Advertisment

ବନ୍ଧା ହେଲେ ଧୋନୀଙ୍କ ବିଜନେସ୍‌ ପାର୍ଟନର

ମିହିର ବ୍ୟବସାୟିକ ଚୁକ୍ତି ପାଳନ କରି ନ ଥିବାରୁ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ନେଇ ଧୋନୀ ରାଞ୍ଚିର ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଥିଲେ। ଏହାପରେ ବନ୍ଧା ହେଇଛନ୍ତି ମିହିର ଦିବାକର।

MS-Dhoni

MS-Dhoni

Advertisment

ବନ୍ଧା ହେଲେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପୂର୍ବତନ ବିଜନେସ୍‌ ପାର୍ଟନର ମିହିର ଦିବାକର। ମିହିର ବ୍ୟବସାୟିକ ଚୁକ୍ତି ପାଳନ କରି ନ ଥିବାରୁ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ନେଇ ଧୋନୀ ରାଞ୍ଚିର ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍‌ ମାମଲା ରୁଜୁ କରି ମିହିରଙ୍କୁ ଗିରଫ କରିଛି।

Advertisment

ମିହିରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଛି। ଜୟପୁରରେ ଧୋନୀଙ୍କ ନାମର ବ୍ୟବହାର କରାଯାଇମିହିର କ୍ରିକେଟ ଏକାଡେମୀ ଖୋଲିଥିବା ଅଭିଯୋଗ ହୋଇଥିଲା। ଫଳରେ ସେଠାକାର ପୁଲିସ୍‌ ମିହିରଙ୍କୁ ବାନ୍ଧିଛି।

‘ଅରକା ସ୍ପୋର୍ଟସ୍‌’ ନାମକ କମ୍ପାନୀର ମ୍ୟାନେଜମେଣ୍ଟ ବିରୋଧରେ ଧୋନୀ ଏହି ଅଭିଯୋଗ ଆଣିଥିଲେ। ମିହିର ଓ ତାଙ୍କ ପତ୍ନୀ ସୌମ୍ୟା ଦାସ ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ।

Advertisment

ଜୟପୁର ପୁଲିସ୍‌ କମିଶନର ବିଜୁ ଜାର୍ଜ ଜୋସେଫଙ୍କ ସୂଚନା ଅନୁଯାୟୀ, ମିହିର ଦିବାକର ଜୟପୁରର ଗାନ୍ଧୀପଥ ଅଞ୍ଚଳରେ ଧୋନୀଙ୍କ ନାମରେ ଏକ କ୍ରିକେଟ ଏକାଡେମୀ ଖୋଲି ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ ଆମେ ମିହିର ଦିବାକରଙ୍କୁ ଗିରଫ କରିଛୁ।

ଧୋନି ନିଜ ଅଭିଯୋଗ କରି କହିଥିଲେ, ‘ ବ୍ୟବସାୟୀ ମିହିର ଦିବାକର ଓ ସୌମ୍ୟା ବିଶ୍ୱାସ ୨୦୧୭ରେ ଏକ ଚୁକ୍ତି କରିଥିଲେ କି ଭାରତ ଓ ବିଦେଶରେ ମୋ ନାଁରେ ଏକ କ୍ରିକେଟ ଏକାଡେମୀ ଖୋଲିବେ। ଚୁକ୍ତି ଅନୁସାରେ ଆରକା ସ୍ପୋର୍ଟସ ପ୍ରାଞ୍ଚାଇଜ ଫି’ ଓ ଲାଭର ଭାଗ ଦେବାକୁ ସ୍ଥିର ହୋଇଥିଲା।

ପରବର୍ତ୍ତୀ ସମୟରେ ମୋ ନାଁରେ ଏକାଡେମୀ ଖୋଲିଥିଲେ ହେଁ ମୋତେ କୌଣସି ପ୍ରକାର ଟଙ୍କା କିମ୍ବା ସୂଚନା ଦିଆଯାଇ ନଥିଲା। ଚୁକ୍ତିରେ ଥିବା ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ମୋତେ ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।’ ଏହାପରେ ବନ୍ଧା ହୋଇଛନ୍ତି ମିହିର ଦିବାକର ।

ମିହିର ଦିବାକର ଓ ତାଙ୍କ ସ୍ତ୍ରୀ ସୌମ୍ୟା ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଧୋନୀଙ୍କ ନାମରେ ମାନହାନି ମାମଲା ରୁଜୁ କରିଥିଲେ। ମିହିର ଅଭିଯୋଗ କରିଥିଲେ, ଧୋନି ମୋ ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ମୁଁ ଗ୍ରହଣ କରି ପାରୁନାହିଁ। କୌଣସି ପ୍ରମାଣ ନଥାଇ ଧୋନି ମୋ ବିରୋଧରେ ଏଭଳି ଅଭିଯୋଗ କରିଥିବାରୁ ମୋର ମାନହାନୀ ହୋଇଛି। ଧୋନିଙ୍କୁ ଏପରି କରିବାର ନଥିଲା

ଏଥିସହ ମିହିର ଓ ତାଙ୍କ ପତ୍ନୀ ବହୁ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧରେ‌ ଅଭିଯୋଗ କରି କ୍ଷତିପୂରଣ ପାଇଁ ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ମିହିରଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe