MS Dhoni’s automobile collection impresses Venkatesh Prasad
ବୃତ୍ତିଗତ ଜୀବନ ହେଉ ଅବା ବ୍ୟକ୍ତିଗତ, ସବୁଥିରେ କିଛି ଖାସ୍ ଥାଏ ଏମ୍.ଏସ୍ ଧୋନିଙ୍କ ନିକଟରେ। ତାଙ୍କ ଖେଳିବାର ଶୈଳୀ ହେଉ କି ବ୍ୟକ୍ତିଗତ ଜୀବନର ଚଳଣି ଫ୍ୟାନ୍ସଙ୍କୁ କିମିଆ କରେ। କେବଳ ଯେ, ଫ୍ୟାନ୍ସ କାହିଁକି ଅନେକ ଯୁବ ପ୍ରତିଭାଙ୍କ ସେ ପ୍ରେରଣାର ଉତ୍ସ। ଏବେ ଧୋନିଙ୍କ ଏହିପରି କିଛି ଖାସ୍ ପ୍ୟାସନ୍ ତାଜୁବ୍ କରିଦେଇଛି ପୂର୍ବତନ ଭାରତୀୟ ବୋଲର୍ ଭେଙ୍କଟେଶ ପ୍ରସାଦଙ୍କୁ।
ନିକଟରେ ଧୋନିଙ୍କ ରାଞ୍ଚି ସ୍ଥିତ ଫାର୍ମ ହାଉସରେ ପହଞ୍ଚି ଥିଲେ ଭେଙ୍କଟେଶ ପ୍ରସାଦ। ଏହି ସମୟରେ ଧୋନି ତାଙ୍କ କାର୍-ବାଇକ୍ କଲେକ୍ସନ ଦେଖାଇଥିଲେ, ଯାହାକୁ ଦେଖି ଅଭିଭୂତ ହୋଇ ଯାଇଛନ୍ତି ଭେଙ୍କଟେଶ। କାରଣ ଏକ ଶୋ' ରୁମ୍ ଭଳି ବାଇକ୍ ଓ କାରର୍ ଇମାରତ୍ ତୋଳି ଦେଇଛନ୍ତି ଧୋନି। ଯେଉଁଠି ରହିଛି ତାଙ୍କ ପସନ୍ଦର ଭଳିକି ଭଳି ଏକାଧିକ ବାଇକ୍ ଓ କାର୍, ଯାହାକୁ ଦେଖିଲେ ଯେ କେହିବି ଅଭିଭୂତ ହୋଇଯିବେ।
One of the craziest passion i have seen in a person. What a collection and what a man MSD is . A great achiever and a even more incredible person. This is a glimpse of his collection of bikes and cars in his Ranchi house.
Just blown away by the man and his passion @msdhonipic.twitter.com/avtYwVNNOz— Venkatesh Prasad (@venkateshprasad) July 17, 2023
ଏହି ସମୟରେ ଧୋନିଙ୍କ ପତ୍ନୀ ସାକ୍ଷୀ ଏକ ଭିଡିଓ ସୁଟ୍ କରିଛନ୍ତି। ଭେଙ୍କଟେଶ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, "ମୁଁ କୌଣସି ବ୍ୟକ୍ତି ମଧ୍ୟରେ ପ୍ୟାସନକୁ ନେଇ ଏମିତି ପାଗଳ ପଣ ଆଜି ଦେଖିଲି। ଚମତ୍କାର ଏ ସଂଗ୍ରହାଳୟ ଆଉ ଏମ୍.ଏସ୍ ଧୋନି! ଜଣେ ମହାନ୍ ଉପଲବ୍ଧି ହାସଲ କରିଥିବା ଏବଂ ତା'ଠୁ ଅଧିକ ଜଣେ ଅବିଶ୍ୱସନୀୟ ବ୍ୟକ୍ତି। ଏହା ତାଙ୍କ ରାଞ୍ଚି ସ୍ଥିତ ବାସ ଭବନର ବାଇକ୍ ଏବଂ କାର୍ ସଂଗ୍ରହାଳୟ। ମୁଁ ଏହି ବ୍ୟକ୍ତି ଏବଂ ତାଙ୍କ ପ୍ୟାସନରେ ଅଭିଭୂତ।" ସେ ଆହୁରି କହିଛନ୍ତି, ଏହା ଏକ ବାଇକ୍ ଶୋ-ରୁମ୍ ପରି। ପ୍ୟାସନକୁ ନେଇ ପାଗଳ ପଣ ନଥିଲେ ଏହା କରିବା ଅସମ୍ଭବ।
ଏହି ଭିଡିଓରେ ପତ୍ନୀ ସାକ୍ଷୀ, ଧୋନୀଙ୍କୁ ଏପରି କରିବାର କାରଣ ପଚାରିଥିଲେ, ଯାହାର ରୋମାଞ୍ଚକର ଜବାବ ରଖିଛନ୍ତି ଧୋନି। ଉତ୍ତରରେ ଧୋନି କହିଛନ୍ତି, "ମୋ ପାଖରେ ଯାହା ଥିଲା ସେସବୁ ତମେ ନେଇସାରିଛ। ମୋର ନିଜ ପାଇଁ କିଛି କରିବାର ଆବଶ୍ୟକ ଥିଲା, କେବଳ ଏସବୁ ସେହି ଜିନିଷ, ଯାହା ପାଇଁ ତୁମେ ଅନୁମତି ଦେଇଛ।"
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
