Advertisment

ନିରାଶ କଲେ କେକେଆର୍ ବ୍ୟାଟ୍ସମ୍ୟାନ୍, ରୟାଲ୍ସକୁ ୧୩୪ ରନ୍‌ର ଟାର୍ଗେଟ୍

ମୁମ୍ବାଇ: ପୁଣି ନିରାଶ କଲେ କୋଲାକାତା ନାଇଟ୍ ରାଇଡର୍ସର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍। ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ କେକେଆର୍ ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୩ ରନ୍ କରିଛି। ଫଳରେ ବିଜୟ ଟ୍ରାକକୁ ଫେରିବା ପାଇଁ ରାଜସ୍ଥାନ ରୟାଲ୍ସକୁ ୧୩୪ ରନ୍ କରିବାକୁ ପଡ଼ିବ। ରୟାଲ୍ସର ଶୃଙ୍ଖଳିତ ବୋଲିଂ ଆଗରେ କେକେଆରର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। କେକେଆର୍ ପକ୍ଷରୁ ରାହୁଲ୍ […]

ନିରାଶ କଲେ କେକେଆର୍ ବ୍ୟାଟ୍ସମ୍ୟାନ୍, ରୟାଲ୍ସକୁ ୧୩୪ ରନ୍‌ର ଟାର୍ଗେଟ୍

chris-morris

Advertisment

ମୁମ୍ବାଇ: ପୁଣି ନିରାଶ କଲେ କୋଲାକାତା ନାଇଟ୍ ରାଇଡର୍ସର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍। ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ କେକେଆର୍ ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୩ ରନ୍ କରିଛି। ଫଳରେ ବିଜୟ ଟ୍ରାକକୁ ଫେରିବା ପାଇଁ ରାଜସ୍ଥାନ ରୟାଲ୍ସକୁ ୧୩୪ ରନ୍ କରିବାକୁ ପଡ଼ିବ।

Advertisment

ରୟାଲ୍ସର ଶୃଙ୍ଖଳିତ ବୋଲିଂ ଆଗରେ କେକେଆରର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। କେକେଆର୍ ପକ୍ଷରୁ ରାହୁଲ୍ ତ୍ରିପାଠୀ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୫ ରନ୍ କରିଥିଲେ। ରୟାଲ୍ସ ପକ୍ଷରୁ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି କ୍ରିସ୍ ମୋରିସ୍ ୨୩ ରନ୍ ଦେଇ ସବାର୍ଧିକ ୪ଟି ୱିକେଟ୍ ନେଇଛନ୍ତି।

ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆର ଦୁଇ ଓପ୍ନର ନୀତୀଶ ରାଣା ଓ ଶୁବମନ୍ ଗିଲ୍ ଧିମା ଆରମ୍ଭ କରିଥିଲେ। ଗିଲ୍ ପୁଣିଥରେ ନିରାଶ କରିଥିଲେ ଏବଂ ୧୧ ରନ୍ କରି ରନଆଉଟ୍ ହୋଇଥିଲେ। ନୀତୀଶ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

Advertisment

ତୃତୀୟ ସ୍ଥାନରେ ଆସିଥିବା ରାହୁଲ୍ ତ୍ରିପାଠୀ ଭଲ ବ୍ୟାଟିଂ କରିଥିବା ବେଳେ ସୁନୀଲ୍ ନରିନ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ନିରାଶ କରିଥିଲେ। ନରିନ୍ ୬ ରନ୍ କରି କମବ୍ୟାକ୍ ମ୍ୟାନ୍ ଜୟଦେବ ଉନାଦକଟଙ୍କ ଶିକାର ହୋଇଥିଲେ। ମୋର୍ଗାନ୍ କ୍ରିଜକୁ ଆସୁ ଆସୁ ରନଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତ୍ରିପାଠୀ ଓ ଦିନେଶ କାର୍ତ୍ତିକ ଟିମକୁ ଭଲ ସ୍ଥିତିକୁ ଆଣିଥିଲେ। କିନ୍ତୁ ତ୍ରିପାଠୀଙ୍କ ୱିକେଟ୍ ପତନ ପରେ ଦଳ ପୁଣିଥରେ ବ୍ୟାକଫୁଟକୁ ଚାଲିଆସିଥିଲା।

ତ୍ରିପାଠୀଙ୍କୁ ମୁସ୍ତାଫିଜୁର ରେହମାନ୍ ଆଉଟ୍ କରିଥିଲେ। ରାଜସ୍ଥାନ ରୟାଲ୍ସର ମୋରିସ୍ ଗୋଟିଏ ଓଭରରେ ଆନ୍ଦ୍ରେ ରସେଲ୍ (୯) ଓ କାର୍ତ୍ତିକଙ୍କ ୱିକେଟ୍ ନେଇ କେକେଆର୍ ସମ୍ମାନଜନକ ସ୍କୋର ଆଶା କ୍ଷୀଣ କରିଦେଇଥିଲେ। ଲୋୟର ଅର୍ଡରରେ ପ୍ୟାଟ୍ କମିନ୍ସ ୧୦, ଶିବମ୍ ମାଭି ୫ ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଉନାଦକଟ୍, ଚେତନ ସାକାରିୟା ଓ ମୁସ୍ତାଫିଜୁର ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe