Advertisment

ଆଇସିସି ରାଙ୍କିଙ୍ଗ: ହେଜେଲଉଡ ଆଉଟ, ସିରାଜ ପୁଣି ବିଶ୍ୱର ୧ନଂ ବୋଲର

ଏସିଆ କପ ଚମକ ପରେ ସେ ସିଧା ୮ଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି।

Siraj

Siraj

Advertisment

ଭାରତୀୟ ଟିମର ସ୍ପିଡଷ୍ଟର ମହମ୍ମଦ ସିରାଜ ପୁଣି ବିଶ୍ୱର ୧ନଂ ବୋଲର ବନି ଯାଇଛନ୍ତି। ଏସିଆ କପ ଚମକ ପରେ ସେ ସିଧା ୮ଟି ସ୍ଥାନ ଉପରକୁ ଉଠି ଶୀର୍ଷରେ ପହଞ୍ଚିଛନ୍ତି। ଆଇସିସି ପକ୍ଷରୁ ଆଜି ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏଥିରେ ସିରାଜ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ନିଜେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

Advertisment

ଏସିଆ କପରେ ସିରାଜ ନିଜର ଜଲୱା ଦେଖାଇଥିଲେ। ବିଶେଷ କରି ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ମିଆଁ ମ୍ୟାଜିକ ଦେଖିବାକୁ ମିଳିଥିଲା। ସେ ୨୧ ରନ ଦେଇ ୬ ୱିକେଟ ଦଖଲ କରିବାରୁ ଶ୍ରୀଲଙ୍କା ୫୦ ରନରେ ଅଲଆଉଟ ହୋଇ ଯାଇଥିଲା।

ଭାରତ ମଧ୍ୟ ୫୧ ରନ ଟାର୍ଗେଟକୁ ୬.୧ ଓଭର୍‌ରେ ହାସଲ କରି ୮ମ ଥର ପାଇଁ ଏସିଆ ଦଖଲ କରିଥିଲା। ଏହି ପ୍ରଦର୍ଶନ ଯୋଗୁ ସିରାଜ ଏବେ ଆଇସିସି ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ପୂର୍ବରୁ ମଧ୍ୟ ସିରାଜ ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲେ। କିନ୍ତୁ ମାର୍ଚ୍ଚ ମାସରେ ହେଜେଲଉଡ ତାଙ୍କୁ ହଠାଇ ପ୍ରଥମ ସ୍ଥାନରେ ପହଞ୍ଚି ଯାଇଥିଲେ।

ସିରାଜ ତାଙ୍କ ଏସିଆ କପ ଅଭିଯାନ ୧୦ ୱିକେଟ ସହ ଶେଷ କରିଛନ୍ତି। ତାଙ୍କ ବୋଲିଂ ହାର ୧୨.୨ ରହିଥିଲା। ଫଳରେ ସେ ଟ୍ରେଣ୍ଟ ବୋଲ୍ଟ, ରାଶିଦ ଖାନ ଓ ମିଚେଲ ଷ୍ଟାର୍କଙ୍କ ଭଳି ବୋଲରଙ୍କୁ ପଛରେ ପକାଇବାକୁ ସକ୍ଷମ ହୋଇଛନ୍ତି।

ଆଫଗାନିସ୍ତାନର ଦୁଇ ସ୍ପିନର ମୁଜୀବ ଉର ରହମାନ ଓ ରାଶିଦ ଖାନଙ୍କ ରାଙ୍କିଙ୍ଗରେ ମଧ୍ୟ ସୁଧାର ଆସିଛି। ଏହି ଦୁଇ ବୋଲର ଯଥାକ୍ରମେ ନମ୍ବର ୪ ଓ ୫ରେ ଅଛନ୍ତି। ୨ନଂରେ ହେଜେଲଉଡ ଥିବା ବେଳେ ୩ନଂରେ ବୋଲ୍ଟ, ୬ନଂରେ ଷ୍ଟାର୍କ, ୭ନଂରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ ହେନରୀ, ୮ମରେ ଆଡାମ ଜାମ୍ପା, ୯ନଂରେ କୁଲଦୀପ ଯାଦବ ଓ ୧୦ନଂରେ ଶାହୀନ ଆଫ୍ରିଦି ରହିଛନ୍ତି।

ଅନ୍ୟପକ୍ଷରେ ଆଇସିସି ଦିନିକିଆ ବ୍ୟାଟିଂରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନ ୯ନଂ ସ୍ଥାନକୁ ଉଠିଥିଛନ୍ତି। ଅଷ୍ଟ୍ରେଲିଆର ଡାଭିଡ ୱାର୍ଣ୍ଣର ୨ଟି ସ୍ଥାନ ତଳକୁ ଖସି ୬ ନଂ ଓ ପାକିସ୍ତାନର ଇମାମ ଉଲ ହକ ଗୋଟିଏ ସ୍ଥାନ ଉପରକୁ ଉଠି ୪ନଂରେ ପହଞ୍ଚିଛନ୍ତି। ଆୟର୍ଲ୍ୟାଣ୍ଡର ହ୍ୟାରୀ ଟେକ୍ଟରଙ୍କୁ ମଧ୍ୟ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୫ମ ସ୍ଥାନ ଦଖଲ କରିଛନ୍ତି।

ପୂର୍ବଭଳି ବାବର ଆଜମ ୧ନଂ, ଶୁବମନ ଗିଲ ୨ନଂ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ ଡେର ଡୁସେନ ୩ନଂରେ ଅଛନ୍ତି। ଭାରତର ଅଧିନାୟକ ରୋହିତ ଶର୍ମା ୧୦ନଂ ଓ ବିରାଟ କୋହଲି ୮ନଂ ସ୍ଥାନରେ ରହିଛନ୍ତି।

ICC ICC Men’s Cricket World Cup 2023 Mohammed Siraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe