Advertisment

ବିଶ୍ୱକପ ବିପର୍ଯ୍ୟୟ: ଇସ୍ତଫା ଦେଲେ ପାକିସ୍ତାନର ବୋଲିଂ କୋଚ୍‌

ବିଶ୍ୱକପ ପୂର୍ବରୁ ଦ୍ରୁତ ବୋଲର ନଶୀମ ଶାହ ଆହତ ହୋଇଥିଲେ। ତାଙ୍କ ଅନୁପସ୍ଥିତିରେ ଶାହୀନ ଶାହ ଆଫ୍ରିଦି, ହ୍ୟାରିସ ରୌଫ, ହାସନ ଅଲୀ ଓ ମହମ୍ମଦ ୱାସିମ ଜୁନିୟର ପାକିସ୍ତାନର କମାଣ ସମ୍ଭାଳିଥିଲେ।

Morkel

Morkel

Advertisment

ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରବିବାର ଦଳ ସ୍ୱଦେଶରେ ପହଞ୍ଚିଛି। ସେଠାରେ ପହଞ୍ଚିବା ପରେ ପୂରା ଟିମରେ ହଡ଼କମ୍ପ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ପାକିସ୍ତାନର ବୋଲିଂ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ମୋର୍ଣ୍ଣି ମୋର୍କେଲ। ସେ ତାଙ୍କ ଇସ୍ତଫାପତ୍ରକୁ ପାକିସ୍ତାନ କ୍ରିକେଟ ବୋର୍ଡ ନିକଟକୁ ପଠାଇ ଦେଇଛନ୍ତି।

Advertisment

ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳ ସହ ଜଡ଼ିତ ଥିବା ପ୍ରଥମ ବ୍ୟକ୍ତି ଭାବେ ମୋର୍କେଲ ଏପରି ପଦକ୍ଷେପ ନେଇଛନ୍ତି। ଆଗକୁ ଅନେକ ସର୍ପୋଟ ଷ୍ଟାଫ ଇସ୍ତଫା ଦେବାର ସମ୍ଭାବନା ରହିଛି। ସେହିପରି ଅଧିନାୟକ ବାବର ଆଜମଙ୍କ ପଦ ମଧ୍ୟ ଯାଇପାରେ ବୋଲି କୁହାଯାଉଛି। 

ପାକିସ୍ତାନ କ୍ରିକେଟ ବୋର୍ଡ ସହ ମୋର୍କେଲ ଗଲା ଜୁନ ମାସରେ ୬ ମାସ ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିଲେ। ଏହାପରେ ସେ ସ୍ଥିତିକୁ ଦେଖି ଚୁକ୍ତିର ଅବଧି ବୃଦ୍ଧି କରିବା ଉପରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। କିନ୍ତୁ ୬ ମାସ ପୂରିବାକୁ ଆଉ କିଛି ଦିନ ଥିବା ବେଳେ ମୋର୍କେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ମୋର୍କେଲ ବୋଲିଂ କୋଚ ଥିବା ବେଳେ ପାକିସ୍ତାନ ପ୍ରତିପକ୍ଷ ଶ୍ରୀଲଙ୍କା ବିପକ୍ଷରେ ୨ଟି ଟେଷ୍ଟ ଖେଳିଥିଲା। ଏହାପରେ ଆଫଗାନିସ୍ତାନ ସହ ଦିନିକିଆ ସିରିଜ ଖେଳିଥିଲା। ଏସିଆ କପ ଓ ବିଶ୍ୱକପରେ ସେ ପାକିସ୍ତାନ ସହ ବୋଲିଂ କୋଚ୍‌ ଭାବେ କାମ କରିଥିଲେ।

ତେବେ ଚଳିତ ବିଶ୍ୱକପରେ ପାକିସ୍ତାନର ଦ୍ରୁତ ବୋଲିଂ ବାହିନୀ ଆଦୌ ପ୍ରଭାବ ଦେଖାଇ ପାରିନାହିଁ। ବିଶ୍ୱକପ ପୂର୍ବରୁ ଦ୍ରୁତ ବୋଲର ନଶୀମ ଶାହ ଆହତ ହୋଇଥିଲେ। ତାଙ୍କ ଅନୁପସ୍ଥିତିରେ ଶାହୀନ ଶାହ ଆଫ୍ରିଦି, ହ୍ୟାରିସ ରୌଫ, ହାସନ ଅଲୀ ଓ ମହମ୍ମଦ ୱାସିମ ଜୁନିୟର ପାକିସ୍ତାନର କମାଣ ସମ୍ଭାଳିଥିଲେ।

ତେବେ ଆଫ୍ରିଦି ୧୮ଟି ୱିକେଟ ନେଇଥିଲେ ହେଁ ଅନ୍ୟ କୌଣସି ବୋଲର ସେମାନଙ୍କ ପ୍ରଭାବ ଦେଖାଇ ପାରି ନାହାନ୍ତି। ବୋଲରମାନେ ଠିକ ସମୟରେ ୱିକେଟ ଦଖଲ କରିବାକୁ ସକ୍ଷମ ନ ହେବାରୁ ପାକିସ୍ତାନ ସେମି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ଏହାପରେ ମୋର୍କେଲ ଆଜି ବୋଲିଂ କୋଚ ପଦରୁ ଇସ୍ତଫା ଦେଇଛନ୍ତି।

Pakistan Cricket ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe