Advertisment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂରେ ଖୁସି ନାହାନ୍ତି ଭାରତର ନୂଆ ବୋଲିଂ କୋଚ୍‌

ସ୍କ୍ୱାଡରେ ଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ଟି-୨୦ରେ ବୋଲିଂ କରିବାକୁ ବେଶ ପରିଶ୍ରମ କରିବାରେ ଲାଗିଛନ୍ତି। କିନ୍ତୁ କୁହାଯାଉଛି ଯେ ପାଣ୍ଡ୍ୟାଙ୍କ ବୋଲିଂ ଦେଖି ମୋର୍କେଲ ଖୁସି ନାହାନ୍ତି।

Pandya

Pandya

Advertisment

ଟିମ ଇଣ୍ଡିଆର ନୂଆ ବୋଲିଂ କୋଚ ମୋର୍ଣ୍ଣେ ମୋର୍କେଲ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ବୋଲରଙ୍କୁ ଟ୍ରେନ କରିବାରେ ଲାଗିଛନ୍ତି। ସ୍କ୍ୱାଡରେ ଥିବା ଭାରତୀୟ ଖେଳାଳିମାନେ ମଧ୍ୟ ନେଟ୍ସରେ ଝାଳ ବୁହାଉଛନ୍ତି।

Advertisment

ସ୍କ୍ୱାଡରେ ଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷ ଟି-୨୦ରେ ବୋଲିଂ କରିବାକୁ ବେଶ ପରିଶ୍ରମ କରିବାରେ ଲାଗିଛନ୍ତି। କିନ୍ତୁ କୁହାଯାଉଛି ଯେ ପାଣ୍ଡ୍ୟାଙ୍କ ବୋଲିଂ ଦେଖି ମୋର୍କେଲ ଖୁସି ନାହାନ୍ତି।

ଆବଶ୍ୟକ ସଂଶୋଧନ ପାଇଁ ଉଭୟ ବେଶ କିଛି ସମୟ ନେଟ୍ସ ବେଳେ ଆଲୋଚନା କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଷ୍ଟମ୍ପର ଅତି ନିକଟରୁ ବୋଲିଂ କରୁଛନ୍ତି। ଏହା ମୋର୍କେଲଙ୍କୁ ପସନ୍ଦ ଆସୁନାହିଁ।

Advertisment

ଗ୍ୱାଲିୟରରେ ଆସନ୍ତା ୬ରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ। ସେହି ଗ୍ୱାଲିୟରରେ ଭାରତୀୟ ଟିମ ୩ ତାରିଖରୁ ନେଟ୍ସ ଆରମ୍ଭ କରିଛି। ନେଟ୍ସ ସେସନ୍ସ ବେଳେ ମୋର୍କେଲ ବେଶ ଧ୍ୟାନର ସହ ପାଣ୍ଡ୍ୟାଙ୍କ ରନ ଅପରେ କାମ କରିଛନ୍ତି। ପାଣ୍ଡ୍ୟା ଷ୍ଟମ୍ପର ଅତି ନିକଟରୁ ବୋଲିଂ କରୁଛନ୍ତି। ଏଥିରେ ମୋର୍କେଲ ସନ୍ତୁଷ୍ଟ ହୋଇ ନାହାନ୍ତି ଓ ତାଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି।

ବେଶୀ କଥା କହୁ ନଥିବା ମୋର୍କେଲଙ୍କୁ ନେଟ୍ସ ବେଳେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ପାଣ୍ଡ୍ୟା ଯେତେଥର ବୋଲିଂ ମାର୍କକୁ ଆସୁଥିଲେ ମୋର୍କେଲ ସେତେଥର ତାଙ୍କୁ ଟିପ୍ସ ଦେଉଥିଲେ। ପାଣ୍ଡ୍ୟାଙ୍କ ରିଲିଜ ପଏଣ୍ଟ ଉପରେ ମଧ୍ୟ ମୋର୍କେଲ କାମ କରିଛନ୍ତି।

ପାଣ୍ଡ୍ୟାଙ୍କ ସହ ବେଶ କିଛି ସମୟ ଟ୍ରେନିଂ କରିବା ପରେ ମୋର୍କେଲ ତୁରନ୍ତ ଅର୍ଶଦୀପ ସିଂହ, ହର୍ଷିତ ରାଣା ଓ ଯୁବ ତାରକା ମୟଙ୍କ ଯାଦବଙ୍କ ଉପରେ ଫୋକସ କରିଥିଲେ। ସେମାନଙ୍କୁ ବୋଲିଂର କିଛି ସ୍ୱତନ୍ତ୍ର ଟିପ୍ସ ଦେଇଥିଲେ।

Hardik Pandya Morne Morkel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe