Advertisment

ଟିମର ଭିତିରି ଖବର ପାଇଁ ମହମ୍ମଦ ସିରାଜଙ୍କୁ ଅଜଣା ବ୍ୟକ୍ତିଙ୍କ ଫୋନ୍‌

ଗୋଟିଏ ଆଇପିଏଲ ମ୍ୟାଚ୍‌ରେ ସିରାଜଙ୍କୁ ଯୋଗାଯୋଗା କରିଥିବା ବ୍ୟକ୍ତି ଜଣକ ବେଟିଂ କରି ପ୍ରବଳ ଟଙ୍କା ହରାଇଥିଲେ। ଏଥିପାଇଁ ସେ ସିରାଜଙ୍କୁ ଯୋଗାଯୋଗ କରି ଟିମର ଭିତିରି ଖବର ଜଣାଇବାକୁ ଚାପ ପକାଇଛନ୍ତି।

Siraj

Siraj

Advertisment

ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଖେଳୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ନୀତି ଆଭିମୁଖ୍ୟ ନେଇ ଜଣେ ଅଜଣା ବ୍ୟକ୍ତି ଯୋଗାଯୋଗ କରିଛନ୍ତି। ବ୍ୟକ୍ତି ଜଣଙ୍କ ମ୍ୟାଚ୍‌ ଓ ଟିମର ଭିତିରି ଖବର ଜାଣିବା ପାଇଁ ସିରାଜଙ୍କ ଉପରେ ଚାପ ପକାଇଛନ୍ତି। ଏନେଇ ସିରାଜ ତୁରନ୍ତ ବସିସିଆଇ ଦୁର୍ନୀତି ନିରୋଧ ଶାଖା (ଏସିୟୁ)କୁ ଜଣାଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଗୋଟିଏ ଆଇପିଏଲ ମ୍ୟାଚ୍‌ରେ ସିରାଜଙ୍କୁ ଯୋଗାଯୋଗା କରିଥିବା ବ୍ୟକ୍ତି ଜଣକ ବେଟିଂ କରି ପ୍ରବଳ ଟଙ୍କା ହରାଇଥିଲେ। ଏଥିପାଇଁ ସେ ସିରାଜଙ୍କୁ ଯୋଗାଯୋଗ କରି ଟିମର ଭିତିରି ଖବର ଜଣାଇବାକୁ ଚାପ ପକାଇଛନ୍ତି। ଆରସିବି ପାଇଁ ଏଯାଏ ୮ଟି ୱିକେଟ ନେଇଥିବା ସିରାଜଙ୍କୁ ବ୍ୟକ୍ତି ଜଣଙ୍କ ଦୁର୍ନୀତି ଆଭିମୁଖ୍ୟ ରଖି ଫୋନ କରିଥିଲେ। ଏହି ଫୋନ କଲ୍‌ ପରେ ସେ ତୁରନ୍ତ ଟିମ ସହ ଜଡ଼ିତ ଥିବା ଏସିୟୁ ଅଧିକାରୀମାନଙ୍କୁ ଜଣାଇଛନ୍ତି।

ଆରସିବି ତା’ର ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ଠାରୁ ୮ ରନ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ସମ୍ଭବତଃ ସିରାଜଙ୍କୁ ଫୋନ କରିଥିବା ବ୍ୟକ୍ତି ବ୍ୟାପକ ଆର୍ଥିକ କ୍ଷତି ସହିଥିଲେ। ତେଣୁ ସେ ସିରାଜଙ୍କୁ ଯୋଗାଯୋଗ କରିଥିବା କୁହାଯାଉଛି। ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ସିରାଜଙ୍କୁ ଯୋଗାଯୋଗ କରିଥିବା ବ୍ୟକ୍ତି ଜଣକ ବୁକି ନୁହନ୍ତି।

Advertisment

ସେ ହାଇଦ୍ରାବାଦର ଜଣେ ଡ୍ରାଇଭର। ସେ ବିଭିନ୍ନ ମ୍ୟାଚ୍‌ରେ ବେଟିଂ ଲଗାଇଥାଏ। ବେଟିଂରେ ବିପୁଳ ମାତ୍ରାର ଟଙ୍କା ହରାଇବା ପରେ ସେ ସିରାଜଙ୍କୁ ଯୋଗାଯୋଗ କରିଥିଲା। ସିରାଜ ତୁରନ୍ତ ଏ ସମ୍ପର୍କରେ ବିସିସିଆଇର ଉପଯୁକ୍ତ ଅଧିକାରୀଙ୍କୁ ଜଣାଇଛନ୍ତି। ତଦନ୍ତକାରୀ ଅଧିକାରୀ ଉକ୍ତ ବ୍ୟକ୍ତିକୁ ଗିରଫ କରିଛନ୍ତି। ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଥିବା ଏହି ସୂତ୍ରରେ କୁହାଯାଇଛି।

୨୦୧୩ରେ ଆଇପିଏଲରେ ସ୍ପଟ ଫିକ୍ସିଂ ଝଡ଼ ସାମ୍ନାକୁ ଆସିଥିଲା। ଏସ ଶ୍ରୀସନ୍ଥ, ଅଙ୍କିତ ଚୌହାନ, ଅଜିତ ଚାଣ୍ଡିଲା ଓ ଚେନ୍ନାଇ ଟିମ୍‌ର ତତ୍କାଳୀନ ପ୍ରିନ୍ସିପାଲ ଗୁରୁନାଥ ମୟପ୍ପାନ ସ୍ପଟ ଫିକ୍ସିଂ ମାମଲାରେ ଫସିଥିଲେ। ସେବେଠାରୁ ବିସିସିଆଇ ତା’ର ଏସିୟୁ ନେଟୱର୍କକୁ ଅଧିକ ବିସ୍ତାର କରିଛି। ଏବେ ପ୍ରତି ଟିମ ସହ ଏସିୟୁ ଅଧିକାରୀ ରହୁଛନ୍ତି।

ଖେଳାଳିମାନେ ହୋଟେଲ ଓ ଗ୍ରାଉଣ୍ଡରେ ଯିବା ଆସିବା କରିବା ବେଳେ ସେମାନଙ୍କ ଗତିବିଧି ଉପରେ ଅଧିକାରୀମାନେ ନଜର ରଖୁଛନ୍ତି। ଏହାବାଦ ଖେଳାଳିମାନଙ୍କୁ ନିୟମିତ ଭାବେ ଏସିୟୁ ପରାମର୍ଶ ବୈଠକରେ ମଧ୍ୟ ଯୋଗଦେବାର ପ୍ରାବଧାନ ରହିଛି। ଯଦି କୌଣସି ଖେଳାଳିଙ୍କୁ କେହି ଦୁର୍ନୀତି ଆଭିମୁଖ୍ୟ ରଖି ଯୋଗାଯୋଗ କରୁଛନ୍ତି ଓ ସେ ଏକଥା ଲୁଚାଉଛନ୍ତି, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ମଧ୍ୟ ରହିଛି।

ଆଇପିଏଲରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନଙ୍କୁ ଦୁର୍ନୀତି ଆଭିମୁଖ୍ୟ ରଖି କିଛି ଲୋକ ଯୋଗାଯୋଗ କରିଥିଲେ। କିନ୍ତୁ ସେ ଏ ସମ୍ପର୍କରେ କାହା ଆଗରେ ଅଭିଯୋଗ କରି ନଥିଲେ। ତେଣୁ ୨୦୨୧ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା।

Bcci IPL RCB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe