Advertisment

Asia Cup: ଏସିଆ କପ ଟ୍ରଫି ଫେରାଇବା ପାଇଁ ଅଜବ ସର୍ତ୍ତ ରଖିଲେ ମୋହଶିନ ନକଭୀ

୨ ଦିନ ବିତି ଯାଇଥିବା ବେଳେ ଭାରତୀୟ ଟିମ ପାଖକୁ କେମିତି ବିଜୟୀ ଟ୍ରଫି ଓ ମେଡାଲ ଆସିବ, ତା’ର କୌଣସି ବିଧିବଦ୍ଧ ସୂଚନା ମିଳି ପାରିନାହିଁ। ଫାଇନାଲ ମ୍ୟାଚ୍‌ ପରେ ଭାରତୀୟ ଟିମ ସ୍ୱଦେଶ ଫେରି ଆସିଛି। ତଥାପି ଦଳ ପାଖରେ ଏଯାଏ ବିଜୟୀ ଟ୍ରଫି କିମ୍ବା ମେଡାଲ ପହଞ୍ଚି ନାହିଁ।

author-image
Hemant Lenka
Naqvi

ପିସିବି ମୁଖ୍ୟ ମୋହଶିନ ନକଭୀ

ଏସିଆ କପ(Asia Cup) ଭାରତ ଜିତିବା ପରେ ବି ଏସିସି ମୁଖ୍ୟ ମୋହଶିନ ନକଭୀ ବିଜୟୀ ଦଳକୁ ଟ୍ରଫି ଦେଇ ନାହାନ୍ତି। ଭାରିକୁ ଟ୍ରଫି ଦେବା ବଦଳରେ ସେ ଏହାକୁ ନିଜ ସହ ନେଇ ଚାଲି ଯାଇଛନ୍ତି। ଭାରତୀୟ ଟିମ ଏସିଆ ଦଖଲ କରିଥିଲେ ହେଁ ବିନା ଟ୍ରଫିରେ ବିଜୟ ଉତ୍ସବ ପାଳିଛି।

Advertisment

ରବିବାର ଦୁବାଇରେ ଫାଇନାଲ(Cricket) ଖେଳା ଯାଇଥିଲା। ଆଉ ଏହି ମ୍ୟାଚ୍‌ରେ ଭାରତ ୫ ୱିକେଟରେ ପାକିସ୍ତାନ(India Vs Pakistan)କୁ ହରାଇଥିଲା। ତଥାପି ଭାରତକୁ ଏସିଆ କପ ଟ୍ରଫି ମିଳିନାହିଁ। ମୋହଶିନ ନକଭୀ ଏସିସି ମୁଖ୍ୟ ସହ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ। ତାଙ୍କ ହାତରୁ ଭାରତ ବିଜୟ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲା। ଏଥିପାଇଁ ନକଭୀ ବିଜୟ ଟ୍ରଫି ନିଜ ସହ ହୋଟେଲକୁ ଧରି ଚାଲି ଯାଇଥିଲେ। ବିଶ୍ୱ କ୍ରିକେଟରେ ଇତିହାସରେ ଏପରି ଘଟଣା ପ୍ରଥମଥର ଘଟିଥିବା ବେଳେ ନକଭୀଙ୍କୁ ସମସ୍ତେ ସମାଲୋଚନା କରି ଚାଲିଛନ୍ତି। 

ଏହାକୁ ୨ ଦିନ ବିତି ଯାଇଥିବା ବେଳେ ଭାରତୀୟ ଟିମ ପାଖକୁ କେମିତି ବିଜୟୀ ଟ୍ରଫି ଓ ମେଡାଲ ଆସିବ, ତା’ର କୌଣସି ବିଧିବଦ୍ଧ ସୂଚନା ମିଳି ପାରିନାହିଁ। ଫାଇନାଲ ମ୍ୟାଚ୍‌ ପରେ ଭାରତୀୟ ଟିମ ସ୍ୱଦେଶ ଫେରି ଆସିଛି। ତଥାପି ଦଳ ପାଖରେ ଏଯାଏ ବିଜୟୀ ଟ୍ରଫି କିମ୍ବା ମେଡାଲ ପହଞ୍ଚି ନାହିଁ।

Advertisment

ଏସବୁ ଭିତରେ ନକଭୀ ଭାରତକୁ ବିଜୟୀ ଟ୍ରଫି ଓ ମେଡାଲ ଫେରାଇବାକୁ ରାଜି ହୋଇଛନ୍ତି। କିନ୍ତୁ ପାକିସ୍ତାନ ସରକାରରେ ମନ୍ତ୍ରୀ ଥିବା ଏହି ବ୍ୟକ୍ତି ଜଣଙ୍କ ଏଥିପାଇଁ ଗୋଟିଏ ଅଜବ ସର୍ତ୍ତ ରଖିଛନ୍ତି। କ୍ରିକବଜରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତକୁ ଟ୍ରଫି ଫେରାଇବା ପାଇଁ ନକଭୀ ରାଜି ଥିବା ଆୟୋଜକମାନଙ୍କୁ ଜଣାଇଛନ୍ତି। କିନ୍ତୁ ସୂର୍ଯ୍ୟ କୁମାର ଯାଦବ ଓ ତାଙ୍କ ଟିମର ସଦସ୍ୟମାନେ ସେତେବେଳେ ବିଜୟୀ ଟ୍ରଫି ଓ ମେଡାଲ ପାଇବେ ଯେତେବେଳେ ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ। ଆଉ ଉକ୍ତ କାର୍ଯ୍ୟକ୍ରମରେ ନକଭୀ ହିଁ ଭାରତୀୟ ଟିମକୁ ଟ୍ରଫି ଓ ମେଡାଲ ପ୍ରଦାନ କରିବେ।

ନକଭୀଙ୍କ ଏଭଳି ସର୍ତ୍ତ ଆଦୌ ଗ୍ରହଣୀୟ ନୁହେଁ। କାରଣ ଏସିଆ କପ ଫାଇନାଲରେ ନକଭୀ ହିଁ ଟ୍ରଫି ଦେବାକୁ ଗୋଡ଼ ଟେକି ବସିବାରୁ ଭାରତ ଏହାକୁ ଗ୍ରହଣ କରି ନଥିଲା। ବିନା ଟ୍ରଫିରେ ଦଳର ସଦସ୍ୟମାନେ ବିଜୟ ଉତ୍ସବ ପାଳିଥିଲେ। ସେମାନେ ନକଭୀଙ୍କୁ ବୟକଟ କରିଥିଲେ।

ଏବେ ନକଭୀ ଟ୍ରଫି ଫେରାଇବା ପାଇଁ ସର୍ତ୍ତରେ ସେ ହିଁ ଟ୍ରଫି ଦେବାକୁ ଚାହୁଁଥିବା କହିଛନ୍ତି। ତେଣୁ ତାଙ୍କର ଏହି ସର୍ତ୍ତ କେବେ ହେଲେ ପୂରଣ ହେବାର ସମ୍ଭାବନା ନାହିଁ। ସମ୍ଭବତଃ ଟ୍ରଫି ଫେରାଇବାକୁ ଚାହୁଁଥିବା ନକଭୀ ଜାଣିଶୁଣି ଏପରି ସର୍ତ୍ତ ରଖିଥିବା କୁହାଯାଉଛି। 

Cricket India Vs Pakistan Asia Cup