Advertisment

ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ରେକର୍ଡ ବୁକରେ ମହମ୍ମଦ ସିରାଜ

ସିରାଜ ୯ ଓଭର ବୋଲିଂ କରି ୧୫ ରନ ଦେବା ସହ ୬ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ସିରାଜଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି।

Siraj

Siraj

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କମାଲ କରିଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ପ୍ରଥମ ସ୍ପେଲରେ ହିଁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଛନ୍ତି।

Advertisment

ସିରାଜ ୯ ଓଭର ବୋଲିଂ କରି ୧୫ ରନ ଦେବା ସହ ୬ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ସିରାଜଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି।

୬ ୱିକେଟ ନେବା ଟେଷ୍ଟ କ୍ୟାରିୟରରେ ସିରାଜଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ତୃତୀୟ ଥର ପାଇଁ ଟେଷ୍ଟ କ୍ରିକେଟରେ ୫ ୱିକେଟ ନେବାର ସଫଳତା ହାସଲ କରିଛନ୍ତି। ଏହାପୂର୍ବରୁ ସେ ୭୩ ରନ ଦେଇ ୫ ୱିକେଟ ଓ ୬୦ ରନ ଦେଇ ୫ ୱିକେଟ ନେଇଥିଲେ।

Advertisment

ଦକ୍ଷିଣ ଆଫ୍ରିକା ମାଟିରେ ସିରାଜ ୧୦ମ ଭାରତୀୟ ବୋଲର ଭାବେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ସିରାଜଙ୍କ ପୂର୍ବରୁ ଜବାଗଲ ଶ୍ରୀନାଥ, ଅନୀଲ କୁମ୍ବଲେ, ମହମ୍ମଦ ଶାମି, ଭେଙ୍କଟେଶ ପ୍ରସାଦ, ଏସ୍‌ ଶ୍ରୀଶାନ୍ତ, ହରଭଜନ ସିଂହ, ଶାର୍ଦ୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରା ଦକ୍ଷିଣ ଆଫ୍ରିକା ମାଟିରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିଲେ।

ଦକ୍ଷିଣ ଆଫ୍ରିକାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ସିରାଜ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ଶାର୍ଦ୍ଦୁଲ ଠାକୁର ଓ ହରଭଜନ ସିଂହ ରହିଛନ୍ତି। ୨୦୨୨ ମସିହା ଜୋହାନ୍ସବର୍ଗ ଟେଷ୍ଟରେ ଶାର୍ଦ୍ଦୁଲ ଠାକୁର ୬୧ ରନ ଦେଇ ୭ ୱିକେଟ ଦଖଲ କରିଥିଲେ। ସେହିପରି ହରଭଜନ ୧୨୦ ରନ ଦେଇ ୭ ୱିକେଟ ନେଇଥିଲେ।

୧୯୯୨ରେ ଅନୀଲ କୁମ୍ବଲେ ୫୩ ରନରେ ୬ ୱିକେଟ, ୨୦୦୧ରେ ଶ୍ରୀନାଥ ୭୬ ରନରେ ୬ ୱିକେଟ ଓ ୨୦୧୩ରେ ରବୀନ୍ଦ୍ର ଜାଡେଜା ୧୩୮ ରନ ଦେଇ ୬ଟି ୱିକେଟ ନେଇଥିଲେ।

ଅନ୍ୟପକ୍ଷରେ କଞ୍ଜୁସ ବୋଲିଂ କରି ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ଦଖଲ କରିଥିବା ଭାରତୀୟଙ୍କ ମଧ୍ୟରେ ବି ସିରାଜ ୪ର୍ଥରେ ରହିଛନ୍ତି। ତାଙ୍କ ଉପରେ ବୁମ୍ରା (୭ ରନରେ ୫ ୱିକେଟ), ଭେଙ୍କଟପତି ରାଜୁ(୧୨ ରନରେ ୬ ୱିକେଟ), ହରଭଜନ ସିଂହ(୧୩ ରନରେ ୫ ୱିକେଟ) ରହିଛନ୍ତି।

Mohammed Siraj Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe