Advertisment

IndVsWI ODI: ସିରିଜରୁ ବାଦ୍ ପଡିଲେ ମହମ୍ମଦ ସିରାଜ

ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ଖେଳିବେନି ଭାରତୀୟ ପେସ୍ ବୋଲର୍ ମହମ୍ମଦ ସିରାଜ। ଆଜି ସନ୍ଧ୍ୟାରେ ମ୍ୟାଚ୍ ଥିବାବେଳେ ଭାରତ ଫେରି ଆସିଛନ୍ତି ଏହି ଦ୍ରୁତଗାମ ବୋଲର୍।

ଅଦ୍ୟତନ ହୋଇଛି
India Pacer Mohammed Siraj

India Pacer Mohammed Siraj

Advertisment

ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ ପୂର୍ବରୁ ଭାରତ ଫେରିଲେ ପେସର୍ ମହମ୍ମଦ ସିରାଜ। ଆଜି ସନ୍ଧ୍ୟା 7ରେ ଦିନିକିଆ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ମ୍ୟାଚରୁ ବାଦ୍ ପଡିଛନ୍ତି ଏହି ଦ୍ରୁତଗାମୀ ବୋଲର୍। ଆହତ କାରଣରୁ ତାଙ୍କୁ ବିଶ୍ରାମ ଦିଆଯାଇଥିବା କହିଛି ବିସିସିଆଇ। କିନ୍ତୁ ମହମ୍ମଦଙ୍କ ସ୍ଥାନରେ ଆଉ କାହାକୁ ଚୟନ କରାଯାଇଛି ସେନେଇ ବିସିସିଆଇ ସ୍ପଷ୍ଟ କରିନାହିଁ। 

Advertisment

ସୂଚନା ଅନୁସାରେ, ଗୋଡରେ ଆଘାତ କାରଣରୁ ମହମ୍ମଦଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଟିମ୍। ଫଳରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତ ଫେରି ଆସିଛନ୍ତି ସିରାଜ୍। ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସିରାଜ ଏକ ଅତୁଳନୀୟ ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରଦର୍ଶନ ଭାରତର ସିରିଜ୍ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲା। କାରଣ ସେ ଦୁଇଟିକିଆ ଟେଷ୍ଟ ମ୍ୟାଚରେ 7ଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ତାଙ୍କ ସ୍ଥାନରେ କିଏ ସ୍କ୍ୱାର୍ଡରେ ସାମିଲ୍ ହେଉଛନ୍ତି ତା ଉପରେ ନଜର। 

ଭାରତର ଏକଦିବସୀୟ ଦଳ: ରୋହିତ ଶର୍ମା(କ୍ୟାପଟେନ୍), ଶୁଭମନ ଗିଲ, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ(ୱିକେଟ୍ କିପର), ଇଶାନ କିଶନ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ, ଉମାରନ ମଲିକ, ମୁକେଶ କୁମାର।

Advertisment
Cricket IndVsWI ODI Mohammed Siraj Sports News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe