Advertisment

ବିଶ୍ୱର ସବୁ କ୍ୟାପଟେନଙ୍କୁ ପଛରେ ପକାଇଲେ ଧୋନି

ଦୁବାଇ: ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ଫାଇନାଲରେ ଟସ୍ ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରକେ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି। ଧୋନି କ୍ୟାପଟେନ୍ ଭାବେ ତାଙ୍କର ୩୦୦ତମ ଟି-୨୦ ମ୍ୟାଚ୍ ଖେଳିଛନ୍ତି। କ୍ରିକେଟର ଏହି ଛୋଟିଆ ଫର୍ମାଟରେ ଏହି ଉପଲବ୍ଧି ହାସଲ କରିବାରେ ମାହି ଦୁନିଆର ପ୍ରଥମ କ୍ୟାପଟେନ୍ ହୋଇଛନ୍ତି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜର ଡାରେନ୍ ସାମି। ସାମି ମୋଟ ୨୦୮ ଟି-୨୦ ମ୍ୟାଚରେ କ୍ୟାପଟେନଶିପ୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିଶ୍ୱର ସବୁ କ୍ୟାପଟେନଙ୍କୁ ପଛରେ ପକାଇଲେ ଧୋନି

ms-dhoni

ଦୁବାଇ: ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ଫାଇନାଲରେ ଟସ୍ ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରକେ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି। ଧୋନି କ୍ୟାପଟେନ୍ ଭାବେ ତାଙ୍କର ୩୦୦ତମ ଟି-୨୦ ମ୍ୟାଚ୍ ଖେଳିଛନ୍ତି। କ୍ରିକେଟର ଏହି ଛୋଟିଆ ଫର୍ମାଟରେ ଏହି ଉପଲବ୍ଧି ହାସଲ କରିବାରେ ମାହି ଦୁନିଆର ପ୍ରଥମ କ୍ୟାପଟେନ୍ ହୋଇଛନ୍ତି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ୱେଷ୍ଟଇଣ୍ଡିଜର ଡାରେନ୍ ସାମି। ସାମି ମୋଟ ୨୦୮ ଟି-୨୦ ମ୍ୟାଚରେ କ୍ୟାପଟେନଶିପ୍ କରିଛନ୍ତି।

Advertisment

ଧୋନି ୨୦୦୮ ମସିହାରୁ ଚେନ୍ନାଇର ନେତୃତ୍ୱ ନେଇ ଆସୁଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୯ଥର ଟାଇଟଲ୍ ମୁକାବିଲାରେ ପ୍ରବେଶ କରିଛି। ଏଥିମଧ୍ୟରୁ ତାଙ୍କ ଟିମ୍ ତିନିଥର (୨୦୧୦, ୨୦୧୧, ୨୦୧୮) ଚାମ୍ପିୟନ୍ ହୋଇଛି। ଧୋନି ଦଶମଥର ଲାଗି ଆଇପିଏଲ୍ ଫାଇନାଲକୁ ଓହ୍ଲାଇଛନ୍ତି। ୨୦୧୭ରେ ସେ ରାଇଜିଂ ପୁନେ ସୁପର୍ ଜାଏଣ୍ଟସ ପକ୍ଷରୁ ଫାଇନାଲ୍ ଖେଳିଥିଲେ। ସେହି ସମୟରେ ଚେନ୍ନାଇ ଟିମକୁ ଦୁଇ ବର୍ଷ ଲାଗି ବ୍ୟାନ୍ କରାଯାଇଥିଲା। କ୍ୟାପଟେନ୍ ଭାବେ ଧୋନିଙ୍କ ବିଜୟ ପ୍ରତିଶତ ୫୯.୭୯ ରହିଛି।

ଧୋନି ଜାନୁଆରୀ ୨୦୧୭ରେ ଭାରତୀୟ କ୍ରିକେଟ୍ ଟିମର ଟି-୨୦ କ୍ୟାପଟେନ୍ ପଦ ଛାଡ଼ିଥିଲେ। ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପ ଧୋନି ନିଜ ନାଁରେ କରିଥିଲେ। ସେ ଭାରତ ପକ୍ଷରୁ ୭୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନେତୃତ୍ୱ ନେଇଛନ୍ତି, ଯେଉଁଥିରୁ ଧୋନି ୪୧ ବିଜୟ ଏବଂ ୨୮ ପରାଜୟ ହାସଲ କରିଛନ୍ତି। ଗୋଟିଏ ମ୍ୟାଚ୍ ଟାଇ ରହିଥିବା ବେଳେ ଦୁଇଟି ମ୍ୟାଚ୍ ବିନା ଫଳାଫଳ ରହିଥିଲା।

Advertisment

୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଧୋନି ଆଜିର ଫାଇନାଲ ମ୍ୟାଚକୁ ଛାଡ଼ି ୨୯୯ ମ୍ୟାଚରେ ନେତୃତ୍ୱ ନେଇଥିଲେ। କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟରେ କେକେଆର୍ ବିପକ୍ଷ ଫାଇନାଲ୍ ମ୍ୟାଚ୍ ତାଙ୍କ କ୍ୟାପଟେନଶିପର ୩୦୦ତମ ହୋଇଛି।

୪୦ ବର୍ଷୀୟ ଧୋନି ଆଇପିଏଲରେ ଚେନ୍ନାଇ ପକ୍ଷରୁ ୨୧୩ ମ୍ୟାଚରେ ନେତୃତ୍ୱ ନେଇଛନ୍ତି, ଯେଉଁଥିରୁ ୧୩୦ ବିଜୟ ମିଳିଥିବା ବେଳେ ୮୧ଟି ମ୍ୟାଚରେ ହାରିଛନ୍ତି। ଧୋନି ୧୪ଟି ମ୍ୟାଚରେ ରାଇଜିଂ ପୁନେ ସୁପର ଜାଏଣ୍ଟସର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ୫ ବିଜୟ ଓ ୯ ପରାଜୟ ମିଳିଛି।