Advertisment

ଦୁବାଇ ଚାଲିଲେ ଧୋନି

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍-୨୦୨୧)ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେବ। ଏଥିପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର୍ କିଙ୍ଗସ୍ ଆଜି ଦୁବାଇ ଅଭିମୁଖେ ଯାତ୍ରା କରିଛି। ତିନିଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ଏୟାରପୋର୍ଟରେ ଧୋନିଙ୍କର ଫଟୋ ସୋଶାଲ ମିଡିଆରେ ଶେଆର୍ କରିଛି। ଚେନ୍ନାଇ ଟ୍ୱିଟ୍ କରି କହିଛି, ଗେଟ୍ ରେଡ୍ଡି ଫୋକ୍ସ। ଚେନ୍ନାଇ ଟିମ୍ ସହ ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ୍ ଉଥାପ୍ପା, ଋତୁରାଜ ଗାଏକ୍ୱାଡ, ଦୀପକ ଚହର୍, କର୍ଣ୍ଣ […]

ଅଦ୍ୟତନ ହୋଇଛି
ଦୁବାଇ ଚାଲିଲେ ଧୋନି

MS-DHONI

Advertisment

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍-୨୦୨୧)ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେବ। ଏଥିପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର୍ କିଙ୍ଗସ୍ ଆଜି ଦୁବାଇ ଅଭିମୁଖେ ଯାତ୍ରା କରିଛି। ତିନିଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ଏୟାରପୋର୍ଟରେ ଧୋନିଙ୍କର ଫଟୋ ସୋଶାଲ ମିଡିଆରେ ଶେଆର୍ କରିଛି।

Advertisment

ଚେନ୍ନାଇ ଟ୍ୱିଟ୍ କରି କହିଛି, ଗେଟ୍ ରେଡ୍ଡି ଫୋକ୍ସ। ଚେନ୍ନାଇ ଟିମ୍ ସହ ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ୍ ଉଥାପ୍ପା, ଋତୁରାଜ ଗାଏକ୍ୱାଡ, ଦୀପକ ଚହର୍, କର୍ଣ୍ଣ ଶର୍ମା ଓ କେଏମ୍ ଆସିଫ୍ ଦୁବାଇ ଯିବା ପୂର୍ବରୁ ଏୟାରପୋର୍ଟର ୱେଟିଂ ଏରିଆରେ ବସିଥିବା ଦେଖିବାକୁ ମିଳିଛି।

https://twitter.com/ChennaiIPL/status/1426069965627527175?s=20

ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଧୋନି ଓ ରାଇନା ଏବେ କେବଳ ଆଇପିଏଲରେ ଖେଳୁଛନ୍ତି। ହେଲେ ରାଇନା ଉତ୍ତର ପ୍ରଦେଶ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟି-୨୦ ମ୍ୟାଚ୍ ଖେଳିଥିଲେ। ଆଇପିଏଲର ୧୪ଶ ସଂସ୍କରଣ ଭାରତରେ ଖେଳାଯାଇଥିଲା। ହେଲେ ମେ’ ୪ ତାରିଖରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଟି-୨୦ ଲିଗକୁ ସ୍ଥଗିତ କରିଦିଆଯାଇଥିଲା। ସେତେବେଳେ ମୋଟ ୬୦ଟିରୁ ମାତ୍ର ୨୯ଟି ମ୍ୟାଚ୍ ଖେଳାଯାଇଥିଲା। ଏବେ ବିସିସିଆଇ ବାକି ୩୧ ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହେବ।

Advertisment

https://twitter.com/ChennaiIPL/status/1426061332374167555?s=20

ୟୁଏଇରେ ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ ତାରିଖରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମ୍ୟାଚ୍ ସହ ଆରମ୍ଭ ହେବ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୟୁଏଇ ଅଭିମୁଖେ ଯାତ୍ରା କରିସାରିଛି। ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ସୁଦ୍ଧା ଚେନ୍ନାଇ ସୁପର୍ କିଙ୍ଗସ୍ ୧୦ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ, ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜା ଏବଂ ୮ଟି ଆବୁ ଧାବିରେ ଖେଳାଯିବ। ବାକି ୩୧ ମ୍ୟାଚ୍ ମଧ୍ୟରୁ ୭ଟି ଡବଲ୍ ହେଡର୍ ରହିବ। ଦିନ ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟାନୁସାରେ ଅପରାହ୍ଣ ୩.୩୦ ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭.୩୦ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ।

ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଦୁବାଇରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ଏହା ପରେ ଏଲିନିନେଟର୍ ଓ କ୍ୱାଲିଫାୟର୍-୨ ମ୍ୟାଚ୍ ଶାରଜାରେ ଯଥାକ୍ରମେ ଅକ୍ଟୋବର ୧୧ ଓ ୧୩ ତାରିଖରେ ଅନୁଷ୍ଠିତ। ଦୁବାଇରେ ଫାଇନାଲ୍‌ ମ୍ୟାଚ୍ ଅକ୍ଟୋବର ୧୫ ତାରିଖରେ ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe