ମହେନ୍ଦ୍ର ସିଂହ ଧୋନି
ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି ମହେନ୍ଦ୍ର ସିଂହ ଧୋନି। ଏଥିର ସେ ଅନ ଫିଲ୍ଡ ବଦଳରେ ଅଫ ଫିଲ୍ଡ ଘଟଣା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଗାଡ଼ି ପ୍ରତି ଥିବା ଧୋନିଙ୍କ ଭଲ ପାଇବା ପୂରା ଦେଶକୁ ଜଣା। କିନ୍ତୁ ଏହି ଗାଡ଼ି ପାଇଁ ଅଡ଼ୁଆରେ ପଡ଼ିଛନ୍ତି ଧୋନି।
ଡ୍ରାଇଭିଂ କରିବାକୁ ଭଲ ପାଉଥିବା ଧୋନି ଦ୍ରୁତଗତିରେ ଗାଡ଼ି ଚଳାଇ ଧରାପଡ଼ିଛନ୍ତି। ଟ୍ରାଫିକ ନିୟମ ଉଲ୍ଲଙ୍ଘନ ସହ ଧାର୍ଯ୍ୟ ସ୍ପିଡ ଲିଃ ବାହାରେ ସେ ରାଞ୍ଚିରେ ଗାଡ଼ି ଚଳାଇ ତଣ୍ଡ ଗଣିଛନ୍ତି। ଧୋନି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ଦ୍ରୁତଗତିରେ ଗାଡ଼ି ଚଳାଉଥିବାରୁ ତାଙ୍କ ନାଁରେ କଟିଛି ୧ ହଜାର ଟଙ୍କାର ଚାଲାଣ।
ଭାରତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନି ଏବେ ବି ଆଇପିଏଲ ଖେଳୁଛନ୍ତି। ହେଲେ ରାଞ୍ଚି ରାସ୍ତାରେ ସେ ଦ୍ରୁତଗତିରେ ଗାଡ଼ି ଚଳାଉଥିବାରୁ ମୋଟର ଭେଇକିଲ ଆକ୍ଟ ଧାରା ୧୮୩ ଅଧୀନରେ ତାଙ୍କ ନାଁରେ ଇ-ଚାଲାଣ କଟିଛି। ଧୋନି ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଟ୍ରାଫିକ କ୍ୟାମେରାରେ କଏଦ ହୋଇଥିଲା। ଏହାକୁ ଆଧାର କରି ଧୋନିଙ୍କ ନାଁରେ ଇ-ଚାଲାଣ କଟାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
୨୦୨୬ ଆଇପିଏଲ(IPL)ରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗ ଜର୍ସିରେ ଦେଖିବାକୁ ମିଳିବ। ମାର୍ଚ୍ଚ ଶେଷ ସପ୍ତାହରୁ ଆଇପିଏଲ ଆରମ୍ଭ ହେଉଥିବାରୁ ରବିବାର ସିଏସକେ ଦଳର ଜର୍ସି ଉନ୍ମୋଚନ କରିଛି।
୫ଥର ଆଇପିଏଲ ଜିତିଥିବା ସିଏସକେର ୨୦୨୫ ସଂସ୍କରଣ ଭଲ ଯାଇ ନଥିଲା। ଦଳ ୧୪ଟି ମ୍ୟାଚ୍ରୁ କେବଳ ୧୦ଟି ଜିତିଥିଲା ଓ ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ପଏଣ୍ଟ ଟେବୁଲର ଶେଷରେ ରହି ନିଜ ଅଭିଯାନ ଶେଷ କରିଥିଲା। ୨୦୨୬ ଆଇପିଏଲ ପୂର୍ବରୁ ଦଳ ନିଜ ସ୍କ୍ୱାଡରେ ଏକାଧିକ ପରିବର୍ତ୍ତନ କରିଛି।
ରାଜସ୍ଥାନ ରୟାଲ୍ସରୁ ଦଳ ସଞ୍ଜୁ ସାମସନଙ୍କୁ ଆଣିଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ସାମ କରନଙ୍କୁ ଟ୍ରେଡ କରି ଦେଇଛି। ୪୪ ବର୍ଷୀୟ ଧୋନି ୨୦୨୬ ଆଇପିଏଲ ଖେଳିବାକୁ ଯାଉଥିବାରୁ ଚେନ୍ନାଇ ୬ଷ୍ଠ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି।
୨୦୨୫ ଆଇପିଏଲରେ ଧୋନି ୧୩ଟି ଇନିଂସରେ ୧୯୬ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ୧୩୫.୧୭ ରହିଥିଲା। ଆହତ ସମସ୍ୟା ଯୋଗୁ ଦଳର ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ଅନୁପସ୍ଥିତିରେ ଧୋନି ଦଳର କମାଣ ମଧ୍ୟ ସମ୍ଭାଳିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/04/dhoni-2026-03-04-21-14-29.jpg)