Advertisment

ମହମ୍ମଦ ସିରାଜଙ୍କୁ ମିଳିବ ଜମି ଓ ସରକାରୀ ଚାକିରି

ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ହେବା ପରେ ଗତ ସପ୍ତାହରେ ହାଇଦ୍ରାବାଦ ଫେରିଥିବା ମହମ୍ମଦ ସିରାଜ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

author-image
Jitendra Garnayak
Mohammed Siraj

Mohammed Siraj

ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪ ଜିତିଥିବା ବେଳେ ଏହାର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ତେଲଙ୍ଗାନା ସରକାର ପୁରସ୍କୃତ କରିଛନ୍ତି। ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀ ଘୋଷଣା କରିଛନ୍ତି। 

Advertisment

ହାଇଦ୍ରାବାଦ କିମ୍ବା ଏହା ଆଖପାଖ ଅଞ୍ଚଳରେ ମହମ୍ମଦ ସିରାଜଙ୍କ ପାଇଁ ଘର ତିଆରି କରିବା ନିମିତ୍ତ ଏକ ଉପଯୁକ୍ତ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିରାଜଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ କହିଛନ୍ତି। 

ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ହେବା ପରେ ଗତ ସପ୍ତାହରେ ହାଇଦ୍ରାବାଦ ଫେରିଥିବା ମହମ୍ମଦ ସିରାଜ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ।  

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ, ମହମ୍ମଦ ସିରାଜ ଦେଶ ପାଇଁ ଗୌରବ ଆଣିବା ସହିତ ତେଲଙ୍ଗାନା ପାଇଁ ବହୁ ସମ୍ମାନ ଆଣିଛନ୍ତି।