Advertisment

ମ୍ୟାଚ୍ ପୂର୍ବରୁ ବଡ଼ବଡ଼ ଛକା ମାରିଲେ ଧୋନି, ଭିଡିଓ ଭାଇରାଲ

ଚେନ୍ନାଇ: ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍‌ରେ ଅଭିଜ୍ଞ ବନାମ ଓ ନବାଗତ ମୁହାଁମୁହିଁ ହେବେ। ଗୋଟିଏ ପଟେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଥିବା ବେଳେ ଅନ୍ୟପଟେ ରହିଛି ନବାଗତ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ତେବେ ଏହାପୂର୍ବରୁ ଧୋନି ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ସେ ନେଟ୍ସରେ ବଡ଼ବଡ଼ ଛକା ମାରି ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ସମସ୍ତଙ୍କୁ […]

ମ୍ୟାଚ୍ ପୂର୍ବରୁ ବଡ଼ବଡ଼ ଛକା ମାରିଲେ ଧୋନି, ଭିଡିଓ ଭାଇରାଲ

Dhoni

Advertisment

ଚେନ୍ନାଇ: ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍‌ରେ ଅଭିଜ୍ଞ ବନାମ ଓ ନବାଗତ ମୁହାଁମୁହିଁ ହେବେ। ଗୋଟିଏ ପଟେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଥିବା ବେଳେ ଅନ୍ୟପଟେ ରହିଛି ନବାଗତ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

Advertisment

ତେବେ ଏହାପୂର୍ବରୁ ଧୋନି ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ସେ ନେଟ୍ସରେ ବଡ଼ବଡ଼ ଛକା ମାରି ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ଧୋନି ନେଟ୍ସରେ କେମିତି ବଡ଼ବଡ଼ ଛକା ମାରୁଛନ୍ତି, ତା’ର ଭିଡିଓ ସିଏସ୍‌କେ ପକ୍ଷରୁ ଟ୍ୱିଟ କରାଯାଇଛି।

ଭିଡିଓ ଅନୁଯାୟୀ, ଧୋନି ପ୍ରଥମେ ଷ୍ଟ୍ରେଟରେ ୨ଟି ଛକା ମାରିବା ପରେ ଏକାଧିକ ବଡ଼ ଶଟ ମିଡୱେକ୍ ଉପରେ ଖେଳିଥିଲେ। ସେ ଆଣ୍ଠୁ ପକାଇ ମଧ୍ୟ ମିଡୱିକେଟ୍‌ ଉପରେ ଛକା ମାରିଛନ୍ତି। ବଲ୍ ବ୍ୟାଟରୁ ବାହାରିବା ବେଳେ ହେଉଥିବା ଶବ୍ଦ ହିଁ ବୟାନ କରୁଛି ଯେ ଧୋନିଙ୍କ ଶଟରେ କେତେ ଦମ ରହିଛି। ଭିଡିଓ ପୋଷ୍ଟ ହେବା ପରେ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Advertisment


୨୦୨୦ ଆଇପିଏଲ ଚେନ୍ନାଇ ପାଇଁ ଆଦୌ ଭଲ ଯାଇ ନଥିଲା। ଦଳ ପ୍ରଥମଥର ପାଇଁ ପ୍ଲେ-ଅଫ ଖେଳିବାକୁ ଯୋଗ୍ୟତା ହାସଲ କରି ପାରି ନଥିଲା। ଧୋନି ମଧ୍ୟ ୧୪ଟି ମ୍ୟାଚ୍‌ରେ ମାତ୍ର ୨୦୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଏଥର ଚେନ୍ନାଇ ଏହାକୁ ଭୁଲି  ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି।

ଗତ ସଂସ୍କରଣ ଖେଳି ନଥିବା ସୁରେଶ ରାଇନା ଏଥର ଦଳକୁ ଫେରିଛନ୍ତି। ସେହିପରି ରବିନ ଉଥାପ୍ପା ମଧ୍ୟ ଚେନ୍ନାଇରେ ପ୍ରଥମଥର ସାମିଲ ହୋଇଛନ୍ତି। ତେଣୁ ଦଳ ଦିଲ୍ଲୀ ବିପକ୍ଷରେ ଭଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଆଇପିଏଲରେ ଅଧିନାୟକ ପଦ ସମ୍ଭାଳିବାକୁ ଯାଉଥିବା ଋଷଭ ପନ୍ତ ମଧ୍ୟ ଅଭିଜ୍ଞ ଧୋନିଙ୍କ ବିରୋଧରେ ଖେଳିବାକୁ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, “ପ୍ରଥମଥର ଅଧିନାୟକ ଭାବେ ମ୍ୟାଚ୍‌ ଖେଳିବାକୁ ମୁଁ ବହୁତ ଉତ୍ସାହିତ। ସେହିପରି ମୋ ଅଧିନାୟକତ୍ୱର ପ୍ରଥମ ମ୍ୟାଚ୍‌ ମାହି ଭାଇ(ଧୋନି)ଙ୍କ ବିପକ୍ଷରେ ରହିଥିବାରୁ ଉତ୍କଣ୍ଠା ଆହୁରି ବଢ଼ି ଯାଇଛି। ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି। ତେଣୁ ଚଳିତ ବର୍ଷ ସେହି ଅଭିଜ୍ଞତାକୁ ଏକାଠି କରି ସିଏସ୍‌କେ ବିରୋଧରେ ଭଲ କରିବାକୁ ଚେଷ୍ଟା କରିବି।”

ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଶ୍ରେୟସ ଆହତ ଯୋଗୁ ପୂରା ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ୨୩ ବର୍ଷ ପନ୍ତକୁ ଅଧିନାୟକ ପଦ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe