Advertisment

ବଢ଼ିପାରେ ଶାମିଙ୍କ ଅଡ଼ୁଆ, ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

କୋଲକତା ହାଇକୋର୍ଟ ଶାମିଙ୍କ ଗିରଫଦାରୀ ୱାରେଣ୍ଟ ଉପରେ ରହିତାଦେଶ ଜାରି କରିଥିବା ବେଳେ ଏହାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛନ୍ତି ତାଙ୍କ ପତ୍ନୀ।

author-image
Niharika Rout
sami with wife

sami with wife

ପାରିବାରିକ କଳହ ଯୋଗୁ ଅସୁବିଧାରେ ପଡ଼ି ପାରନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି । ଶାମିଙ୍କ ଗିରଫଦାରୀ ପାଇଁ ତାଙ୍କ ପତ୍ନୀ ହସିନ ଜାହାଁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋଲକତା ହାଇକୋର୍ଟ ଶାମିଙ୍କ ଗିରଫଦାରୀ ୱାରେଣ୍ଟ ଉପରେ ରହିତାଦେଶ ଜାରି କରିଥିବା ବେଳେ ଏହାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛନ୍ତି ତାଙ୍କ ପତ୍ନୀ।

Advertisment

ନିଜ ଅଭିଯୋଗରେ ହସିନ ଜାହାଁ ସ୍ୱାମୀଙ୍କ ଉପରେ ଅଧିକ ଯୌତୁକ ଦାବି କରୁଥିବା ଅଭିଯୋଗ କରିଛନ୍ତି। ଏଥିସହ ମ୍ୟାଚ ସମୟରେ ବିସିସିଆଇ ତରଫରୁ ଦିଆଯାଇଥିବା ହୋଟେଲ ରୁମ୍‌ରେ ଦେହଜୀବୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି।

ହସିନ ଜାହାନ ୨୦୧୮ ମସିହାରେ ଶାମି ଓ ତାଙ୍କ ପରିବାର ବିରୋଧରେ ଘରୋଇ ହିଂସା ଓ ଯୌନ ଉତ୍ପୀଡ଼ନ ପରି ସଙ୍ଗୀନ ଆରୋପ ଲଗାଇଥିଲେ। ଅଲିପୁର ଅତିରିକ୍ତ ମୁଖ୍ୟ ନାୟିକ ମାଜିଷ୍ଟ୍ରେଟ ୨୦୧୯ ମସିହା ଅଗଷ୍ଟ ୨୯ ତାରିଖରେ ଏହି ମାମଲାର ଶୁଣାଣି କରି ଶାମିଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ।

Advertisment

ଶାମୀ ଏହା ବିରୋଧରେ ସେଶନ କୋର୍ଟକୁ ଯାଇଥିବା ବେଳେ ସେଠାରେ ଏହି ମାମଲା ଉପରେ ରୋକ ଲାଗି ଯାଇଥିଲା। ଏହାପରେ ହସିନା କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେଠାରୁ ବି ତାଙ୍କୁ ନିରାଶ ହେବାକୁ ପଡ଼ିଲା। କାରଣ କୋଲକତା ହାଇକୋର୍ଟ ଗିରଫଦାରୀ ୱାରେଣ୍ଟ ଉପରେ ତଳ କୋର୍ଟ ଲଗାଇଥିବା ରୋକ୍‌କୁ ହଟାଇବାକୁ ମନା କରି ଦେଇଥିଲେ। ଏହାପରେ ସେ ନ୍ୟାୟ ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ହସିନା କହିଛନ୍ତି, ଆଇନ ସମ୍ମୁଖରେ ସମସ୍ତେ ସମାନ । ଜଣେ ସେଲିବ୍ରିଟି ହିସାବରେ କାହାକୁ ଅଧିକ ସୁବିଧା ମିଳିବ ଉଚିତ ନୁହେଁ। ମୋ’ ସ୍ୱାମୀ ଜଣେ କ୍ରିକେଟର ହୋଇଥିବାରୁ ୪ ବର୍ଷ ହେଲା ତାଙ୍କ ବିରୋଧରେ ମାମଲା ଆଗକୁ ବଢ଼ି ପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ହେଲେ ଶାମି ସବୁବେଳେ ନିଜ ଉପରେ ଲାଗିଥିବା ଆରୋପକୁ ପ୍ରତ୍ୟାଖାନ କରିଛନ୍ତି।

ହସିନ ଶାମିଙ୍କ ଉପରେ ମ୍ୟାଚ ଫିଙ୍କ୍ସିଂ ଅଭିଯୋଗ ବି ଲଗାଇଥିଲେ। ବିସିସିଆଇ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିବା ବେଳେ ଶାମି ନିର୍ଦ୍ଦୋଷ ବୋଲି ଜଣାପଡ଼ିଥିଲା।

ନିଜର ତଥା ନିଜ ଝିଅର ଭରଣପୋଷଣ ନିମନ୍ତେ ହସିନ ସ୍ୱାମୀ ଶାମିଙ୍କ ନିକଟରୁ ମାସିକ ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ସେଥିମଧ୍ୟରୁ ୭ ଲକ୍ଷ ନିଜ ଖର୍ଚ୍ଚ ପାଇଁ ଓ ୩ ଲକ୍ଷ ନିଜ ଝିଅର ଖର୍ଚ୍ଚ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏନେଇ କୌଣସି ରାୟ ପ୍ରକାଶ ପାଇନି।

Cricket Supreme Court Domestic Violence