Advertisment

ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ଧୋନି କଲେ ଏହି ରେକର୍ଡ

ଲଗାତର ୫ ପରାଜୟ ପରେ ଚେନ୍ନାଇ ବିଜୟ ସ୍ୱାଦ ଚାଖିଛି। ଏହି କମବ୍ୟାକ ମ୍ୟାଚ୍‌ରେ ଧୋନିଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଦମଦାର ଇନିଂସ। ଧୋନି ୧୧ ବଲରେ ଅପରାଜିତ ୨୬ ରନର ଇନିଂସ ଖେଳି ଚେନ୍ନାଇ ଆଗରେ ଥିବା ୧୬୭ ରନର ଟାର୍ଗେଟକୁ ଶେଷ ଓଭରରେ ହାସଲ କରି ନେଇଛନ୍ତି।

ଅଦ୍ୟତନ ହୋଇଛି
MS Dhoni

MS Dhoni

Advertisment

ଥାଲା ରିଟର୍ଣ୍ଣସ। ମାହି ମାର ରାହା ହୈ। ସୋଶାଲ ମିଡିଆରେ ଏପରି ଅନେକ କିଛି କଥା ଭାଇରାଲ ହେବାରେ ଲାଗିଛି। ଏହାର କାରଣ ହେଲା ଆଇପିଏଲ ପ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସର କାମଚଳା ଅଧିନାୟକ ମହେନ୍ଦ୍ର ସିଂହ ଧୋନି କମାଲ କରିଛନ୍ତି। ଆଇପିଏଲ ୨୦୨୫ରେ ସେ ଚେନ୍ନାଇର ଭାଗ୍ୟର ଘଣ୍ଟାକୁ ବୁଲାଇବାକୁ ସକ୍ଷମ ହୋଇଛନ୍ତି। ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ୍‌ରେ ଧୋନିଙ୍କ ବିସ୍ଫୋରଣ ଯୋଗୁ ଚେନ୍ନାଇ ବିଜୟ ବାନା ଉଡ଼ାଇଛି।

Advertisment

ଲଗାତର ୫ ପରାଜୟ ପରେ ଚେନ୍ନାଇ ବିଜୟ ସ୍ୱାଦ ଚାଖିଛି। ଏହି କମବ୍ୟାକ ମ୍ୟାଚ୍‌ରେ ଧୋନିଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଦମଦାର ଇନିଂସ। ଧୋନି ୧୧ ବଲରେ ଅପରାଜିତ ୨୬ ରନର ଇନିଂସ ଖେଳି ଚେନ୍ନାଇ ଆଗରେ ଥିବା ୧୬୭ ରନର ଟାର୍ଗେଟକୁ ଶେଷ ଓଭରରେ ହାସଲ କରି ନେଇଛନ୍ତି। ଏହି ଇନିଂସ ପାଇଁ ଧୋନିଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି। ଯଦିଓ ଥାଲା ଆୟୋଜକଙ୍କ ମ୍ୟାନ ଅଫ ଦି ମ୍ୟାଚ୍‌ ନିଷ୍ପତ୍ତିରେ ଏକମତ ହୋଇ ନାହାନ୍ତି। ତଥାପି ସେ ମ୍ୟାନ ଅଫ ଦି ପୁରସ୍କାର ପାଇଁ ବିବେଚିତ ହୋଇ ଆଇପିଏଲର ସର୍ବକାଳୀନ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଧୋନି ଟି-୨୦ ଲିଗ୍‌ର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ କୌଣସି ମ୍ୟାଚ୍‌ରେ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିବାକୁ ସକ୍ଷମ ହୋଇଛନ୍ତି। ୪୩ ବର୍ଷ ୨୮୦ ଦିନ ବୟସରେ ଧୋନି ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ୧୧ ବର୍ଷ ଧରି ଏହି ରେକର୍ଡ ପ୍ରବଣୀ ତାମ୍ବେଙ୍କ ନାଁରେ ରହିଥିଲା। କିନ୍ତୁ ଏବେ ଧୋନି ଶୀର୍ଷରେ ପହଞ୍ଚି ଯାଇଛନ୍ତି। ଧୋନି ଆଇପିଏଲ ଇତିହାସର ପ୍ରଥମ ଖେଳାଳି ଭାବେ ୪୩ ବର୍ଷ ବୟସରେ ମ୍ୟାନ ଅଫି ଦି ମ୍ୟାଚ୍‌ ପାଇଛନ୍ତି।

Advertisment

ସୋମବାର ଯାଏ ବୟସ୍କ ଖେଳାଳି ଭାବେ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିବାର ରେକର୍ଡ ତାମ୍ବେଙ୍କ ନାଁରେ ରହିଥିଲା। ୨୦୧୪ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ତାମ୍ବେ କେକେଆର ବିପକ୍ଷରେ ଦମଦାର ବୋଲିଂ କରି ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ। ଏହି ସମୟରେ ତାଙ୍କ ବୟସ ୪୨ ବର୍ଷ ୨୦୮ ଦିନ ଥିଲା। ହେଲେ ଧୋନି ଏବେ ତାମ୍ବେଙ୍କ ରେକର୍ଡ ଭାଙ୍ଗିବା ସହ ୪୩ ବର୍ଷ ବୟସରେ ମ୍ୟାନ ଅଫ ଦି ମ୍ୟାଚ୍‌ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି। 

ଧୋନି କହିଛନ୍ତି,“ଆମ ବୋଲିଂ ବାହିନୀ ଭଲ କରିଛନ୍ତି। ବ୍ୟାଟିଂ ୟୁନିଟରେ ଆମେ ଆହୁରି ଭଲ କରିପାରିବୁ। ଭୂମିକା ଓ ଦାୟିତ୍ୱ ସମସ୍ତଙ୍କୁ ବୁଝିବାକୁ ପଡ଼ିବ। ଯଦି ଆପଣଙ୍କୁ ଭଲ ଷ୍ଟାର୍ଟ ମିଳୁଛି, ତା’ହେଲେ ଆପଣମାନେ ଏମିତି ଜଣେ ଜଣେ ଖେଳାଳି ଯିଏ ପୂରା ଶେଷ ଯାଏ ଖେଳି ପାରିବେ। କିନ୍ତୁ କାହିଁକି ଏମିତି ହେଉନି? ମୁଁ ଭାବୁଛି ଶେଖ ରଶିଦ ଭଲ ବ୍ୟାଟିଂ କରିଛନ୍ତି। ସେ ଆମ ସହ ବେଶ କିଛି ବର୍ଷ ହେଲା ରହିଛନ୍ତି। ଚଳିତ ବର୍ଷ ସେ ନେଟ୍ସରେ ଉଭୟ ସ୍ପିନର ଓ ପେସରଙ୍କୁ ଭଲ ଭାବେ ମୁକାବିଲା କରିଥିଲେ। ଏହା କେବଳ ଆରମ୍ଭ ହେବ। ନିଜର ପ୍ରଭାବ ବିସ୍ତାର କରିବାକୁ ତାଙ୍କ ପାଖରେ ଦକ୍ଷତା ରହିଛି।”

ପ୍ଲେୟାର ଅଫ ଦି ମ୍ୟାଚ୍‌ ସମ୍ମାନ ସମ୍ପର୍କରେ ଧୋନି କହିଛନ୍ତି, ଆଫଗାନ ସ୍ପିନର ନୁର ଅହମଦ ଏହାର ହକଦାର। ଆଜି ବି ମୁଁ ଭାବୁଛି ଯେ ସେମାନେ କାହିଁକି ମୋତେ ଏ ପୁରସ୍କାର ଦେଉଛନ୍ତି? ନୁର ଚମତ୍କାର ବୋଲିଂ କରିଥିଲେ। ସେ ଏହା ପାଇବାକୁ ଯୋଗ୍ୟ ବୋଲି ଧୋନି କହିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ହାରି ଘରୋଇ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ଅଧିନାୟକ ଋଷଭ ପନ୍ତଙ୍କ ୬୩ ରନ ବଳରେ ୭ ୱିକେଟ ହରାଇ ୧୬୬ ରନ କରିଥିଲା। ଏହାର ଜବାବରେ ଡେବ୍ୟୁଟାଣ୍ଟ ଶେଖ ରଶିଦ ୧୯ ବଲରେ ୨୭ ଓ ରଚିନ ରବୀନ୍ଦ୍ର ୨୨ ବଲରେ ୩୭ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ମଧ୍ୟକ୍ରମରେ ରାହୁଲ ତ୍ରିପାଠୀ, ରବୀନ୍ଦ୍ର ଜାଡେଜା ଓ ବିଜୟ ଶଙ୍କର ସମସ୍ତଙ୍କୁ ନିରାଶ କରିଥିଲେ।

ଶେଷ ୩୦ ବଲରେ ଚେନ୍ନାଇକୁ ୫୨ ରନ ଆବଶ୍ୟକ ଥିବା ବେଳେ ଧୋନି କ୍ରିଜକୁ ଆସିଥିଲେ। ତାଙ୍କୁ ଶିବମ ଦୁବେ ପୂରା ସାଥ ଦେଇଥିଲେ। ଧୋନି ୧୧ ବଲରେ ଅପରାଜିତ ୨୬ ଓ ଦୁବେ ୩୭ ବଲରେ ୪୩ ରନ କରି ଚେନ୍ନାଇକୁ ୩ ବଲ ପୂର୍ବରୁ ୫ ୱିକେଟରେ ବିଜୟ ଭେଟି ଦେଇଥିଲେ। ଏହା ଚଳିତ ଆଇପିଏଲରେ ଚେନ୍ନାଇର ଦ୍ୱିତୀୟ ବିଜୟ।

IPL MS Dhoni CSK LSG IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe