Advertisment

ଧୋନି ହିଁ ଧରିବେ 'ଚେନ୍ନାଇ ସୁପର କିଙ୍ଗ୍ସ'ର ମଙ୍ଗ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଥିବା ଧୋନି ହିଁ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ମଙ୍ଗ ଧରିବେ। ଏନେଇ ମୋହର ମାରିଛନ୍ତି ଖୋଦ୍‌ ଚେନ୍ନାଇ ଟିମ୍‌ର ସିଇଓ କାଶୀ ବିଶ୍ୱନାଥ। ଆସନ୍ତା ୨୦୨୩ ଆଇପିଏଲ୍‌ରେ ଧୋନି ହିଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଏକ ସାକ୍ଷାତକାର୍‌ରେ […]

ଅଦ୍ୟତନ ହୋଇଛି
ଧୋନି ହିଁ ଧରିବେ 'ଚେନ୍ନାଇ ସୁପର କିଙ୍ଗ୍ସ'ର ମଙ୍ଗ

Dhoni

Advertisment

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଥିବା ଧୋନି ହିଁ 'ଚେନ୍ନାଇ ସୁପର କିଙ୍ଗ୍ସ'ର ମଙ୍ଗ ଧରିବେ। ଏନେଇ ମୋହର ମାରିଛନ୍ତି ଖୋଦ୍‌ ଚେନ୍ନାଇ ଟିମ୍‌ର ସିଇଓ କାଶୀ ବିଶ୍ୱନାଥ।

Advertisment

ଆସନ୍ତା ୨୦୨୩ ଆଇପିଏଲ୍‌ରେ ଧୋନି ହିଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଏକ ସାକ୍ଷାତକାର୍‌ରେ ଚେନ୍ନାଇ ଟିମ୍‌ର ସିଇଓ କହିଛନ୍ତି।

୨୦୦୮ରେ ଆଇପିଏଲ୍‌ ଆରମ୍ଭ ହୋଇଥିଲା। ଧୋନି ପ୍ରଥମ ସିଜନରୁ ହିଁ ଚେନ୍ନାଇ ଟିମ୍‌ର ଅଧିନାୟକ ପଦ ସମ୍ଭାଳୁଛନ୍ତି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୪ ଥର ଆଇପିଏଲ ଟ୍ରଫି ଜିତିଛି। ୨୦୨୦ରେ ଧୋନି ନେତୃତ୍ୱରେ ଚେନ୍ନାଇ ଆଇପିଏଲ ଖେଳିଥିଲେ ମଧ୍ୟ ପ୍ଲେ ଅଫକୁ ଯାଇ ପାରି ନଥିଲା। ଏହି ସମୟରେ ଧୋନି ସମସ୍ତଙ୍କୁ ଦଳ ଜବରଦସ୍ତ କମବ୍ୟାକ କରିବ ବୋଲି କହିଥିଲେ। ସତକୁ ସତ ୨୦୨୧ରେ ଚେନ୍ନାଇ ଆଇପିଏଲ ଟ୍ରଫି ଜିତିଥିଲା।

Advertisment

ତେବେ ଗତ ସିଜନ ତଥା ଆଇପିଏଲ୍‌-୨୦୨୨ରେ ଚେନ୍ନାଇ ଫ୍ରାଞ୍ଚାଇଜ୍ କିଛି ପରିବର୍ତ୍ତନ କରିଥିଲା। ସେ ପ୍ରଥମ ଥର ପାଇଁ ଧୋନିଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିଲା। ଧୋନି ଅଧିନାୟକ ପଦ ଛାଡ଼ିବା ସହ ଜାଡେଜାଙ୍କୁ ଚେନ୍ନାଇ କମାଣ ଧରାଇଥିଲେ। ହେଲେ ସେ ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଏହାପରେ ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଥିଲେ ରବୀନ୍ଦ୍ର ଜାଡେଜା। ଆଉ ପୁଣି ଥରେ ଚେନ୍ନାଇ ଟିମ୍‌ର କ୍ୟାପ୍ଟେନ୍‌ ବନିଥିଲେ ମାହି। କିନ୍ତୁ ସେତେବେଳେ ଚେନ୍ନାଇ ଟିମ୍‌ ପ୍ଲେ ଅଫ୍‌ରେ ପହଞ୍ଚି ପାରିନଥିଲା।

ଏଭଳି ସ୍ଥିତିରେ ୪୧ ବର୍ଷିୟ ଧୋନି ପୁଣି ଥରେ ପଡିଆକୁ ଓହ୍ଲାଇବେ କି ନାହିଁ ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ଯଦି ସେ ମ୍ୟାଚ୍‌ ଖେଳିବେ ତେବେ ସେ କ୍ୟାପ୍ଟେନ୍ ରହିବେ ନା ନାହିଁ ତାକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ ରହିଥିଲା। ଏବେ ଏ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇଛି। ଆସନ୍ତା ଆଇପିଏଲ୍‌ ସିଜନରେ ଚେନ୍ନାଇ ଟିମ୍‌ର ଦାୟିତ୍ୱ ଧୋନିଙ୍କ ବଦଳରେ ଆଉ ଜଣେ ନୂଆ କ୍ୟାପ୍ଟେନ ନେବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଫ୍ରାଞ୍ଚାଇଜ୍ ସ୍ପଷ୍ଟ କରିଛି ଯେ ଧୋନି ହିଁ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ର ମଙ୍ଗ ଧରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe