Advertisment

ଧୋନି ବୟସ୍କ ଅନକ୍ୟାପଡ ଖେଳାଳି, ଚେନ୍ନାଇ ୪ କୋଟିରେ ରଖିଲା

ଦଳ ଏମାନଙ୍କ ପାଇଁ ମୋଟ ୧୨୦ କୋଟି ଟଙ୍କାରୁ ୬୫ କୋଟି ଖର୍ଚ୍ଚ କରିଛି। ଏବେ ବାକି ୫୫ କୋଟି ଟଙ୍କା ଧରି ମେଗା ଅକ୍ସନକୁ ଯିବ।

author-image
Hemant Lenka
MS Dhoni

MS Dhoni

କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କୁ ତାଙ୍କ ଆଇପିଏଲ ପ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ପୁଣିଥରେ ରିଟେନ କରିଛି। ୨୦୦୭ରୁ ଚେନ୍ନାଇ ପାଇଁ ଖେଳି ଆସୁଥିବା ଧୋନି ଟୁର୍ଣ୍ଣାମେଣ୍ଟର ୧୮ତମ ସଂସ୍କରଣ ଖେଳିବାକୁ ଯାଉଛନ୍ତି।

Advertisment

ଆଜି ତାଙ୍କୁ ଚେନ୍ନାଇ ଅନକ୍ୟାପଡ ଖେଳାଳି ଭାବେ ନିଜ ସହ ରଖିଛି। ଧୋନି ୨୦୧୯ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁ ନଥିବା ବେଳେ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ମଧ୍ୟ ନାହାନ୍ତି। ତେଣୁ ସେ ଅନକ୍ୟାପଡ ଖେଳାଳି ଭାବେ ଚେନ୍ନାଇ ସହ ସାମିଲ ହୋଇଛନ୍ତି।

ତାଙ୍କୁ ଚେନ୍ନାଇ ମାତ୍ର ୪ କୋଟି ଟଙ୍କାରେ ରିଟେନ କରିଛି। ଏଥିସହ ଧୋନିଙ୍କ ନାଁରେ ଆଇପିଏଲ ଇତିହାସର ବୟସ୍କ ଅନକ୍ୟାପଡ ଖେଳାଳି ଟ୍ୟାଗ ଯୋଡ଼ି ହୋଇ ଯାଇଛି। 

Advertisment

ଧୋନି ୨୦୦୭ରୁ ଚେନ୍ନାଇ ପାଇଁ ଖେଳୁଥିବା ବେଳେ ତାଙ୍କ ନେତୃତ୍ୱରେ ଦଳ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଆଇପିଏଲ ଟ୍ରଫି ଜିତିଥିଲା। ୨୦୨୪ରେ ଧୋନି ଆଇପିଏଲ ଖେଳିଥିଲେ ହେଁ ଋତୁରାଜ ଗାଏକ୍ୱାଡ ଅଧିନାୟକ ପଦ ପାଇଥିଲେ।

ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ଆଜି ଧୋନିଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା(୧୮ କୋଟି), ଋତୁରାଜ ଗାଏକ୍ୱାଡ(୧୮ କୋଟି), ମଥିସା ପଥିରାଣା(୧୩ କୋଟି) ଓ ଶିବମ ଦୁବେ (୧୨ କୋଟି)ଙ୍କୁ ରିଟେନ କରିଛି।

ଦଳ ଏମାନଙ୍କ ପାଇଁ ମୋଟ ୧୨୦ କୋଟି ଟଙ୍କାରୁ ୬୫ କୋଟି ଖର୍ଚ୍ଚ କରିଛି। ଏବେ ବାକି ୫୫ କୋଟି ଟଙ୍କା ଧରି ମେଗା ଅକ୍ସନକୁ ଯିବ। ସେଠାରେ ଦଳ କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ଭଳି ଖେଳାଳିଙ୍କୁ କିଣିବାକୁ ଚେଷ୍ଟା କରିବ।

IPL MS Dhoni IPL 2025