Advertisment

ଘାଇଲା କଲେ ସିରାଜ, ବୁମ୍ରା ଓ ମୁକେଶ କୁମାର: ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ

ଭାରତର ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି। ଭାରତ ବିପକ୍ଷ କୌଣସି ଟେଷ୍ଟରେ ଏହାର ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର।

Siraj

Siraj

Advertisment

ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଘାଇଲା କରିଛନ୍ତି ୩ ଭାରତୀୟ ଦ୍ରୁତ ବୋଲର। ବିଶେଷ କରି ମହମ୍ମଦ ସିରାଜ ନିଜ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସିରାଜ ୬ ୱିକେଟ ଦଖଲ କରିଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମୁକେଶ କୁମାର ମଧ୍ୟ ନିଜର ଦମ ଦେଖାଇଛନ୍ତି। ଉଭୟ ଦୁଇଟି ଲେଖାଏ ୱିକେଟ ପାଇଛନ୍ତି।

Advertisment

ଭାରତର ଘାତକ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି। ଭାରତ ବିପକ୍ଷ କୌଣସି ଟେଷ୍ଟରେ ଏହାର ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଦିନର ଲଞ୍ଚ ପୂର୍ବରୁ ହିଁ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଶେଷ ହୋଇ ଯାଇଛି। ଘରୋଇ ଟିମ ଅଲଆଉଟ ହେବା ପରେ ପ୍ରଥମ ଦିନର ଲଞ୍ଚ ହୋଇଛି।

Advertisment

ନିଜ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଥିବା ଅଭିଜ୍ଞ ଡିନ ଏଲଗାର ଏହି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେଉଛନ୍ତି। ସେ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁଇଟି ପରିବର୍ତ୍ତନ ସହ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଭାରତ ପାଇଁ ମହମ୍ମଦ ସିରାଜ କମାଲ କରିଥିଲେ।

ଦଳୀୟ ସ୍କୋର ୫ ଥିବା ବେଳେ ମହମ୍ମଦ ସିରାଜ ପ୍ରଥମେ ଏଡେନ ମାକରମ(୨)ଙ୍କୁ ଆଉଟ କରିଥିଲେ। ଏହାପରେ ଏଲଗାର (୪)ଙ୍କୁ ସେ ପ୍ୟାଭିଲିୟନ ପଠାଇଥିଲେ। ଟୋନି ଡେ ଜୋର୍ଜି(୨)ଙ୍କୁ ଆଉଟ କରି ସିରାଜ ଘରୋଇ ଟିମକୁ ତୃତୀୟ ଝଟକା ଦେଇଥିଲେ। ଏହାପୂର୍ବରୁ ଡେବ୍ୟୁଟାଣ୍ଟ ତ୍ରିଷ୍ଟାନ ଷ୍ଟବ୍ସ(୩)ଙ୍କୁ ବୁମ୍ରା ଆଉଟ କରିଥିଲେ।

ଡାଭିଡ ବେଡିଙ୍ଗହାମ(୧୨) ଓ ମାର୍କୋ ୟାନସେନ(୦)ଙ୍କୁ ଗୋଟିଏ ଓଭରରେ ଆଉଟ କରି ସିରାଜ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଛନ୍ତି। ଏଥିସହ ୟାନସେନଙ୍କୁ ଆଉଟ କରି ସିରାଜ ନିଜର ୫ମ ୱିକେଟ ମଧ୍ୟ ଦଖଲ କରିଥିଲେ। ଦକ୍ଷିଣ ଆଫ୍ରିକା ୩୪ ରନରେ ନିଜର ଷଷ୍ଠ ୱିକେଟ ମଧ୍ୟ ହରାଇଥିଲା।

୫ ୱିକେଟ ପରେ ସିରାଜ ଅଟକି ନଥିଲେ। ସେ ସେଟ ହେବାକୁ ଚେଷ୍ଟା କରୁଥିବା କାଏଲ ଭେରିନ(୧୫)ଙ୍କୁ ମଧ୍ୟ ଆଉଟ କରିଥିଲେ। ଟେଷ୍ଟ କ୍ରିକେଟରେ ଏହା ସିରାଜଙ୍କ ସର୍ବଶ୍ରଷ୍ଠ ପ୍ରଦର୍ଶନ।

ଦଳୀୟ ସ୍କୋର ୪୬ ଥିବା ବେଳେ ମୁକେଶ କୁମାର ୩ ରନ କରିଥିବା କେଶବ ମହାରାଜଙ୍କ ୱିକେଟ ନେଇଥିଲେ। ଏତିକି ବେଳେ ବୁମ୍ରା ବୋଲିଂ କରିବାକୁ ଆସିଥିଲେ। ସେ ୪ ରନ କରିଥିବା ନାନ୍ଦ୍ରେ ବୁରଗେରଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ୯ମ ଝଟକା ଦେଇଥିଲେ।

ଶେଷରେ କାଗିସୋ ରବାଡା(୫)ଙ୍କୁ ଶ୍ରେୟସ ଆୟରଙ୍କ ହାତରେ କ୍ୟାଚ କରାଇ ମୁକେଶ କୁମାର ଦକ୍ଷିଣ ଆଫ୍ରିକାର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଦକ୍ଷିଣ ଆଫ୍ରିକା ମଧ୍ୟ ୫୫ ରନରେ ଅଲଆଉଟ ହୋଇଯାଇଥିଲା।

Test Match Mohammed Siraj Test Cricket India Vs South Africa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe