Advertisment

କମବ୍ୟାକ ମ୍ୟାଚ୍‌ରେ ଘାଣ୍ଟିଲେ ମହମ୍ମଦ ଶାମି

ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଜବରଦସ୍ତ ଢଙ୍ଗରେ କମବ୍ୟାକ କରିଛନ୍ତି। ଆହତରୁ ମୁକଳିବା ପରେ ସେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫିରେ ନଜର ଆସିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Shami

Shami

ଆହତ ସମସ୍ୟା ଯୋଗୁ ଦୀର୍ଘ ଗୋଟିଏ ବର୍ଷ ହେଲା କ୍ରିକେଟରୁ ଦୂରେଇ ରହିଥିବା ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଜବରଦସ୍ତ ଢଙ୍ଗରେ କମବ୍ୟାକ କରିଛନ୍ତି। ଆହତରୁ ମୁକଳିବା ପରେ ସେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫିରେ ନଜର ଆସିଛନ୍ତି।

Advertisment

ବେଙ୍ଗଲ ପାଇଁ ରଣଜୀ ଖେଳୁଥିବା ଶାମି ନିଜ ଯାଦୁରେ ମଧ୍ୟପ୍ରଦେଶର ବ୍ୟାଟରଙ୍କୁ ଘାଣ୍ଟିଛନ୍ତି। ସେ ଏକାକୀ ୪ ୱିକେଟ ଦଖଲ କରିବାରୁ ମଧ୍ୟପ୍ରଦେଶ ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସରେ ଲିଡ୍‌ ହାସଲ କରିଛି। ବେଙ୍ଗଲ ପ୍ରଥମ ଇନିଂସରେ ୨୨୮ ରନ କରିଥିବା ବେଳେ ମଧ୍ୟପ୍ରଦେଶ କେବଳ ୧୬୭ ରନ କରି ଅଲଆଉଟ ହୋଇଯାଇଛି।

୩୪ ବର୍ଷୀୟ ଶାମି ୨୦୧୮ ପରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଖେଳୁଛନ୍ତି। ସେ ମଧ୍ୟପ୍ରଦେଶ ବିପକ୍ଷରେ ନିଜର କ୍ଲାସ ଓ ଅଭିଜ୍ଞତାକୁ ପ୍ରଦର୍ଶନ କରି ୧୯ ଓଭରରେ ୫୪ ରନ ଦେଇ ୪ ୱିକେଟ ନେଇଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଶାମିଙ୍କୁ କୌଣସି ୱିକେଟ ମିଳି ନଥିଲା। ତେବେ ଦ୍ୱିତୀୟ ଦିନରେ ସେ ନିଜର ରଣନୀତି ବଦଳାଇଥିଲେ।

Advertisment

ସେ ଆଜି ଆରମ୍ଭରୁ ମଧ୍ୟପ୍ରଦେଶର କ୍ୟାପ୍ଟେନ ଶୁଭମ ଶର୍ମାଙ୍କୁ ମାତ୍ର ୮ ରନରେ କ୍ଲିନବୋଲ୍ଡ କରିଦେଇଥିଲେ। କିଛି ଓଭର ପରେ ସେ ଅଟକି ଯାଇଥିଲେ। ତେବେ ଶେଷ ଭାଗରେ ସେ ମଧ୍ୟପ୍ରଦେଶର ନିମ୍ନକ୍ରମକୁ ଧ୍ୱଂସ କରିଦେଇଥିଲେ। ସାଂରାଶ ଜୈନ, କୁମାର କାର୍ତ୍ତିକେୟ ଓ ଖୁଲୱନ୍ତ ଖେଜୋରଲିୟା ତାଙ୍କ ଶିକାର ବନିଥିଲେ।

ଶାମିଙ୍କ ଦମଦାର ପ୍ରଦର୍ଶନ ଯୋଗୁ ବେଙ୍ଗଲ ଗୁରୁତ୍ୱପୂର୍ଣ୍ଣ ୬୧ ରନର ଲିଡ୍‌ ହାସଲ କରିଛି। ଶାମି ୪ ୱିକେଟ ପାଇଥିଲେ ହେଁ ମଧ୍ୟପ୍ରଦେଶର ସବୁଠାରୁ ଅଭିଜ୍ଞ ବ୍ୟାଟର ରଜତ ପାଟିଦାରଙ୍କୁ ବାରମ୍ବାର ଅଡ଼ୁଆରେ ପକାଇଥିଲେ। ଅନେକ ଥର ବଲ ତାଙ୍କ ବ୍ୟାଟରେ ଏଡଜ ହେଉଥିବା ଦେଖିବାକୁ ମିଳିଥିଲା।

ମଧ୍ୟପ୍ରଦେଶ ବିପକ୍ଷରେ ଶାମି ତାଙ୍କ ଭାଇ ମହମ୍ମଦ କୈଫଙ୍କ ସହ ବଲ ଶେୟାର କରିଛନ୍ତି। ଦୁଇ ଭାଇ ଦୀର୍ଘ ୫ ବର୍ଷ ପରେ କୌଣସି ରଣଜୀ ମ୍ୟାଚ ଏକାଠି ଖେଳିଛନ୍ତି। ଶେଷଥର ପାଇଁ ଦୁଇ ଭାଇ ୨୦୧୮ରେ କେରଳ ବିପକ୍ଷ ରଣଜୀରେ ବେଙ୍ଗଲ ପାଇଁ ମ୍ୟାଚ ଖେଳିଥିଲେ।

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ୨-୧ ସିରିଜ ପୂର୍ବରୁ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଉକ୍ତ ବର୍ଡର-ଗାଭାସ୍କର ଟ୍ରଫିରେ ଶାମି ୧୬ ୱିକେଟ ଦଖଲ କରିଥିଲେ। ଏଥର ଆହତ ସମସ୍ୟା ଯୋଗୁ ଶାମିଙ୍କୁ ସ୍କ୍ୱାଡରେ ରଖାଯାଇ ନାହିଁ। ଏବେ ସେ ରଣଜୀକୁ କମବ୍ୟା କରିଥିବାରୁ ଆଗକୁ ପୁଣି ଭାରତୀୟ ଟିମରେ ସାମିଲ ହେବାର ସମ୍ଭାବନା ରହିଛି।

Ranji Trophy Mohammed Shami Test Cricket