Advertisment

ଯଶପ୍ରୀତ ବୁମ୍ରାଙ୍କ ବଡ଼ ବୟାନ: ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ମା’ ପ୍ରଥମ

ଅହମଦାବାଦ ହେଉଛି ବୁମ୍ରାଙ୍କ ହୋମ ସିଟି। ସେ ପ୍ରଥମଥର ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
India

India

ଶନିବାର ଖେଳାଯିବ ଚଳିତ ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍‌। ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏହା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ। ମ୍ୟାଚ୍‌ ଶନିବାର ହେବାକୁ ଥିବା ବେଳେ ଏବେ ଠାରୁ ଦୁଇ ଦଳର ଖେଳାଳି ଅହମଦାବାଦରେ ପହଞ୍ଚି ଯାଇଛନ୍ତି।

Advertisment

ସେହିପରି ମ୍ୟାଚ୍‌ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ଶନିବାର ପାକିସ୍ତାନ ମ୍ୟାଚ୍‌ ଅପେକ୍ଷା ମା’ଙ୍କୁ ଦେଖା କରିବା ତାଙ୍କ ପାଇଁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ କାମ ବୋଲି ବୁମ୍ରା କହିଛନ୍ତି।

ଅହମଦାବାଦ ହେଉଛି ବୁମ୍ରାଙ୍କ ହୋମ ସିଟି। ସେ ପ୍ରଥମଥର ପାଇଁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାଇଁ ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଶନିବାର ଷ୍ଟାଡିୟମରେ ୧.୩୨ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ରହିବେ।

Advertisment

ତେବେ ଏହି ମ୍ୟାଚ୍‌ ଅପେକ୍ଷା ବୁମ୍ରାଙ୍କ ପାଇଁ ତାଙ୍କ ପରିବାର ଆଗ। ଏଥିପାଇଁ ୨୯ ବର୍ଷୀୟ ବୁମ୍ରା କହିଛନ୍ତି, “ମୁଁ ବେଶ କିଛି ମାସ ହେବ ଦୂରରେ ରହିଥିଲି। ମୁଁ ମୋ ମା’ଙ୍କୁ ଘରେ ଦେଖି ବେଶ ଖୁସି।” ବୁମ୍ରାଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଜଣେ ସ୍କୁଲ ପ୍ରିନ୍ସିପାଲ ତାଙ୍କୁ ପାଳିପୋଷି କ୍ରିକେଟର ବନାଇଛନ୍ତି।

ବୁମ୍ରା ଆହୁରି କହିଛନ୍ତି, “ମୁଁ ମୋ ମା’ଙ୍କୁ ଦେଖା କରିବାକୁ ଯିବି। ଏହା ହିଁ ମୋର ପ୍ରଥମ କାମ। ଏହାପରେ ପାକିସ୍ତାନ ମ୍ୟାଚ୍‌ ମୋ ପାଇଁ ଆସିବ। ମୁଁ ଏଠାରେ ଦିନିକିଆ ଖେଳି ନାହିଁ। କିନ୍ତୁ ମୁଁ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଥିଲି। ଶନିବାର ପୂରା ପରିବେଶ ବେଶ ଚମତ୍କାର ରହିବ। ମୁଁ ନିଶ୍ଚିତ ଯେ ମ୍ୟାଚ ଦେଖିବାକୁ ଅନେକ ଲୋକ ଆସିବେ। ଆଶା ସବୁ କିଛି ଭଲ ହେବ।”

ବୁଧବାର ଆଫଗାନିସ୍ତାନ ମ୍ୟାଚ୍‌ରେ ବୁମ୍ରା ଜବରଦସ୍ତ ବୋଲିଂ କରିଥିଲେ। ସେ ୧୦ ଓଭର୍‌ରେ ୪ ୱିକେଟ ନେବା ସହ କେବଳ ୩୯ ରନ ଖର୍ଚ୍ଚ କରିଥିଲେ। ବୁମ୍ରାଙ୍କ ସମେତ ଅନ୍ୟ ବୋଲରମାନଙ୍କ ଘାତକ ବୋଲିଂ ଯୋଗୁ ଆଫଗାନିସ୍ତାନ ୨୭୨ରନରେ ଅଟକି ଯାଇଥିଲା।

ଏହାପରେ ଭାରତ ୨୭୩ ରନର ଟାର୍ଗେଟକୁ ୩୫ ଓଭର୍‌ରେ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଥିଲା। ଭାରତ ପାଇଁ ରୋହିତ ଶର୍ମା ୧୩୧ ରନର ଇନିଂସ ଖେଳିଥିଲେ।

ICC Jasprit Bumrah India Vs Pakistan ICC Men’s Cricket World Cup 2023 ICC World Cup 2023