Advertisment

ନୂଆ ବର୍ଷର ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକାକୁ ଘାଣ୍ଟିଲେ ମହମ୍ମଦ ସିରାଜ

କେପଟାଉନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟଟି ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି।

Siraj

Siraj

Advertisment

ନବବର୍ଷ ୨୦୨୪ର ପ୍ରଥମ ଟେଷ୍ଟରେ କମାଲ କରିଛି ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମ ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ଏକାକୀ ଇତି ମଧ୍ୟରେ ୬ ୱିକେଟ ଦଖଲ କରି ଘରୋଇ ଟିମ ଦକ୍ଷିଣ ଆଫ୍ରିକାକୁ ଏକପ୍ରକାରର ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ତାଙ୍କୁ ଯଶପ୍ରୀତ ବୁମ୍ରା ମଧ୍ୟ ପୂରା ସାଥ ଦେଇଛନ୍ତି। ମାତ୍ର ୪୫ ରନରେ ଦକ୍ଷିଣ ଆଫ୍ରିକା ୭  ୱିକେଟ ହରାଇ ସଙ୍କଟରେ ପଡ଼ିଛି।

Advertisment

କେପଟାଉନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟଟି ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। କାରଣ ଦଳ ପ୍ରଥମ ମ୍ୟାଚ୍‌ରେ ଗୋଟିଏ ଇନିଂସ ଓ ୩୨ ରନରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା। ସିରିଜ ବରାବର କରିବାକୁ ହେଲେ ଏହି ଟେଷ୍ଟକୁ ଯେମିତି ହେଲେ ଭାରତକୁ ଜିତିବାକୁ ପଡ଼ିବ।

ନିଜ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଥିବା ଅଭିଜ୍ଞ ଡିନ ଏଲଗାର ଏହି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେଉଛନ୍ତି। ସେ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁଇଟି ପରିବର୍ତ୍ତନ ସହ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଭାରତ ପାଇଁ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା କମାଲ କରିଥିଲେ।

Advertisment

ଦଳୀୟ ସ୍କୋର ୫ ଥିବା ବେଳେ ମହମ୍ମଦ ସିରାଜ ପ୍ରଥମେ ଏଡେନ ମାକରମ(୨)ଙ୍କୁ ଆଉଟ କରିଥିଲେ। ପ୍ରଥମ ଟେଷ୍ଟରେ ୧୮୫ ରନ କରିଥିବା ଏଲଗାର ଆଜି ମାତ୍ର ୪ ରନ କରି ସିରାଜଙ୍କ ବଲରେ ପ୍ୟାଭିଲିୟନ ଫେରିଛନ୍ତି। ଟୋନି ଡେ ଜୋର୍ଜି(୨)ଙ୍କୁ ଆଉଟ କରି ସିରାଜ ଘରୋଇ ଟିମକୁ ତୃତୀୟ ଝଟକା ଦେଇଥିଲେ। ଏହାପୂର୍ବରୁ ଡେବ୍ୟୁଟାଣ୍ଟ ତ୍ରିଷ୍ଟାନ ଷ୍ଟବ୍ସ(୩)ଙ୍କୁ ବୁମ୍ରା ଆଉଟ କରିଥିଲେ।

ଡାଭିଡ ବେଡିଙ୍ଗହାମ(୧୨) ଓ ମାର୍କୋ ୟାନସେନ(୦)ଙ୍କୁ ଗୋଟିଏ ଓଭରରେ ଆଉଟ କରି ସିରାଜ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଛନ୍ତି। ଏଥିସହ ୟାନସେନଙ୍କୁ ଆଉଟ କରି ସିରାଜ ନିଜର ୫ମ ୱିକେଟ ମଧ୍ୟ ଦଖଲ କରିଥିଲେ। ଦକ୍ଷିଣ ଆଫ୍ରିକା ୩୪ ରନରେ ନିଜର ଷଷ୍ଠ ୱିକେଟ ମଧ୍ୟ ହରାଇଥିଲା। ୫ ୱିକେଟ ପରେ ସିରାଜ ଅଟକି ନଥିଲେ। ସେ ସେଟ ହେବାକୁ ଚେଷ୍ଟା କରୁଥିବା କାଏଲ ଭେରିନ(୧୫)ଙ୍କୁ ମଧ୍ୟ ଆଉଟ କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ସିରାଜଙ୍କ ସର୍ବଶ୍ରଷ୍ଠ ପ୍ରଦର୍ଶନ।

ଏବେ ଦକ୍ଷିଣ ଆଫ୍ରିକା ପାଇଁ କେଶବ ମହାରାଜ ଓ କାଗିସୋ ରବାଡା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୪୬ ରନରେ ୭ ୱିକେଟ ହରାଇଛି। 

India Vs South Africa Mohammed Siraj Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe