/odisha-reporter/media/post_attachments/uploadimage/library/16_9/16_9_0/Cricket_1725545827.jpg)
Cricket
ଟି-୨୦ କ୍ରିକେଟରେ ଦେଖିବାକୁ ମିଳିଛି ଏକ ବିରଳ ରେକର୍ଡ। ଚୌକା ଛକା ବର୍ଷା ହେବା ସ୍ଥାନରେ ଝଡ଼ିଛି ୱିକେଟ। ପୂରା ଟିମ ମାତ୍ର ୧୦ ରନରେ ହୋଇ ଯାଇଛି ଅଲଆଉଟ। ୫ ଜଣ ବ୍ୟାଟର ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇ ନାହାନ୍ତି। ଟି-୨୦ ବିଶ୍ୱକପର ଏସିଆ କ୍ୱାଲିଫାୟରରେ ଘଟିଛି ଏମିତି ଘଟଣା। ମଙ୍ଗୋଲିଆ ନାଁରେ ଯୋଡ଼ି ହୋଇଯାଇଛି ଏପରି ଲଜାଜନକ ରେକର୍ଡ।
ସିଙ୍ଗାପୁର ବିପକ୍ଷରେ ମଙ୍ଗୋଲିଆ ମାତ୍ର ୧୦ ରନ କରି ସମସ୍ତ ୱିକେଟ ହରାଇଛି। ଏହା ପୁରୁଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଯୁଗ୍ମ ସର୍ବନିମ୍ନ ସ୍କୋର। ମଙ୍ଗୋଲିଆ ଏବେ ଇସଲେର ଲଜାଜନକ ରେକର୍ଡର ସମକକ୍ଷ ହୋଇଛି। ଗତବର୍ଷ ସ୍ପେନ ବିପକ୍ଷ ଟି-୨୦ ମ୍ୟାଚ୍ରେ ଇସଲେ ସମାନ ୧୦ ରନ କରି ଅଲଆଉଟ ହୋଇଯାଇଥିଲା।
ଏବେ ସିଙ୍ଗାପୁର ବିପକ୍ଷରେ ମଙ୍ଗୋଲି ୧୦ ରନ କରିବାକୁ ସକ୍ଷମ ହୋଇଛି। ୧୧ ରନର ଟାର୍ଗେଟକୁ ସିଙ୍ଗାପୁର ଗୋଟିଏ ୱିକେଟ ହରାଇ ୧୧୫ ବଲ ପୂର୍ବରୁ ହାସଲ କରି ନେଇଛି। ସିଙ୍ଗାପୁର ପ୍ରଥମ ବଲରେ ୱିକେଟ ହରାଇଥିଲେ ହେଁ ବାକି ୪ ବଲରୁ ବିଜୟ ଲକ୍ଷ୍ୟକୁ ପୂରଣ କରିଛି।
ଟୁର୍ଣ୍ଣାମେଣ୍ଟରେ ଏହା ସିଙ୍ଗାପୁରର ଦ୍ୱିତୀୟ ବିଜୟ। ସେହିପରି ମଙ୍ଗୋଲିଆ ୪ ମ୍ୟାଚ୍ରୁ ୪ ପରାଜୟ ସହ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି।
ସିଙ୍ଗାପୁର ପାଇଁ ବୋଲିଂରେ ହର୍ଷ ଭରଦ୍ୱାଜ କମାଲ କରିଛନ୍ତି। ସେ ୪ ଓଭରରେ ମାତ୍ର ୩ ରନ ଦେଇ ୬ ୱିକେଟ ନେଇଛନ୍ତି। ଏହା ପୁରୁଷ ଟି-୨୦ ଅନ୍ତର୍ଜାତୀୟ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ୧୭ ବର୍ଷୀୟ ଲେଗ ସ୍ପିନର ହର୍ଷ ନିଜର ପ୍ରଥମ ଓଭରରେ ୨ଟି ୱିକେଟ ନେଇଥିଲେ। ଏହାପରେ ସେ ଆଉ ୪ ୱିକେଟ ନେଇଥିଲେ। ଏହାବାଦ ଅକ୍ଷୟ ପୁରୀ ୨ଟି, ରାହୁଲ ଶେଷାଦ୍ରୀ ଓ ରମେଶ କାଲିମୁଥୁ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ମଙ୍ଗୋଲିଆ ଇନିଂସରେ ୫ ଜଣ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ପୂରା ଟିମ ୧୦ ଓଭର ବ୍ୟାଟିଂ କରିଥିବା ବେଳେ ୩ଟି ମେଡେନ ଦେଇଛନ୍ତି। ୪ର୍ଥ ଓ ଶେଷ ୱିକେଟ ପାଇଁ ଦଳ ସର୍ବାଧିକ ଭାଗିଦାରୀ ୧୧ଟି ଲେଖାଏ ବଲ ରହିଥିଲା।
୧୧ ରନର ଟାର୍ଗେଟକୁ ପିଛା କରୁଥିବା ସିଙ୍ଗାପୁର ପ୍ରଥମ ବଲରେ ୱିକେଟ ହରାଇଥିଲା। କିନ୍ତୁ ଏହାପରେ ରାହୁଲ ଶର୍ମା ନିଜର ପ୍ରଥମ ବଲରେ ଛକା ମାରିଥିଲେ। ଏହାପର ପରବର୍ତ୍ତୀ ବଲରେ ତାଙ୍କୁ ୧ ରନ ମିଳିଥିଲା। ୱିଲିୟମ ସିମ୍ପସନ ପ୍ରଥମ ବଲରେ ୨ ରନ ଓ ପରେ ଚୌକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
