Advertisment

ବଡ଼ ଚେତାବନୀ ଦେଲେ ଧୋନି: ଆଗକୁ ଏମିତି ହେଲେ କ୍ୟାପ୍ଟେନ୍ସି ଛାଡ଼ିଦେବେ

ସୋମବାର ମ୍ୟାଚ୍‌ରେ ଚେନ୍ନାଇର ବୋଲରମାନେ ଅନେକ ଅତିରିକ୍ତ ରନ ଦେଇଥିଲେ। ୧୮ ରନ ଅତିରକ୍ତ ଭାବେ ଲକ୍ଷ୍ନୌକୁ ମିଳିଥିଲା।

Dhoni

Dhoni

Advertisment

ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ ହାରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇବାକୁ ସକ୍ଷମ ହୋଇଛି। ଦୀର୍ଘ ୪ ବର୍ଷ ପରେ ଚେପକକୁ ଆଇପିଏଲ ଫେରିଥିବା ବେଳେ ଘରୋଇ ଟିମ ସିଏସକେ ୧୨ ରନରେ ଚମତ୍କାର ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ସିଏସକେ ୭ ୱିକେଟ ହରାଇ ୨୧୭ ରନ କରିଥିଲା। କିନ୍ତୁ ଭଲ ଆରମ୍ଭ ସତ୍ତ୍ୱେ କେଏଲ ରାହୁଲଙ୍କ ଏଲଏସ୍‌ଜି ୭ ୱିକେଟ ହରାଇ କେବଳ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା।

Advertisment

ସୋମବାର ମ୍ୟାଚ୍‌ରେ ଚେନ୍ନାଇର ବୋଲରମାନେ ଅନେକ ଅତିରିକ୍ତ ରନ ଦେଇଥିଲେ। ୧୮ ରନ ଅତିରକ୍ତ ଭାବେ ଲକ୍ଷ୍ନୌକୁ ମିଳିଥିଲା। ଏଥିରେ ୨ଟି ଲେଗ ବାଇ, ୧୩ଟି ୱାଇଡ ଓ ୩ଟି ବୋଲ ରହିଥିଲା। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଚେନ୍ନାଇର ବୋଲରମାନେ ଗୁଜରାଟ ଟାଇଟନ୍ସ ବିରୋଧରେ ୧୨ ରନ ଅତିରକ୍ତ ଭାବେ ଦେଇଥିଲେ।

ଲକ୍ଷ୍ନୌ ବିପକ୍ଷରେ ବୋଲରମାନେ ଅତିରିକ୍ତ ରନ ଦେଇଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସବୁବେଳେ ନିଜର ଶାନ୍ତସ୍ୱାଭବ ନୀତି ପାଇଁ ଜଣାଶୁଣା ଧୋନି ସୋମବାର ମ୍ୟାଚ୍‌ ପରେ ବୋଲରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ଦ୍ରୁତ ବୋଲିଂରେ ସାମାନ୍ୟ ସୁଧାରର ଆବଶ୍ୟକ ରହିଛି। ସ୍ଥିତି ଅନୁସାରେ ବୋଲିଂ କରିବାକୁ ପଡ଼ିବ। ପ୍ରତିପକ୍ଷ ଟିମର ବୋଲରମାନେ କ’ଣ କରୁଛନ୍ତି, ତା’ ଉପରେ ନଜର ରଖିବାକୁ ହେବ।

Advertisment

ଆଉ ଗୋଟିଏ କଥା ହେଲା ଯେ ସେମାନଙ୍କୁ କୌଣସି ପ୍ରକାରର ନୋ-ବଲ କିମ୍ବା ଅତିରିକ୍ତ ୱାଇଡ୍ସ ପକାଇବାରୁ ଦୂରରେ ରହିବା ଦରକାର। ଯଦି ସେମାନେ ଏମିତି ନ କରିବେ, ତା’ହେଲେ ସେମାନଙ୍କୁ ନୂଆ ଅଧିନାୟକଙ୍କ ଅଧୀନରେ ଖେଳିବାକୁ ପଡ଼ିବ। ଏହା ମୋର ଦ୍ୱିତୀୟ ଚେତନାବନୀ। ଏହାପରେ ମୁଁ ସମ୍ଭବତଃ ଦୂରେଇ ଯିବି।”

ଏମ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଥିବା ପିଚ୍‌କୁ ନେଇ ମଧ୍ୟ ଧୋନି ଚକିତ ହୋଇଥିବା କହିଛନ୍ତି।

Cricket IPL MS Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe