Advertisment

ସିରାଜଙ୍କୁ ୫ ୱିକେଟ, ୱେଷ୍ଟଇଣ୍ଡିଜ ୨୫୫ରେ ଅଲଆଉଟ

ଭାରତ ପକ୍ଷରୁ ସିରାଜ ୫ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ମୁକେଶ କୁମାର ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ୱିକେଟ୍ ମିଳିଛି।

Siraj

Siraj

Advertisment

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଘରୋଇ ୱେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ବିଶେଷ କରି ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଯୋଗୁ ଇଣ୍ଡିଜ୍‌ ଟିମ୍‌ ତା’ର ପ୍ରଥମ ଇନିଂସରେ ୨୫୫ ରନ କରି ଅଲଆଉଟ ହୋଇଯାଇଛି।

Advertisment

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ୫ ୱିକେଟ ହରାଇ ୨୨୯ ରନ କରିଥିଲା। ହେଲେ ଆଜି ଆଉ ୨୬ ରନରେ ଦଳ ବାକି ୫ ୱିକେଟ ହରାଇ ଅଲଆଉଟ ହୋଇ ଯାଇଛି।

ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ସର୍ବାଧିକ ୫ ୱିକେଟ ଦଖଲ କରିଛନ୍ତି। ସେ ଗତକାଲି ଗୋଟିଏ ୱିକେଟ ନେଇଥିବା ବେଳେ ଆଜି ୪ଟି ସଫଳତା ପାଇଛନ୍ତି। ଆଉ ଗୋଟିଏ ୱିକେଟ ମୁକେଶ କୁମାରଙ୍କୁ ମିଳିଛି।

Advertisment

ୱେଷ୍ଟଇଣ୍ଡିଜ ୨୫୫ ରନରେ ଅଲଆଉଟ ହୋଇଯିବାରୁ ଭାରତ ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୧୮୩ ରନର ଲିଡ୍‌ ହାସଲ କରି ନେଇଛି। ଏବେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିବା ସହ ଦ୍ରୁତଗତିରେ ରନ ସଂଗ୍ରହ କରିବାରେ ଲାଗିଛି।

ତୃତୀୟ ଦିନର ଦୁଇ ଅପରାଜିତ ବ୍ୟାଟର ଆଲିକ ଆଥାଞ୍ଜି ୩୭ (୧୧୧ ବଲ୍‌, ୩ ଚୌକା) ଓ ଜାଶନ ହୋଲ୍ଡର ୧୧ (୩୯ ବଲ୍‌, ୧ ଚୌକା) ଆଜି ଇଣ୍ଡିଜ ପାଇଁ କମାଣ ସମ୍ଭାଳିଥିଲେ। ତେବେ ଆଥାଞ୍ଜି ଆଜି କୌଣସି ରନ ନ କରି ମୁକେଶ କୁମାରଙ୍କ ବଲରେ ଆଉଟ ହୋଇଥିଲେ।

ପରବର୍ତ୍ତୀ ଓଭରରେ ହୋଲ୍ଡର(୧୫)ଙ୍କୁ ସିରାଜ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଅଲଜାରୀ ଯୋଶେଫ(୪), କେମାର ରୋଚ(୪) ଓ ଶାନନ ଗାବ୍ରିଏ(୦)ଙ୍କୁ ଆଉଟ କରି ସିରାଜ ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଜୋମେଲ ୱାରିକାନ ଶେଷ ଯାଏ ୭ ରନ କରି ଅପରାଜିତ ରହିଥିଲେ।

ୱେଷ୍ଟଇଣ୍ଡିଜର ପ୍ରଥମ ଇନିଂସକୁ ବିଚାରକୁ ନେଲେ ଦଳ ପକ୍ଷରୁ ଅଧିନାୟକ କ୍ରେଗ ବ୍ରାଥୱେଟ ସର୍ବାଧିକ ୭୫ ରନ କରିଥିବା ବେଳେ ଆଥାଞ୍ଜି ୩୭ ରନ କରିଛନ୍ତି। ଭାରତ ପକ୍ଷରୁ ସିରାଜ ୫ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ମୁକେଶ କୁମାର ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ୱିକେଟ୍ ମିଳିଛି। 

ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୪୩୮ ରନ୍ କରିଛି। ତା’ ମଧ୍ୟରେ ରହିଛି ବିରାଟ କୋହଲିଙ୍କ ୧୨୧ ରନ୍‌। ସେହିପରି ଯଶସ୍ୱୀ ଜୈସ୍ୱାଲ ୫୭, ରୋହିତ ଶର୍ମା ୮୦, ରବୀନ୍ଦ୍ର ଜାଡ଼େଜା ୬୧ ଓ ରବିଚନ୍ଦ୍ରନ ଅଶ୍ୱିନ ୫୬ ରନ୍ କରିଛନ୍ତି।

Indian Cricket Team INDvsWI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe