Advertisment

'କ୍ରିକେଟ୍ ଛାଡ଼, ବାପାଙ୍କ ସହ ମିଶି ଅଟୋ ଚଲାଅ'

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ପେସର୍ ମହମ୍ମଦ ସିରାଜ ଟିମ୍ ଇଣ୍ଡିଆରେ ନିଜର ସ୍ଥାନକୁ ସୁରକ୍ଷିତ କରିସାରିଛନ୍ତି। କିନ୍ତୁ ଏମିତି ସମୟ ଆସିଥିଲା, ଯେତେବେଳେ ତାଙ୍କୁ କ୍ରିକେଟ୍ ଛାଡ଼ିବାକୁ କୁହାଯାଇଯାଇଥିଲା। ଖୋଦ୍ ସିରାଜ୍ ଏମିତି କଥା କହିଛନ୍ତି। ସିରାଜଙ୍କ ପାଇଁ ୨୦୧୯ ଆଇପିଏଲ୍ ସିଜନ୍ ବହୁତ ଖରାପ ଥିଲା, ଯାହା ପରେ ତାଙ୍କୁ କ୍ରିକେଟ୍ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ଏହା ବଦଳରେ ନିଜ ପିତାଙ୍କ ସହ ଅଟୋ ଚଳାଇବାକୁ କୁହାଯାଇଥିଲା। ଏଭଳି ସମାଲୋଚନା ପରେ ସିରାଜ୍ ନିଜ କ୍ୟାରିୟରକୁ […]

ଅଦ୍ୟତନ ହୋଇଛି
'କ୍ରିକେଟ୍ ଛାଡ଼, ବାପାଙ୍କ ସହ ମିଶି ଅଟୋ ଚଲାଅ'

SIRAJ

Advertisment

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ପେସର୍ ମହମ୍ମଦ ସିରାଜ ଟିମ୍ ଇଣ୍ଡିଆରେ ନିଜର ସ୍ଥାନକୁ ସୁରକ୍ଷିତ କରିସାରିଛନ୍ତି। କିନ୍ତୁ ଏମିତି ସମୟ ଆସିଥିଲା, ଯେତେବେଳେ ତାଙ୍କୁ କ୍ରିକେଟ୍ ଛାଡ଼ିବାକୁ କୁହାଯାଇଯାଇଥିଲା। ଖୋଦ୍ ସିରାଜ୍ ଏମିତି କଥା କହିଛନ୍ତି। ସିରାଜଙ୍କ ପାଇଁ ୨୦୧୯ ଆଇପିଏଲ୍ ସିଜନ୍ ବହୁତ ଖରାପ ଥିଲା, ଯାହା ପରେ ତାଙ୍କୁ କ୍ରିକେଟ୍ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ଏହା ବଦଳରେ ନିଜ ପିତାଙ୍କ ସହ ଅଟୋ ଚଳାଇବାକୁ କୁହାଯାଇଥିଲା। ଏଭଳି ସମାଲୋଚନା ପରେ ସିରାଜ୍ ନିଜ କ୍ୟାରିୟରକୁ ନେଇ ବହୁତ ଚିନ୍ତାରେ ପଡ଼ିଯାଇଥିଲେ ଏବଂ ତାଙ୍କୁ ଲାଗୁଥିଲା ଯେପରି ସେ ଆଉ କ୍ରିକେଟ୍ ଖେଳିପାରିବେ ନାହିଁ। କିନ୍ତୁ ସେହି ସମୟରେ ମହେନ୍ଦ୍ର ସିଂ ଧୋନିଙ୍କ କଥା ତାଙ୍କୁ ପ୍ରୋତ୍ସାହନ ଦେଇଥିଲେ। ୨୦୧୯ ଆଇପିଏଲରେ ସିରାଜ ୯.୫୫ ଇକୋନମୀ ରେଟରେ ମାତ୍ର ୭ଟି ୱିକେଟ୍ ନେଇଥିଲେ।

Advertisment

ଆରସିବିର ପଡକାଷ୍ଟରେ ସିରାଜ କହିଛନ୍ତି, ୨୦୧୯ରେ ଆରସିବି ପକ୍ଷରୁ ମୋର ପ୍ରଦର୍ଶନ ଏତେ ଖରାପ ଥିଲା ଯେ ଲାଗୁଥିଲା ଯେପରି ଏହା ମୋର ଶେଷ ଆଇପିଏଲ୍। କିନ୍ତୁ ସେତେବେଳେ ମୁଁ ଭାବିଲି ମୋ ପାଖରେ ଏବେ ବୟସ ଅଛି। ଏଥିପାଇଁ ମୁଁ ନିଜ ଉପରେ ଭରସା ରଖିବାକୁ ନିଷ୍ପତ୍ତି ନେଲି ଏବଂ ଆରସିବି ମ୍ୟାନେଜମେଣ୍ଟ ମଧ୍ୟ ମୋତେ ସମର୍ଥନ କରିଥିଲା। କୌଣସି ଫ୍ରାଞ୍ଚାଇଜି ଏଭଳି ଖରାପ ପ୍ରଦର୍ଶନ ପରେ ଜଣେ ବୋଲରଙ୍କୁ ନିଜ ଟିମରେ ରଖିବ ନାହିଁ। କିନ୍ତୁ ଆରସିବି ମୋତେ ସମର୍ଥନ କରିଥିଲା ଏବଂ ପୁଣି ୨୦୨୦ରେ କେକେଆର୍ ବିପକ୍ଷ ମ୍ୟାଚ୍ ମୋ ଜୀବନକୁ ବଦଳାଇ ଦେଇଥିଲା।

ସିରାଜ କହିଛନ୍ତି, ଯେତେବେଳେ ମୁଁ କେକେଆର୍ ବିପକ୍ଷ ମ୍ୟାଚରେ ଦୁଇଟି ବିମର୍ (ହାଇ ଫୁଲଟୋସ୍) ପକାଇଲି, ଲୋକେ ମୋତେ କ୍ରିକେଟ୍ ଛାଡ଼ିବାକୁ କହିଥିଲେ। ଆଉ ଏହା ବଦଳରେ ଘରକୁ ଯାଇ ନିଜ ପିତାଙ୍କ ସହ ଅଟୋ ଚଳାଇବାକୁ କହିଥିଲେ। ଏମିତି ଅନେକ କମେଣ୍ଟ ମୋତେ ମିଳିଥିଲା। ଲୋକେ ମୋତେ ଖୁବ୍ ସମାଲୋଚନା କଲେ, କିନ୍ତୁ ମୋ ସଂଘର୍ଷକୁ ଭୁଲିଗଲେ। ମୋର ମନେ ଅଛି ମୁଁ ଯେତେବେଳେ ପ୍ରଥମଥର ଚୟନ ହୋଇଥିଲି, ମହେନ୍ଦ୍ର ସିଂ ଧୋନି ମୋତେ ଲୋକଙ୍କ କଥା ନଶୁଣିବାକୁ କହିଥିଲେ। ମାହି ଭାଇ ମୋତେ କହିଥିଲେ ଯେ ଆଜି ଆପଣ ଯଦି ଭଲ ପ୍ରଦର୍ଶନ କରିବେ, ତାହେଲେ ଲୋକେ ପ୍ରଶଂସା କରିବେ। ହେଲେ ଖରାପ ପ୍ରଦର୍ଶନ କଲେ ସେହି ଲୋକେ ଗାଳି ଦେବେ। ଏଥିପାଇଁ ଏହାକୁ କେବେବି ଗୁରୁତ୍ୱ ଦିଅ ନାହିଁ ବୋଲି ମାହି ଭାଇ ମୋତେ କହିଥିଲେ।

Advertisment

https://twitter.com/RCBTweets/status/1490890629689315331?s=20&t=cBvLxu20a8bmi_X6jLdlLw

ସିରାଜ ଆହୁରି କହିଛନ୍ତି, ଯେଉଁ ଲୋକେ ମୋତେ ବାରମ୍ବାର ଟ୍ରୋଲ୍ କରୁଥିଲେ, ଆଜି ସେମାନେ ମୋତେ ଭଲ ବୋଲର କହୁଛନ୍ତି। ସତ କହିବାକୁ ଗଲେ, ମୋତେ କାହାର ରାୟ ଦରକାର ନାହିଁ। ମୁଁ ସେହି ସିରାଜ, ଯାହା ସେତେବେଳେ ଥିଲି ବୋଲି ସିରାଜ କହିଛନ୍ତି।

୨୦୨୦ ଆଇପିଏଲରେ ଭଲ ପ୍ରଦର୍ଶନ ପରେ ସିରାଜଙ୍କୁ ୨୦୨୦-୨୧ରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମରେ ସାମିଲ୍ କରାଯାଇଥିଲା। ଏହା ପରେ ସେ ପଛକୁ ଚାହିଁନଥିଲେ। ସେବେଠାରୁ ସିରାଜ୍ ଭାରତ ପାଇଁ ନିୟମିତ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଆଉ ଏଥିପାଇଁ ସେ ବିରାଟ୍ କୋହଲିଙ୍କୁ ଶ୍ରେୟ ଦିଅନ୍ତି। ସିରାଜ୍ କହିଛନ୍ତି, କୋହଲି ମୋତେ ଏମିତି କିଛି କହିଥିଲେ, ଯାହାକୁ ମୁଁ କେବେ ଭୁଲିପାରିବି ନାହିଁ। ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ କୋହଲି ମୋତେ କହିଥିଲେ ଯେ ମିଆଁ, ଭଲ ବୋଲିଂ କଲ। ଆପଣ ଅଷ୍ଟ୍ରେଲିଆରେ ଯାହା କଲ, ତାହା ଅବିଶ୍ୱସନୀୟ ଥିଲା। ଆପଣଙ୍କ ପ୍ରଦର୍ଶନକୁ କେହି ଭୁଲିପାରିବେ ନାହିଁ। ଏହାକୁ କାଏମ ରଖ ଏବଂ ସର୍ବଦା ନିଜ ଫିଟନେସ୍ ଉପରେ ଧ୍ୟାନ ଦେବାକୁ କୋହଲି ମୋତେ କହିଥିଲେ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ସିରାଜଙ୍କର ପିତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପିତା ସର୍ବଦା ନିଜ ପୁଅକୁ ଦେଶ ପାଇଁ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ। ଯେଉଁ କାରଣରୁ ସିରାଜ ନିଜ ପିତାଙ୍କର ଅନ୍ତିମ ସଂସ୍କାରକୁ ଯାଇପାରିନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe