Advertisment

୨୦୨୫ ଶେଷ ଆଇପିଏଲ! ଟି-ଶାର୍ଟରେ ସଙ୍କେତ ଦେଲେ ଧୋନି

ଧୋନି ଆଜି ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ଆସିଛନ୍ତି। ସେ ପିନ୍ଧିଥିବା ଟି-ଶାର୍ଟ ହିଁ ତାଙ୍କ ଅବସରର ସଙ୍କେତ ଦେଇଛନ୍ତି।

author-image
Hemant Lenka
Dhoni

Dhoni

ନିଜର ଭବିଷ୍ୟତ ସମ୍ପର୍କରେ ମହେନ୍ଦ୍ର ସିଂହ ଧୋନି ସବୁବେଳେ ଅସାଧାରଣ ଢଙ୍ଗରେ ଖୁଲାସା କରନ୍ତି। ସମସ୍ତଙ୍କୁ ଚକିତ କରି ସେ ଅଷ୍ଟ୍ରେଲି ଟୁର ଅଧାରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୨୦୨୦ ସ୍ୱାଧୀନତା ଦିବସରେ ସେ ହଠାତ୍‌ ସୋଶାଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ହେଁ ଧୋନି ଆଇପିଏଲ ଖେଳିବା ଜାରି ରଖିଛନ୍ତି। ଆଇପିଏଲର ବେଶ କିଛି ସଂସ୍କରଣରେ ତାଙ୍କ ଅବସରକୁ ନେଇ ମଧ୍ୟ ନାନା ଚର୍ଚ୍ଚା ହେଉଛି। କିନ୍ତୁ ଏଥର ଲାଗୁଛି ଧୋନି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଆଇପିଏଲ ୨୦୨୫ ତାଙ୍କର ଶେଷ ସଂସ୍କରଣ ବୋଲି ଆଜି ଧୋନି ପରୋକ୍ଷରେ ନିଜ ଫ୍ୟାନ୍ସଙ୍କୁ ଜଣାଇ ଦେଇଛନ୍ତି।

Advertisment

ଧୋନି ଆଜି ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ଆସିଛନ୍ତି। ସେ ପିନ୍ଧିଥିବା ଟି-ଶାର୍ଟ ହିଁ ତାଙ୍କ ଅବସରର ସଙ୍କେତ ଦେଇଛନ୍ତି। ଧୋନି ଟି-ଶାର୍ଟରେ ୱାନ ଲାଷ୍ଟ ଟାଇମ ବା ଶେଷ ଥର ପାଇଁ ଉଲ୍ଲେଖ କରିଛନ୍ତି। କିନ୍ତୁ ଏହାକୁ ଜଣେ ସାଧାରଣ ଲୋକ ଦେଖିଲେ ଜାଣି ପାରିବ ନାହିଁ। ଧୋନି ନିଜ ଷ୍ଟାଇଲରେ ନିଜର ଅବସର ସମ୍ପର୍କରେ ସଙ୍କେତ ଦେଇଛନ୍ତି।

ସେ Morse codeକୁ ନିଜ ଟି-ଶାର୍ଟରେ ଉଲ୍ଲେଖ କରିଛନ୍ତି। Morse code ହେଉଛି ଏକ ବ୍ୟବସ୍ଥା ଯେଉଁଥିରେ କେବଳ ଡଟ୍‌ ଓ ଡ୍ୟାସ ବ୍ୟବହାର ହୋଇଥାଏ। ଏହାକୁ ସାଧାରଣ ଭାଷାରେ କୋଡ ୱାର୍ଡ ମଧ୍ୟ କୁହାଯାଏ। ଏହାକୁ ବୁଝିବା ପାଇଁ ଚ୍ୟାଟଜିପିଟିର ସହାୟତା ନିଆଯାଇଥାଏ।

Advertisment

ଧୋନିଙ୍କ ଟି-ଶାର୍ଟ ଦେଖି ପ୍ରଥମେ କିଛି ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କ ଅବସର ଚର୍ଚ୍ଚା କରିଥିଲେ। ଏହାପରେ ତାଙ୍କ ଟି-ଶାର୍ଟରେ ଥିବା ଡଟ ଓ ଡ୍ୟାସକୁ ଓପନ ଏଆଇର ଚ୍ୟାଟଜିପିଟିରେ ଡିକୋଡ କରାଯାଇଛି।

ଧୋନି ପିନ୍ଧିଥିବା ଟି-ଶାର୍ଟରେ ଏମିତି କିଛି ସଙ୍କେତ ରହିଥିଲା-

*--- -. .

* .-....- ... -

* - .. -- .

ଚ୍ୟାଟଜିପିଟିରେ ଏହାକୁ ବିଶ୍ଲେଷଣ କରିବା ପରେ ଜଣାପଡ଼ିଛି ଯେ ଟି-ଶାର୍ଟରେ ଥିବା ଶେଷ ବା ଲାଷ୍ଟ ଶବ୍ଦରେ ସାମାନ୍ୟ ତ୍ରୁଟି ରହିଛି। କିନ୍ତୁ ବାକି ସବୁ ଠିକ ରହିଛି। ଧୋନି ନିଜ ଟି-ଶାର୍ଟରେ ୱାନ ଲାଷ୍ଟ ଟାଇମ ବା ଶେଷ ଥର ପାଇଁ ବୋଲି ଉଲ୍ଲେଖ କରିଛନ୍ତି।

MSଏମ ଏସ ଧୋନି

Morse codeରେ ୱାନ ଲାଷ୍ଟ ଟାଇମ କେମିତି ଡି-କୋଡ ହୋଇଥାଏ

ONE | --- -. .

LAST | .-.. .- ... -

TIME | - .. -- .

୪୩ ବର୍ଷୀୟ ଧୋନି ୨୦୦୮ରୁ ଚେନ୍ନାଇ ପାଇଁ ଆଇପିଏଲ ଖେଳି ଆସୁଛନ୍ତି। ସେ ଆଇପିଏଲର ସବୁଠାରୁ ବୟସ୍କ ଖେଳାଳି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ଥର ଚାମ୍ପିୟନ ହୋଇଛି। ୨ ମାସ ଧରି ଆଇପିଏଲ ପାଇଁ ନିଜକୁ ଫିଟ ରଖିବା ପାଇଁ ଧୋନିଙ୍କୁ ୬ରୁ ୮ ମାସ ଅଭ୍ୟାସ କରିବାକୁ ପଡ଼ୁଛି।

୨୦୨୫ ଜୁଲାଇରେ ଧୋନି ୪୪ ବର୍ଷରେ ପାଦ ଦେବେ। ତଥାପି ସେ ନିଜର ଫିଟନେସକୁ ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରି ରଖିଛନ୍ତି। ୨୦୨୪ ଆଇପିଏଲରେ ସେ ସମସ୍ତ ୧୪ଟି ଯାକ ମ୍ୟାଚ ଖେଳିଥିଲେ। ୨୨୦ ଷ୍ଟ୍ରାଇକ ରେଟରେ ତାଙ୍କ ବ୍ୟାଟରୁ ୧୬୧ ରନ ବାହାରିଥିଲା।

IPL MS Dhoni IPL 2025