Advertisment

ଆଉ କେହି ପିନ୍ଧି ପାରିବେନି ଧୋନିଙ୍କ ଜର୍ସି

ପୂର୍ବରୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ 10 ନଂ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି।

ଅଦ୍ୟତନ ହୋଇଛି
MS Dhoni Jersey

MS Dhoni Jersey

Advertisment

ପୂର୍ବତନ ଅଧିନାୟକ ଏମ୍ ଏସ୍ ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ। ଧୋନିଙ୍କ 7 ନଂ ଜର୍ସିକୁ ଅବସର ଦେଇଛି ଭାରତୀୟ କ୍ରିକେଟ୍ ଅଫ୍ କଣ୍ଟ୍ରୋଲ୍ ବୋର୍ଡ। ଧୋନିଙ୍କୁ ସମ୍ମାନ ଦେବା ସ୍ୱରୂପ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି। ପୂର୍ବରୁ ସଚିନ ତେନ୍ଦୁଲକରଙ୍କ 10 ନଂ ଜର୍ସିକୁ ମଧ୍ୟ ଅବସର ଦିଆଯାଇ ଥିବାବେଳେ ବର୍ତ୍ତମାନ ଏହି ତାଲିକାରେ ଧୋନିଙ୍କ ଜର୍ସି ଜୋଡି ହୋଇଛି।

Advertisment

ସୂଚନା ଅନୁସାରେ, ବିସିସିଆଇ ଭାରତୀୟ ଦଳର ଖେଳାଳିଙ୍କୁ କହିଛି ଯେ, ଆଗକୁ କୌଣସି ବି ଖେଳାଳି ପିଠିରେ 7 ନଂ ଲେଖା ଥିବା ଜର୍ସି ପିନ୍ଧିପାରିବେ ନାହିଁ। ଯେପରି 10 ନମ୍ବର ଜର୍ସି ପିନ୍ଧିବାକୁ ଅନୁମତି ନଥିଲା, ସେହିପରି ଆଗକୁ 7 ନଂ ଜର୍ସି ନେଇପାରିବେ ନାହିଁ। ଏପରିକି ଭାରତୀୟ ଖେଳାଳିଙ୍କ ପାଇଁ 7 ନଂ ଜର୍ସି ଉପଲବ୍ଧ ରହିବ ନାହିଁ ବୋଲି ବିସିସିଆଇ କହିଛି।

ଭାରତୀୟ କ୍ରିକେଟ ପ୍ରତି ଧୋନିଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ଜର୍ସିକୁ ଅବସର ଦେବାକୁ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି। ବିସିସିଆଇର ଏହି ନିଷ୍ପତ୍ତି ପରେ ଆଗକୁ କୌଣସି ବି ପୁରୁଣା କିମ୍ବା ନୂଆ ଖେଳାଳି 7 ନଂ ଥିବା ଜର୍ସି ପିନ୍ଧିପାରିବେ ନାହିଁ। ପୂର୍ବରୁ ଓପନର୍ ଶୁବମନ ଗିଲ୍ 7 ନଂ ଲେଖା ଥିବା ଜର୍ସି ପିନ୍ଧୁଥିଲେ। କିନ୍ତୁ ପରେ ସେ ଏଥିରେ ପରିବର୍ତ୍ତନ କରି 77 କରିଥିଲେ। 

Advertisment

ସେହିପରି ଶାର୍ଦ୍ଦୁଲ ଠାକୁର ମଧ୍ୟ ସଚିନ ତେନ୍ଦୁଲକରଙ୍କ 10 ନଂ ଜର୍ସି ପିନ୍ଧୁଥିଲେ। କିନ୍ତୁ ବିସିସିଆଇର ନିଷ୍ପତ୍ତି କ୍ରମେ ସେ ମଧ୍ୟ ଜର୍ସି ସଂଖ୍ୟାରେ ପରିବର୍ତ୍ତନ କରିଥିଲେ।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe