ମୋହଶିନ ନକଭୀ (ଫାଇଲ ଫଟୋ)
ଏସିଆ କପ(Asia Cup) ଫାଇନାଲ ପରେ ଟ୍ରଫିକୁ ନେଇ ହୋଇଥିବା ଭୟଙ୍କର ବିବାଦ ପାଇଁ ଶେଷରେ କ୍ଷମା ମାଗିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ବା ପିସିବି ଅଧ୍ୟକ୍ଷ ମୋହଶିନ ନକଭୀ। ମଙ୍ଗଳବାର ଏସିସିର ବୈଠକ ବେଳେ ଫାଇନାଲ ପରର ଘଟଣା ପାଇଁ ନକଭୀ ବିସିସିଆଇକୁ କ୍ଷମା ମାଗିଛନ୍ତି।
ଭାରତ ଏସିଆ କପ ଫାଇନାଲ ଜିତିଥିଲେ ହେଁ ପିସିବି ମୁଖ୍ୟ ତଥା ଏସିସି ଅଧ୍ୟକ୍ଷ ନକଭୀ ବିଜୟୀ ଦଳକୁ ଟ୍ରଫି ନ ଦେଇ ନିଜ ସହ ହୋଟେଲ ରୁମକୁ ନେଇ ଯାଇଥିଲେ। ଏହାକୁ ନେଇ ବିବାଦ ଦେଖାଯାଇଥିବା ବେଳେ ଏବେ ନକଭୀ ନିଜର କର୍ମ ପାଇଁ ବିସିସିଆଇକୁ ‘ସରି’ କହଛନ୍ତି।
ସୂତ୍ର ଅନୁସାରେ ବିସିସିଆଇ ଆଗରେ ନକଭୀ ରବିବାର ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମତରେ ସ୍ଥିତି ଯେଉଁଭଳି ବିବାଦୀୟ ରୂପ ନେଲା, ତାହା ହେବାର ନଥିଲା। ଫାଇନାଲ ଜିତିବା ପରେ ଭାରତୀୟ ଟିମକୁ ବିଜୟୀ ଟ୍ରଫି ଓ ମେଡାଲ ଦେବାକୁ ଷ୍ଟେଜ ଉପରକୁ ଆସିଥିଲେ ନକଭୀ। ହେଲେ ସେ ପାକିସ୍ତାନ(Pakistan)ର ମନ୍ତ୍ରୀ ହୋଇଥିବାରୁ ତାଙ୍କ ଠାରୁ ଭାରତୀୟ ଟିମ ଟ୍ରଫି ନେବାକୁ ମନା କରି ଦେଇଥିଲା।
ଷ୍ଟେଜ ଉପରେ ଏପରି ଏକ ସ୍ଥିତିର ସମ୍ମୁଖୀନ ହେବା ପରେ ନକଭୀ ସିଧା ଏସିସିଆଇ ଅଧିକାରୀମାନଙ୍କୁ ଟ୍ରଫି ଓ ମେଡାଲ ପଡ଼ିଆରୁ ନେଇଯିବାକୁ କହିଥିଲେ। ଏହାକୁ ନେଇ ବେଶ ବିବାଦ ହୋଇଥିଲା।
ମଙ୍ଗଳବାର ଅନୁଷ୍ଠିତ ଏସିସି ବୈଠକରେ ବିସିସିଆଇ ପକ୍ଷରୁ ବେଶ ଦୃଢ଼ ଭାବେ ନକଭୀଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ବୈଠକରେ ଯୋଗ ଦେଇଥିବା ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଏସିଆ କପ ଟ୍ରଫି ଏସିସିର ଓ ଏହା ପିସିବି ମୁଖ୍ୟଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ବୋଲି କହିଥିଲେ। ନକଭୀ ହୋଟେଲ ରୁମକୁ ଟ୍ରଫି ଓ ମେଡାଲ ନେଇ ଯାଇଥିବାରୁ ଏହାକୁ ସେ ନିନ୍ଦା କରିଥିଲେ।
ପ୍ରଥମେ ମୁହଁ ଫୁଟାଣି ଦେଖାଉଥିବା ନକଭୀ ବିସିସିଆଇର ଏପରି ଆଭିମୁଖ୍ୟ ଦେଖି ସ୍ୱର ନରମ କରିଥିଲେ। ଏହାପରେ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। କ୍ଷମା ମାଗିଥିଲେ ହେଁ ନକଭୀ ଟ୍ରଫି ନ ଫେରାଇବା ଜିଦରେ ଅଟଳ ରହିଛନ୍ତି। ଯଦି ଭାରତୀୟ ଟିମ ଟ୍ରଫି ଚାହୁଁଛି, ତା’ହେଲେ ଦଳର କ୍ୟାପ୍ଟେନ ବ୍ୟକ୍ତିଗତ ଭାବେ ଦୁବାଇ ସ୍ଥିତି ଏସିସି ଅଫିସକୁ ଆସି ଏହାକୁ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।
କିନ୍ତୁ ତାଙ୍କ ପ୍ରସ୍ତାବକୁ ବିସିସିଆଇ ତୁରନ୍ତ ଅଗ୍ରାହ୍ୟ କରି ଦେଇଛି। କାହିଁକି ଭାରତୀୟ ଅଧିନାୟକ ଦୁବାଇ ଆସି ଟ୍ରଫି ଗ୍ରହଣ କରିବେ ବୋଲି ବିସିସିଆଇ ଓଲଟା ପ୍ରଶ୍ନ କରିଛି। ଏବେ ନକଭୀଙ୍କ ବିରୋଧରେ ବିସିସିଆଇ ପକ୍ଷରୁ ଆଇସିସିରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/01/acc-2025-10-01-15-37-08.jpg)