Advertisment

୧୧୦୦ ମ୍ୟାଚ୍ ଖେଳିଥିବା ପାକିସ୍ତାନର ତିନି କ୍ୟାପଟେନଙ୍କୁ ଧୂଳି ଚଟାଇଛନ୍ତି ଏକା ଧୋନି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ବିଗୁଲ ବାଜି ସାରିଛି। ଟିମ୍ ଇଣ୍ଡିଆ ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଛି। ଭାରତ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମୁକାବିଲା ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଟି-୨୦ ରେକର୍ଡ ଉପରେ ଯଦି ନଜର ପକାଇବା, ତାହେଲେ ଉଭୟ ଟିମ୍ ମଧ୍ୟରେ ମାତ୍ର ୮ଟି ମ୍ୟାଚ୍ ଖେଳାଯାଇଛି। ସବୁ ମ୍ୟାଚର ନେତୃତ୍ୱ ନେଇଛନ୍ତି ମହେନ୍ଦ୍ର ସିଂ ଧୋନି ଏବଂ ସେ ୭ଟି ମୁକାବିଲା […]

ଅଦ୍ୟତନ ହୋଇଛି
୧୧୦୦ ମ୍ୟାଚ୍ ଖେଳିଥିବା ପାକିସ୍ତାନର ତିନି କ୍ୟାପଟେନଙ୍କୁ ଧୂଳି ଚଟାଇଛନ୍ତି ଏକା ଧୋନି

ms-dhoni

Advertisment

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ବିଗୁଲ ବାଜି ସାରିଛି। ଟିମ୍ ଇଣ୍ଡିଆ ତା’ର ପ୍ରଥମ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ହରାଇଛି। ଭାରତ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଏହି ମୁକାବିଲା ଅକ୍ଟୋବର ୨୪ ତାରିଖରେ ଖେଳାଯିବ। ଟି-୨୦ ରେକର୍ଡ ଉପରେ ଯଦି ନଜର ପକାଇବା, ତାହେଲେ ଉଭୟ ଟିମ୍ ମଧ୍ୟରେ ମାତ୍ର ୮ଟି ମ୍ୟାଚ୍ ଖେଳାଯାଇଛି। ସବୁ ମ୍ୟାଚର ନେତୃତ୍ୱ ନେଇଛନ୍ତି ମହେନ୍ଦ୍ର ସିଂ ଧୋନି ଏବଂ ସେ ୭ଟି ମୁକାବିଲା ଜିତିଛନ୍ତି। ଆଉ ଏହାରି ଭିତରେ ଧୋନି ପାକିସ୍ତାନ କ୍ୟାପଟେନ୍ ଭାବେ ଶୋଏବ ମଲିକ୍, ମହମ୍ମଦ ହଫିଜ୍ ଓ ଶାହିଦ୍ ଆଫ୍ରିଦିଙ୍କୁ ହରାଇଛନ୍ତି। ଏସବୁ ଖେଳାଳିଙ୍କ ପାଖରେ ୧୧୦୦ରୁ ଅଧିକ ଟି-୨୦ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ମଲିକ୍ ଓ ହଫିଜ୍ ବିଶ୍ୱକପ୍ ପାଇଁ ପାକିସ୍ତାନ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ମେଣ୍ଟର ଧୋନିଙ୍କ ପାଇଁ ଏହା ବେଶ୍ ମହତ୍ତ୍ୱପୂର୍ଣ୍ଣ ହୋଇପାରେ।

Advertisment

ଟିମ୍ ଇଣ୍ଡିଆ ୨୦୦୭ ବିଶ୍ୱକପରେ ପାକିସ୍ତାନକୁ ଦୁଇଥର ହରାଇଥିଲା। ପ୍ରଥମେ ଲିଗ୍ ମ୍ୟାଚରେ ଏବଂ ପରେ ଫାଇନାଲରେ ପାକକୁ ହରାଇଥିଲା। ଏହି ବିଶ୍ୱକପରେ ପାକିସ୍ତାନ କ୍ୟାପଟେନ୍ ଥିଲେ ମଲିକ୍। ୨୦୧୨ ଟି-୨୦ ବିଶ୍ୱକପରେ ଗୋଟିଏ ମ୍ୟାଚରେ ପୁଣି ପାକିସ୍ତାନ ଧୂଳି ଚାଟିଥିଲା। ସେତେବେଳେ ମହମ୍ମଦ ହଫିଜ୍ କ୍ୟାପଟେନ୍ ଥିଲେ। ୨୦୧୨ରେ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ଆସିଥିଲା। ସେହି ସମୟରେ ହୋଇଥିବା ଗୋଟିଏ ମୁକାବିଲାରେ ଭାରତ ୧୧ ରନରେ ପାକିସ୍ତାନକୁ ପରାସ୍ତ କରିଥିଲେ। ସେତେବେଳେ ମଧ୍ୟ ହଫିଜ୍ କ୍ୟାପଟେନ୍ ଥିଲେ।

We should have scored around 150 runs, laments Pakistan captain - Rediff Cricket

୨୦୧୪ ଟି-୨୦ ବିଶ୍ୱକପ ମୁକାବିଲାରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ସେତେବେଳେ କ୍ୟାପଟେନ୍ ଥିଲେ ମହମ୍ମଦ ହଫିଜ୍। ଏହା ପରେ ୨୦୧୬ରେ ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ଆଫ୍ରିଦି ପାକିସ୍ତାନର କ୍ୟାପଟେନ୍ ଥିଲେ। ଦୁଇଟି ଯାକ ମ୍ୟାଚରେ ଭାରତକୁ ବିଜୟ ମିଳିଥିଲା। ଦୁଇ ଟିମ୍ ମଧ୍ୟରେ ଶେଷଥର ଲାଗି ୨୦୧୬ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲା। ସେହି ମ୍ୟାଚରେ ପାକିସ୍ତାନ ୬ ୱିକେଟରେ ହାରିଯାଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୧୮ ରନ୍ କରିଥିଲା। ଟିମ୍ ଇଣ୍ଡିଆ ୧୫.୫ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟର ପିଛା କରିନେଇଥିଲା। ଏହି ମ୍ୟାଚରେ ବିରାଟ୍ କୋହଲି ଅପରାଜିତ ୫୫ ରନ କରିଥିଲେ। ଏବେ କୋହଲିଙ୍କ ପାଖରେ କ୍ୟାପଟେନ୍ ଭାର ରହିଛି। ଟି-୨୦ରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆକୁ ଏକମାତ୍ର ପରାଜୟ ହଫିଜଙ୍କ ନେତୃତ୍ୱରେ ମିଳିଥିଲା।

Advertisment

shoaib-malik-dhoni-1024 (1) - The Cricket Lounge

ଶୋଏବ ମଲିକ୍ ୪୪୩ଟି ଟି-୨୦ ମ୍ୟାଚ୍ ଖେଳି ୩୭ ହାରରେ ୧୧୦୩୩ ରନ୍ କରିଛନ୍ତି, ଯେଉଁଥିରେ ୬୭ ଅର୍ଦ୍ଧଶତକ ସାମିଲ୍ ଅଛି। ସେ ଟି-୨୦ରେ ୧୫୨ ୱିକେଟ୍ ମଧ୍ୟ ନେଇଛନ୍ତି। ସେହିପରି ହଫିଜ୍ ୩୩୯ ମ୍ୟାଚ୍ ଖେଳି ୭୩୧୪ ରନ୍ କରିଛନ୍ତି, ଯେଉଁଥିରେ ୨ ଶତକ ଓ ୪୨ ଅର୍ଦ୍ଧଶତକ ରହିଛି। ଏହାବ୍ୟତୀତ ଏହି ଅଫ୍ ସ୍ପିନର ଜଣକ ୧୯୦ ୱିକେଟ୍ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷରେ ଆଫ୍ରିଦି ୩୨୬ ଟି-୨୦ ମ୍ୟାଚ୍ ଖେଳି ୪୩୯୫ ରନ୍ କରିଛନ୍ତି। ସେ ଗୋଟିଏ ଶତକ ଓ ୧୦ ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କ ନାଁରେ ୩୪୪ ୱିକେଟ୍ ମଧ୍ୟ ରହିଛି। ଏହି ତିନିଜଣ ମୋଟ ୧୧୦୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

Shahid Afridi Slams Critics Of Ms Dhoni - धोनी के आलोचकों पर बरसे पूर्व पाक कप्तान शाहिद अफरीदी, संन्यास की बात पर यूं निकाली भड़ास - Amar Ujala Hindi News Live

ଟି-୨୦ ବିଶ୍ୱକପରେ ବିଭିନ୍ନ କ୍ୟାପଟେନଙ୍କ ରେକର୍ଡ ମଧ୍ୟରେ ଧୋନି ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେ ୩୩ ଟି-୨୦ରୁ ୨୦ ମ୍ୟାଚ୍ ଜିତିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଥିଲା। ଅନ୍ୟ କୌଣସି କ୍ୟାପଟେନ୍ ବିଶ୍ୱକପର ୧୨ଟି ବିଜୟର ରେକର୍ଡ ମଧ୍ୟ ଛୁଇଁପାରିନାହାନ୍ତି। ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ ଓ ୱେଷ୍ଟଇଣ୍ଡିଜର ଡାରେନ୍ ସାମି ଯଥାକ୍ରମେ ୧୧ଟି ଲେଖାଏ ମ୍ୟାଚ୍ ଜିତିଛନ୍ତି। ସାମିଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ସର୍ବାଧିକ ଦୁଇଥର ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି। କ୍ୟାପଟେନ୍ ଭାବେ କୁମାର ସାଙ୍ଗାକାରା ଶ୍ରୀଲଙ୍କାକୁ ୧୦ଟି ମ୍ୟାଚରେ ଜିତାଇଛନ୍ତି। ତେବେ ଅନ୍ୟ କୌଣସି କ୍ୟାପଟେନ୍ ୧୦ ମ୍ୟାଚ୍ ଜିତିବାର ରେକର୍ଡ ଛୁଇଁନାହାନ୍ତି। ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଓ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ପ୍ରଥମଥର ଟି-୨୦ ବିଶ୍ୱକପରେ ନେତୃତ୍ୱ ନେବେ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe