଼ି କୁଲଦୀପ ଓ ରବୀନ୍ଦ୍ର ଜାଡେଜା ୱିକେଟ ନେବାରେ ବିଫଳ ହେବାରୁ ୨୮ତମ ଓଭରରେ ଅଧିନାୟକ ରୋହିତ ଶର୍ମା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବୋଲିଂ କରିବାକୁ ଆଣିଥିଲେ।

ସେ ମଧ୍ୟ ୫ମ ବଲରେ ୱିକେଟ ନେବାର ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ଅତ୍ୟନ୍ତ ସହଜ କ୍ୟାଚ୍‌କୁ ମହମ୍ମଦ ଶାମି ହାତ ଛଡ଼ା କରି ଦେଇଥିଲେ। ଏବେ ୱିଲିୟମସନଙ୍କୁ ସେ ହିଁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେହି ଓଭରର ୪ର୍ଥ ବଲରେ ସେ ଟମ ଲାଥମ(୦)ଙ୍କୁ ମଧ୍ୟ ଆଉଟ କରିଛନ୍ତି। 

ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୩୩ ଓଭର୍‌ରେ ୪ ୱିକେଟ ହରାଇ ୨୨୦ ରନ କରିଛି। ମିଚେଲଙ୍କ ସହ ଏବେ କ୍ରିଜକୁ ଗ୍ଲେନ ଫିଲିପ୍ସ ଆସିଛନ୍ତି। 

ICC CWC 2023