Advertisment

'ଷ୍ଟୋକ୍ସ ମୋତେ ଗାଳି ଦେଲେ, ବିରାଟ୍ ଭାଇ ହ୍ୟାଣ୍ଡଲ୍ କଲେ'

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ମଧ୍ୟ ଇଂଲିଶ ଟିମର ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ରହିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବ୍ୟତୀତ ମହମ୍ମଦ ସିରାଜ୍ ମଧ୍ୟ ଜବରଦସ୍ତ ବୋଲିଂ କରିଛନ୍ତି। ସିରାଜ୍ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ ଓ ଜନ୍ନି ବେୟାରଷ୍ଟୋଙ୍କ ଆଉଟ୍ କରିଛନ୍ତି। ତେବେ ମ୍ୟାଚ୍ ବେଳେ ସିରାଜ୍ ଓ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ବେନ୍ ଷ୍ଟୋକ୍ସଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହା ପରେ କ୍ୟାପଟେନ୍ ବିରାଟ୍ […]

ଅଦ୍ୟତନ ହୋଇଛି
'ଷ୍ଟୋକ୍ସ ମୋତେ ଗାଳି ଦେଲେ, ବିରାଟ୍ ଭାଇ ହ୍ୟାଣ୍ଡଲ୍ କଲେ'

kohli-and-stokes

Advertisment

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ମଧ୍ୟ ଇଂଲିଶ ଟିମର ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ରହିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବ୍ୟତୀତ ମହମ୍ମଦ ସିରାଜ୍ ମଧ୍ୟ ଜବରଦସ୍ତ ବୋଲିଂ କରିଛନ୍ତି। ସିରାଜ୍ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ ଓ ଜନ୍ନି ବେୟାରଷ୍ଟୋଙ୍କ ଆଉଟ୍ କରିଛନ୍ତି।

Advertisment

ତେବେ ମ୍ୟାଚ୍ ବେଳେ ସିରାଜ୍ ଓ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ବେନ୍ ଷ୍ଟୋକ୍ସଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହା ପରେ କ୍ୟାପଟେନ୍ ବିରାଟ୍ କୋହଲି ଷ୍ଟୋକ୍ସଙ୍କ ପାଖକୁ ଯାଇ କିଛି କହିଥିଲେ। ଦୁହିଁଙ୍କ ମଧ୍ୟରେ ଖୁବ୍ ଯୁକ୍ତିତର୍କ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ବିରାଟ୍ ଓ ଷ୍ଟୋକ୍ସଙ୍କ ମଧ୍ୟରେ କାହିଁକି ଯୁକ୍ତିତର୍କ, ତା'ର ଖୁଲାସା କରିଛନ୍ତି ସିରାଜ। ଦିବସର ଖେଳ ଶେଷ ପରେ ସିରାଜ୍ କହିଛନ୍ତି, ବେନ୍ ଷ୍ଟୋକ୍ସ ମୋତେ ଗାଳି କରିଥିଲେ। ଏକଥା ମୁଁ ବିରାଟ୍ ଭାଇଙ୍କୁ କହିଲି। ଏହା ପରେ ବିରାଟ୍ ଭାଇ ଏହାକୁ ହ୍ୟାଣ୍ଡଲ୍ କରିଥିଲେ।

https://twitter.com/mipaltan/status/1367466651801636864?s=20

ପୂରା ଘଟଣା ଇଂଲଣ୍ଡ ଇନିଂସର ୧୩ଶ ଓଭରରେ ଘଟିଥିଲା। ରୁଟଙ୍କ ଆଉଟ୍ ପରେ ଷ୍ଟୋକ୍ସ ବ୍ୟାଟିଂ କରିବାକୁ ଆସିଥିଲେ। ସିରାଜ୍ ଷ୍ଟୋକ୍ସଙ୍କୁ ବାଉନ୍ସର ମାରିଥିଲେ। ଯାହା ଷ୍ଟୋକ୍ସଙ୍କୁ ଆଦୌ ପସନ୍ଦ ଆସିନଥିଲା ଏବଂ ଏଥିରେ ଉତକ୍ଷୀପ୍ତ ହୋଇ ସେ ସିରାଜଙ୍କୁ କିଛି କହିଥିଲେ। ତେବେ ବିରାଟ୍ କୋହଲି ନିଜ ଟିମର ବୋଲରଙ୍କୁ ସାଥ୍ ଦେବା ପାଇଁ ଚାଲିଆସିଥିଲେ।

Advertisment

ଉଭୟ କୋହଲି ଓ ଷ୍ଟୋକ୍ସଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ଚାଲିଥିଲା। ତେବେ ଅମ୍ପାୟାରଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା। ଏହାର ପରବର୍ତ୍ତୀ ଓଭରରେ ମଧ୍ୟ ଷ୍ଟୋକ୍ସ ସିରାଜଙ୍କୁ ସ୍ଲେଜିଂ କରିବାକୁ ପ୍ରୟାସ କରିଥିଲେ। ଏହା ପୂର୍ବରୁ ଅହମ୍ମଦାବାଦରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ମଧ୍ୟ କୋହଲି ଓ ଷ୍ଟୋକ୍ସଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe