Advertisment

ପୁଣି ଏକାଠି ହେଲେ ଧୋନି-ଯୁବରାଜ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଜଗତର ଦୁଇ ବଡ଼ ନାଁ ମହେନ୍ଦ୍ର ସିଂ ଧୋନି ଓ ଯୁବରାଜ ସିଂହ ପୁଣିଥରେ ଏକାଠି ହୋଇଛନ୍ତି। ଦୁହେଁ କ୍ରିକେଟ୍ ମଇଦାନରେ ନୁହେଁ ବରଂ ଏକ ଆଡ୍ ଶୁଟ୍ ପାଇଁ ଏକାଠି ହୋଇଥିବା ଜଣାପଡ଼ିଛି। ଭାରତର ପୂର୍ବତନ କ୍ୟାପଟେନ୍ ଧୋନି ଓ ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହଙ୍କର ଏକ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ଫ୍ୟାନଙ୍କ ମନରେ ନାହିଁ […]

ଅଦ୍ୟତନ ହୋଇଛି
ପୁଣି ଏକାଠି ହେଲେ ଧୋନି-ଯୁବରାଜ

yuvi-and-dhoni

Advertisment

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଜଗତର ଦୁଇ ବଡ଼ ନାଁ ମହେନ୍ଦ୍ର ସିଂ ଧୋନି ଓ ଯୁବରାଜ ସିଂହ ପୁଣିଥରେ ଏକାଠି ହୋଇଛନ୍ତି। ଦୁହେଁ କ୍ରିକେଟ୍ ମଇଦାନରେ ନୁହେଁ ବରଂ ଏକ ଆଡ୍ ଶୁଟ୍ ପାଇଁ ଏକାଠି ହୋଇଥିବା ଜଣାପଡ଼ିଛି। ଭାରତର ପୂର୍ବତନ କ୍ୟାପଟେନ୍ ଧୋନି ଓ ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହଙ୍କର ଏକ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

ଏହି ଭିଡିଓ ଭାଇରାଲ୍ ହେବା ପରେ ଫ୍ୟାନଙ୍କ ମନରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି। ଭାଇରାଲ୍ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଦୁହେଁ ଏକାଠି ଏକ ସୋଫାରେ ବସି ପରସ୍ପର ସହ କଥା ହେଉଛନ୍ତି। ଭାଇରାଲ୍ ହୋଇଥିବା ଫଟୋ ମୁମ୍ବାଇର ଏକ ଷ୍ଟୁଡିଓର ବୋଲି କୁହାଯାଉଛି। ଦୁହେଁ ଏକ ବିଜ୍ଞାପନର ଶୁଟିଂ ପାଇଁ ଏକାଠି ହୋଇଛନ୍ତି। ଯୁବରାଜ ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଛୋଟିଆ କ୍ଲିପ୍ ଶେଆର୍ କରିଛନ୍ତି, ଯେଉଁଥିରେ ଦୁଇ ଖେଳାଳି ବହୁତ ଖୁସି ଥିବା ଦେଖିବାକୁ ମିଳିଛି।

MS Dhoni Meets Yuvraj Singh During Ad Shoot Video photo Goes Viral WATCH - Cricket.Surf

ଉଭୟ ଧୋନି ଓ ଯୁବରାଜଙ୍କ ସାରା ବିଶ୍ୱରେ ଫ୍ୟାନ୍ ରହିଛନ୍ତି। ଦୁହେଁ ଅନେକ ମ୍ୟାଚରେ ଭାରତକୁ ଜିତାଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ୍ (୨୦୦୭) ଓ ଦିନିକିଆ ବିଶ୍ୱକପ୍ (୨୦୧୧) ଜିତିଥିଲା। ଯୁବରାଜ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ୧୪ ବଲରେ ୫୮ ରନର ଇନିଂସ୍ ଖେଳିଥିଲେ। ଏହା ପରେ ଯୁବି ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୩୦ ବଲରେ ୭୦ ରନ୍ କରିଥିଲେ। ଏହାଛଡ଼ା ଯୁବରାଜ ୨୦୧୧ ଦିନିକିଆ ବିଶ୍ୱକପରେ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ।

Advertisment

https://twitter.com/stumpmic_/status/1467913119154556935?s=20

ଧୋନିଙ୍କ ନେତୃତ୍ୱରେ ଯୁବରାଜ ୧୦୪ ଦିନିକିଆ ଖେଳି ୩୦୭୭ ରନ୍ କରିଛନ୍ତି। ଏଥିରେ ସେ ୮୮.୨୧ ଷ୍ଟ୍ରାଇକରେଟରେ ୬ ଶତକ ଓ ୨୧ ଅର୍ଦ୍ଧଶତକ ମାରିନ୍ତି। ଯୁବରାଜ ତାଙ୍କ କ୍ୟାରିୟରରେ ୩୦୪ ଦିନିକିଆ ଏବଂ ୫୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ନାଁରେ ୮୭୦୧ ରନ୍ ଓ ୧୧୧ ୱିକେଟ୍ ରହିଛି। ସେହିପରି ଟି-୨୦ରେ ସେ ୧୧୭୭ ରନ୍ ଓ ୨୮ ୱିକେଟ୍ ହାସଲ କରିଛନ୍ତି। ଯୁବରାଜ ୪୦ ଟେଷ୍ଟ ଖେଳି ୧୯୦୦ ରନ୍ ଓ ୯ ୱିକେଟ୍ ନେଇଛନ୍ତି।

ସେହିପରି ଧୋନି ଭାରତ ପକ୍ଷରୁ ୯୦ ଟେଷ୍ଟରେ ୩୮.୦୯ ହାରେ ୪୮୭୬ ରନ୍ କରିଛନ୍ତି। ସେ ଟେଷ୍ଟରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ମାରିଛନ୍ତି। ଧୋନି ଭାରତ ପକ୍ଷରୁ ୩୫୦ ଦିନିକିଆ ଖେଳି ୧୦ ଶତକ ଓ ୭୩ ଅର୍ଦ୍ଧଶତକ ସହ ୧୦୭୭୩ ରନ୍ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଧୋନି ୯୮ ମ୍ୟାଚ୍ ଖେଳି ୨ ଅର୍ଦ୍ଧଶତକ ସହ ୧୬୧୭ ରନ୍ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe