Advertisment

ଆଇପିଏଲ୍ ଇତିହାସରେ ପ୍ରଥମଥର ଧୋନି କଲେ ଏହି କାରନାମା

ମୁମ୍ବାଇ: ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ବିଶେଷକରି ତାଙ୍କର ହେଲିକପ୍ଟର ଶଟ୍ ଅଧିକ ଚର୍ଚ୍ଚା ସାଉଁଣ୍ଟିଛି। ଏହିପରି ଧୋନିଙ୍କ ନାଁରେ ଅନେକ କାରନାମା ରହିଛି। କିନ୍ତୁ ବୁଧବାର କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଧୋନି ଏଭଳି ଏକ କାରାନାମା କରିଛନ୍ତି, ଯାହା ସେ ପୂର୍ବରୁ କେବେ କରିନଥିଲେ। କେକେଆର୍ ବିପକ୍ଷ ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନ୍ ମୋଇନ୍ ଅଲୀଙ୍କ ଆଉଟ୍ ହେବା ପରେ ଧୋନି […]

author-image
Ranjit Kumar Jena
ଆଇପିଏଲ୍ ଇତିହାସରେ ପ୍ରଥମଥର ଧୋନି କଲେ ଏହି କାରନାମା

ms-dhoni

ମୁମ୍ବାଇ: ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ବିଶେଷକରି ତାଙ୍କର ହେଲିକପ୍ଟର ଶଟ୍ ଅଧିକ ଚର୍ଚ୍ଚା ସାଉଁଣ୍ଟିଛି। ଏହିପରି ଧୋନିଙ୍କ ନାଁରେ ଅନେକ କାରନାମା ରହିଛି। କିନ୍ତୁ ବୁଧବାର କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଧୋନି ଏଭଳି ଏକ କାରାନାମା କରିଛନ୍ତି, ଯାହା ସେ ପୂର୍ବରୁ କେବେ କରିନଥିଲେ।

Advertisment

କେକେଆର୍ ବିପକ୍ଷ ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନ୍ ମୋଇନ୍ ଅଲୀଙ୍କ ଆଉଟ୍ ହେବା ପରେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ। ଚେନ୍ନାଇ ଇନିଂସର ୧୭ତମ ଓଭରର ପଞ୍ଚମ ବଲରେ ଧୋନି ଚୌକା ମାରିଥିଲେ। ଏହି ଚୌକା ସେ କେକେଆର୍ ସ୍ପିନର ସୁନୀଲ୍ ନରିନଙ୍କ ବଲରେ ମାରିଥିଲେ। ନରିନଙ୍କ ବଲରେ ଧୋନି ଏହା ପୂର୍ବରୁ କେବେବି ବାଉଣ୍ଡ୍ରୀ ମାରିବାରେ ସଫଳ ହୋଇନଥିଲେ। ଏହି ଚୌକା ମାରିବା ପାଇଁ ଧୋନିଙ୍କୁ ୬୫ ବଲ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାର ଅର୍ଥ ଧୋନି ଆଇପିଏଲ୍ ଇତିହାସରେ ପ୍ରଥମଥର ନରିନଙ୍କ ବଲରେ ବାଉଣ୍ଡ୍ରୀ ମାରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୧୫ଶ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଚେନ୍ନାଇ ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ୬୦ ବଲରେ ୯ ଚୌକା ଓ ୪ ଛକା ସହ ଅପରାଜିତ ୯୫ ରନ୍ କରିଥିଲେ।

Advertisment

ତାଙ୍କ ବ୍ୟତୀତ ଓପ୍ନର ଋତୁରାଜ ଗାଏକ୍ୱାଡ୍ ୪୨ ବଲରେ ୬ ଚୌକା ଓ ୪ ଛକା ସହାୟତାରେ ୬୫, ମୋଇନ୍ ଅଲୀ ୨୫, ଧୋନି ୧୭ ରନ୍ ଓ ରବୀନ୍ଦ୍ର ଜାଡେଜା ଅପରାଜିତ ୬ ରନ୍ କରିଥିଲେ। ଚେନ୍ନାଇ ତା’ର ଅନ୍ତିମ ୫ ଓଭରରେ ୭୬ ରନ୍ ସଂଗ୍ରହ କରିଥିଲା। କେକେଆର୍ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆନ୍ଦ୍ରେ ରସେଲ୍ ଓ ସୁନୀଲ୍ ନରିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୨୧ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା। କେକେଆର୍ ପକ୍ଷରୁ ପ୍ୟାଟ୍ କମିନ୍ସ ୬୬, ରସେଲ୍ ୫୪ ଓ ଦିନେଶ କାର୍ତ୍ତିକ ୪୦ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର୍ ୪ଟି ଓ ଲୁଙ୍ଗି ଏନଗିଡି ୩ଟି ୱିକେଟ୍ ନେଇଥିଲେ।

IPL 2021