MS Dhoni
ଭାରତୀୟ କ୍ରିକେଟର ଲିଜେଣ୍ଡ କ୍ୟାପ୍ଟେନ କୁଲ ଏମଏସ ଧୋନିଙ୍କ ହେୟାର୍ ଷ୍ଟାଇଲକୁ ନେଇ ପୁଣି ଚର୍ଚ୍ଚା। ଧୋନି ତାଙ୍କ ଆଇକନିକ୍ ଲଙ୍ଗ୍ ହେୟାର ଷ୍ଟାଇଲକୁ ସାଇଡ୍-ଫେଡ୍ ହେୟାରଷ୍ଟାଇଲକୁ ପରିବର୍ତ୍ତନ କରିଛନ୍ତି, ଯାହା ନେଟିଜେନ୍ସଙ୍କ ଧ୍ୟାନ ଆକର୍ଷଣ କରିଛି।
କେବଳ ଧୋନିଙ୍କ ଲୁକକୁ ନେଇ ଚର୍ଚ୍ଚା ହେଉନାହିଁ, ଏହା ପଛରେ ଅନ୍ୟ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। କାରଣ ଧୋନି ଆଇପିଏଲ ସିଜିନ୍ ପୂର୍ବରୁ ନୂଆ ଲୁକରେ ନଜର ଆସନ୍ତି। ଏହାର ଅର୍ଥ ଧୋନିଙ୍କ ହେୟାର୍ ଷ୍ଟାଇଲ୍ ସହ ଆସନ୍ତା ଆଇପିଏଲ ଖେଳିବା ସହ ସଂଯୋଗ ରହିଛି।
କାରଣ ଧୋନି ପୂର୍ବ ସିଜିନରେ ଲଙ୍ଗ୍ ହେୟାର୍ ରଖିବା ପରେ ସେ ଆଇପିଏଲରୁ ଅବସର ନେବା ନେଇ ଚର୍ଚ୍ଚା ହୋଇଥିଲା। କ୍ରିକେଟରୁ ଯେଉଁ ପରି ଭାବେ ଏଣ୍ଟ୍ରି କରିଥିଲେ ସେପରି ବିଦାୟ ନେବା ପାଇଁ ସେ ଲଙ୍ଗ୍ ହେୟାର କରିଥିବା କୁହାଯାଉଥିଲା।
କିନ୍ତୁ ୨୦୨୩ ଆଇପିଏଲ ସରିବା ପରେ ବି ସିଏସକେ କିମ୍ବା ଧୋନିଙ୍କ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନଥିଲା। ଏଥର ସେ ପୁଣି ହେୟାର ଷ୍ଟାଇଲ ବଦଳାଇ ଥିବାରୁ ଆଇପିଏଲ ଖେଳିବେ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ଫ୍ୟାନ୍।
ତେବେ ଧୋନିଙ୍କ ନୂଆ ହେୟାର ଷ୍ଟାଇଲର ଫଟୋ ଆଲିମ ହାକିମ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ ହେବା ମାତ୍ରେ ନେଟିଜେନ୍ସଙ୍କ ଧ୍ୟାନ ଆକର୍ଷଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
