Advertisment

ଆଉ ଆଇପିଏଲରେ ଦେଖିବାକୁ ମିଳିବନି ଧୋନି ଓ ରୋହିତଙ୍କ କ୍ୟାପ୍ଟେନ୍ସି

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଓ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏ ଆଇପିଏଲ ଟ୍ରଫି ଜିତିଥିଲେ। ଏବେ ଆଇପିଏଲର ଦୁଇ ସଫଳ ଟିମର କମାଣ ଯଥାକ୍ରମେ ଋତୁରାଜ ଗାଏକ୍ୱାଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତକୁ ଯାଇଛି।

Dhoni

Dhoni

Advertisment

ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଛି ଗୋଟିଏ ସ୍ୱର୍ଣ୍ଣିମ ଯୁଗ। ଆଉ ଆଇପିଏଲରେ ଦେଖିବାକୁ ମିଳିବନି ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପ୍ଟେନ୍ସି। ଆଇପିଏଲ ଇତିହାସ ଦୁଇ ସଫଳ ଅଧିନାୟକ ହେଉଛନ୍ତି ଧୋନି ଓ ରୋହିତ। ହେଲେ ୨୦୨୪ ଆଇପିଏଲ ପୂର୍ବରୁ ଉଭୟ ନିଜ ନିଜ ପ୍ରାଞ୍ଚାଇଜ୍‌ର କ୍ୟାପ୍ଟେନ୍ସି ପଦ ଛାଡ଼ିଛନ୍ତି।

Advertisment

ଧୋନି ଓ ରୋହିତ କେବଳ କ୍ୟାପ୍ଟେନ୍ସିରେ ନିଜର ଜଲୱା ଦେଖାଇ ନାହାନ୍ତି, ବରଂ ନିଜ ଦକ୍ଷତା ବଳରେ ପ୍ରାଞ୍ଚାଇଜ ପ୍ରତି ଲୋକଙ୍କ ଭଲ ପାଇବା ମଧ୍ୟ ସୃଷ୍ଟି କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଓ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏ ଆଇପିଏଲ ଟ୍ରଫି ଜିତିଥିଲେ। ଏବେ ଆଇପିଏଲର ଦୁଇ ସଫଳ ଟିମର କମାଣ ଯଥାକ୍ରମେ ଋତୁରାଜ ଗାଏକ୍ୱାଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତକୁ ଯାଇଛି।

୨୦୨୪ ଆଇପିଏଲ ପୂର୍ବରୁ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇର କ୍ୟାପ୍ଟେନ ଭାବେ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଥିଲା। ଏବେ ଧୋନି ଚେନ୍ନାଇର କ୍ୟାପ୍ଟେନ୍ସି ଦାୟିତ୍ୱ ୟଙ୍ଗଷ୍ଟର ଋତୁରାଜ ଗାଏକ୍ୱାଡଙ୍କୁ ହସ୍ତାନ୍ତର କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟ୍ରଫି ଜିତିବା ସହ ନିୟମିତ ଭାବେ ପ୍ଲେଅଫରେ ମଧ୍ୟ ଖେଳିଛି।

Advertisment

୨୦୦୮ରୁ ଚେନ୍ନାଇ ସହ ଧୋନି ରହି ଆସିଛନ୍ତି। ତାଙ୍କ ସମୟରେ ଦଳ ୧୧ ଥର ଫାଇନାଲ ଖେଳିବାର ରେକର୍ଡ କରିଛି। ୨୦୨୨ ଆଇପିଏଲ ପୂର୍ବରୁ ମଧ୍ୟ ଧୋନି କ୍ୟାପ୍ଟେନ୍ସି ଦାୟିତ୍ୱ ରବୀନ୍ଦ୍ର ଜାଡେଜାଙ୍କୁ ଦେଇଥିଲେ। ହେଲେ ତାଙ୍କ ନେତୃତ୍ୱରେ ଦଳ ଆଦୌ ଭଲ ପ୍ରଦର୍ଶନ କରିପାରି ନଥିଲା।

ଦଳ କ୍ରମାଗତ ମ୍ୟାଚ୍‌ ହାରିବାରୁ ଜାଡେଜା ଅଧାରୁ କ୍ୟାପ୍ଟେନ୍ସି ପଦ ଛାଡ଼ି ଦେଇଥିଲେ। ଧୋନି ପୁଣି ଅଧିନାୟକ ହୋଇଥିଲେ। ୨୦୨୩ରେ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ପୁଣି ଟ୍ରଫି ଜିତିଥିଲା।

୨୦୨୨ରେ ଦଳ ୯ମ ସ୍ଥାନରେ ରହିଥିଲା। କିନ୍ତୁ ୨୦୨୩ରେ ଚାମ୍ପିୟନ ହୋଇ ଜବରଦସ୍ତ କମବ୍ୟାକ କରିଥିଲା। ୨୦୨୪ରେ ଦଳ ତା’ର ଆଇପିଏଲ ଅଭିଯାନ ଆସନ୍ତାକାଲି ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ଭେଟିବ।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ଆଇପିଏଲର ଆଉ ଏକ ସଫଳ ଟିମ। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଆଇପିଏଲ ଜିତିଛି। ୨୦୧୩ ଆଇପିଏଲ ଅଧାରୁ ରୋହିତ ଶର୍ମା ମୁମ୍ବାଇର କ୍ୟାପ୍ଟେନ୍ସି ରିକି ପଣ୍ଟିଂ ଠାରୁ ଆଣିଥିଲେ।

ସେହି ବର୍ଷ ମୁମ୍ବାଇ ପ୍ରଥମଥର ଆଇପିଏଲ ଟ୍ରଫି ଜିତିଥିଲା। ଏହାପରେ ୨୦୧୫, ୨୦୧୭,୨୦୧୯,୨୦୨୦ରେ ମୁମ୍ବାଇକୁ ରୋହିତ ଟ୍ରଫି ଭେଟି ଦେଇଥିଲେ। ହେଲେ ୨୦୨୪ ଆଇପିଏଲ ପୂର୍ବରୁ ତାଙ୍କ ସ୍ଥାନରେ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରାଯାଇଛି।

ଧୋନି ଓ ରୋହିତ କ୍ୟାପ୍ଟେନ୍ସି ପଦ ଛାଡ଼ିଥିଲେ ହେଁ ନିଜ ନିଜ ପ୍ରାଞ୍ଚାଇଜ ପାଇଁ ୨୦୨୪ ଆଇପିଏଲରେ ଖେଳିବେ। କିନ୍ତୁ ଫ୍ୟାନ୍ସ ମାହି ଓ ହିଟମ୍ୟାନଙ୍କୁ ଟସ୍‌ ପକାଇବା ବେଳେ ଆଉ ଚିୟର୍ସ କରିପାରିବେ ନାହିଁ।

IPL Rohit Sharma MS Dhoni IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe