Advertisment

ହଠାତ୍‌ ସ୍କ୍ୱାଡରୁ ବାଦ ପଡ଼ିଲେ ସିରାଜ, କାରଣ କହିଲା ବିସିସିଆଇ

ଦ୍ୱିତୀୟ ଟେଷ୍ଟରୁ ସିରାଜ କେବଳ ବାଦ ପଡ଼ିନାହାନ୍ତି, ବରଂ ଭାରତୀୟ ଟେଷ୍ଟ ଟିମ ସ୍କ୍ୱାଡରୁ ମଧ୍ୟ ତାଙ୍କୁ ରିଲିଜ କରି ଦିଆଯାଇଛି।

author-image
Hemant Lenka
Siraj

Siraj

ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଆଜିଠାରୁ ମୈଦାନକୁ ଓହ୍ଲାଇଛି ଟିମ ଇଣ୍ଡିଆ। ତେବେ ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନାହିଁ। ତାଙ୍କ ବଦଳରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି।

Advertisment

ଦ୍ୱିତୀୟ ଟେଷ୍ଟରୁ ସିରାଜ କେବଳ ବାଦ ପଡ଼ିନାହାନ୍ତି, ବରଂ ଭାରତୀୟ ଟେଷ୍ଟ ଟିମ ସ୍କ୍ୱାଡରୁ ମଧ୍ୟ ତାଙ୍କୁ ରିଲିଜ କରି ଦିଆଯାଇଛି। ହଠାତ୍‌ ସିରାଜଙ୍କୁ କାହିଁକି ସ୍କ୍ୱାଡରୁ ରିଲଜ କରାଗଲା, ତା’ର କାରଣ ଏବେ ବିସିସିଆଇ କହିଛି।

ଇଂଲଣ୍ଡ ବିପକ୍ଷ ଲମ୍ବା ସିରିଜର ସମୟସୀମା ଓ ସିରାଜ କ୍ରମାଗତ କ୍ରିକେଟ ଖେଳୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ପୂରା ସ୍କ୍ୱାଡରୁ ବାଦ ଦିଆଯାଇଛି। ସେହିପରି ସ୍କ୍ୱାଡରେ ଥାଇ ମଧ୍ୟ ରଣଜୀ ଟ୍ରଫି ଖେଳୁଥିବା ଆବେଶ ଖାନଙ୍କୁ ଏବେ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଥିବା ବିସିସିଆଇ କହିଛି।

Advertisment

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ “ମହମ୍ମଦ ସିରାଜ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ଗଠନ ହୋଇଥିବା ଭାରତୀୟ ସ୍କ୍ୱାଡରୁ ରିଲିଜ ହୋଇଛନ୍ତି। ସିରିଜର ସମୟସୀମା ଓ ନିକଟରେ ସେ ଖେଳିଥିବା ବିପୁଳ ପରିମାଣର କ୍ରିକେଟ ମ୍ୟାଚ୍‌କୁ ଦୃଷ୍ଟିରେ ଏପରି ନିଷ୍ପତ୍ତି ନିଆଯାଇଛି।

ତେବେ ରାଜକୋଟରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ଖେଳାଳି ଚୟନ ବେଳେ ସେ ଉପଲବ୍ଧ ରହିବେ। ଆବେଶ ଖାନ ଦ୍ୱିତୀୟ ଟେଷ୍ଟ ପାଇଁ ସ୍କ୍ୱାଡରେ ପୁଣି ସାମିଲ ହୋଇଛନ୍ତି।”

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୦-୧ରେ ପଛରେ ରହିଛି। ଆଜି ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଆହତ ସମସ୍ୟା ପାଇଁ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ କୁଲଦୀପ ଯାଦବ ଓ ରଜତ ପଟିଦାରଙ୍କୁ ସୁଯୋଗ ମିଳିଛି।

Mohammed Siraj Test Match