Advertisment

୬ ୱିକେଟ ଦଖଲ କରି ଏକାଧିକ ରେକର୍ଡ କଲେ ମହମ୍ମଦ ସିରାଜ

ଗୋଟିଏ ଓଭର୍‌ରେ ୪ ୱିକେଟ ଦଖଲ କରି ସେ ବିଶ୍ୱ ରେକର୍ଡ କରିଛନ୍ତି। ଏଥିସହ ୧୬ ବଲରେ ୫ ୱିକେଟ ହାସଲ କରି ଶ୍ରୀଲଙ୍କାର ଚାମିଣ୍ଡା ଭାସ୍‌ର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି।

author-image
Hemant Lenka
Siraj

Siraj

ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜ ଆଜି ଏସିଆ କପ ଫାଇନାଲରେ କମାଲ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୨୧ ରନ ଦେଇ ୬ ୱିକେଟ ଦଖଲ କରିଛନ୍ତି। ଗୋଟିଏ ଓଭର୍‌ରେ ସେ ୪ ୱିକେଟ ନେବାର ବିରଳ କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି। ସିରାଜଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ଏସିଆ କପ ଫାଇନାଲରେ କେବଳ ୫୦ ରନ କରି ଅଲଆଉଟ ହୋଇ ଯାଇଥିଲା।

Advertisment

ଭାରତର ୫୧ ରନର ବିଜୟ ଲକ୍ଷ୍ୟକୁ ୨୬୩ ବଲ ପୂର୍ବରୁ ହାସଲ କରି ସର୍ବବୃହତ୍ତ ବିଜୟ ହାସଲ କରିବାର ରେକର୍ଡ କରିଛି। ସିରାଜ ମଧ୍ୟ ଅବିଶ୍ୱସନୀୟ ପ୍ରଦର୍ଶନ ପରେ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି।

ସିରାଜ ପ୍ରଥମଥର ପାଇଁ ତାଙ୍କ ଦିନିକିଆ କ୍ରିକେଟ କ୍ୟାରିୟର୍‌ରେ ୫ଟି ୱିକେଟ ଦଖଲ କରିଛନ୍ତି। ସେ ୫ ୱିକେଟ ଦଖଲ କରିବା କ୍ଷଣି ଶ୍ରୀଲଙ୍କା ୧୨ ରନରେ ୬ ୱିକେଟ ହରାଇ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଥିଲା। ସିରାଜ ପ୍ରଥମ ଭାରତୀୟ ବୋଲର ଯିଏ ଏସିଆ କପ ଫାଇନାଲରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ପ୍ରଥମ ୩ ଓଭର୍‌ରେ ସିରାଜ ୫ ରନରେ ୫ ୱିକେଟ ନେଇଥିଲେ।

Advertisment

ଅନୀଲ କୁମ୍ବଲେଙ୍କ ପରେ ସିରାଜ ଦ୍ୱିତୀୟ ଭାରତୀୟ ଭାବେ କୌଣସି ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟରେ ୫ ୱିକେଟ ନେଇଛନ୍ତି। କୁମ୍ବଲେ ୧୯୯୩ ମସିହାରେ ସିଏବି ଜୁବଲି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ୬ ୱିକେଟ ଦଖଲ କରିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଏପରି କରିଥିଲେ।

ଏହାବାଦ ଶ୍ରୀଲଙ୍କର ଟପ ଅର୍ଡରକୁ ଧ୍ୱଂସବିଧ୍ୱସ୍ତ କରି ଦେଇଥିବା ସିରାଜ ୪ର୍ଥ ଦ୍ରୁତତମ ଭାରତୀୟ ଭାବେ ଦିନିଆରେ ୫୦ ୱିକେଟ ନେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ୪ର୍ଥ ଓଭରରେ ସିରାଜ ପ୍ରଥମେ ପଥୁମ ନିଶାଙ୍କାଙ୍କୁ ଆଉଟ କରିଥିଲେ। ଏହାପରେ ସଦୀରା ସମରାବିକ୍ରମା, ୪ର୍ଥ ବଲରେ ଚାରିଥା ଅସଲଙ୍କା ଓ ଶେଷ ବଲରେ ଧନୟୋଜୟ ଡି’ସଲଭାଙ୍କୁ ସେ କ୍ଲିନବୋଲ୍ଡ କରି ଦେଇଥିଲେ। ‍

ଫଳରେ ଶ୍ରୀଲଙ୍କା ୧୨ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ପରବର୍ତ୍ତୀ ଓଭରରେ ସିରାଜ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶଣକାଙ୍କୁ ଆଉଟ କରିଥିଲେ। ଏଥିସହ ନିଜର ୫ମ ୱିକେଟ ଦଖଲ କରିଥିଲେ। କୁଶଲ ମେଣ୍ଡିସଙ୍କୁ ଆଉଟ କରି ସିରାଜ ପ୍ରଥମଥର ପାଇଁ ୬ ୱିକେଟ ଦଖଲ କରିବାର କୀର୍ତ୍ତିମାନ ହାସଲ କରିଥିଲେ।

ଗୋଟିଏ ଓଭର୍‌ରେ ୪ ୱିକେଟ ଦଖଲ କରି ସେ ବିଶ୍ୱ ରେକର୍ଡ କରିଛନ୍ତି। ଏଥିସହ ୧୬ ବଲରେ ୫ ୱିକେଟ ହାସଲ କରି ଶ୍ରୀଲଙ୍କାର ଚାମିଣ୍ଡା ଭାସ୍‌ର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ଭାସ୍‌ ୨୦୦୩ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୬ ବଲରେ ୫ ୱିକେଟ ଦଖଲ କରିଥିଲେ।

୨୦୦୨ ପରେ ଭାରତ ପାଇଁ ପ୍ରଥମ ୧୦ ଓଭର୍‌ରେ ସର୍ବାଧିକ ୱିକେଟ ହାସଲ କରିବାର କ୍ରିକେଟର ମଧ୍ୟ ସିରାଜ ହୋଇଛନ୍ତି।

Asia Cup Cricket Mohammed Siraj Asia Cup 2023