Advertisment

ରାଞ୍ଚିରେ ଫସିଛନ୍ତି ଧୋନି, ଘରକୁ ଫେରିବାକୁ ଦରକାର ୬୦୦ ଟଙ୍କା!

ଠକ ଜଣଙ୍କ ଧୋନିଙ୍କ ଗୋଟିଏ ସେଲଫି ପଠାଇ ଚେନ୍ନାଇ ସୁପର କିଙ୍ଗସର ସ୍ଲୋଗାନ ହ୍ୱିସିଲ ପୋଡୁ ମଧ୍ୟ ଲେଖିଥିଲା।

author-image
Hemant Lenka
MS Dhoni

MS Dhoni

ମହାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଏବେ ରାଞ୍ଚିରେ ଫସି ଯାଇଛନ୍ତି। ଘରକୁ ଫେରିବାକୁ ତାଙ୍କ ପାଖରେ କୁଆଡ଼େ ଟଙ୍କା ନାହିଁ। ତେଣୁ ଯେକୌଣସି ଲୋକ ତାଙ୍କୁ ୬୦୦ ଟଙ୍କା ପଠାଇଲେ, ସେ ବସ୍‌ରେ ଘରକୁ ଆସିବେ। ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ବାସ୍ତବରେ ଏମିତି ଏକ ମେସେଜ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବାସ୍ତବରେ ଧୋନିଙ୍କ ନାଁରେ ସାଇବର ଠକେଇ ପାଇଁ ଚାଲିଛି ଉଦ୍ୟମ। ଏଥିପାଇଁ କ୍ରିକେଟ ଫ୍ୟାନ୍ସଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। ସାଇବର ଠକ ଇନଷ୍ଟାଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମେସେଜ କରି ନିଜକୁ ଧୋନି ବୋଲି ପରିଚୟ ଦେଇଥିଲା।

ସେ ମେସେଜରେ ଲେଖିଥିଲା ଯେ “ମୁଁ ଏମଏସ୍‌ ଧୋନି। ଗୋଟିଏ ପ୍ରାଇଭେଟ ଆକାଉଣ୍ଟରୁ ମେସେଜ କରୁଛି। ମୁଁ ରାଞ୍ଚି ଉପକଣ୍ଠରେ ରହିଛି। ମୁଁ ଘରେ ୱାଲେଟ ଛାଡ଼ି ଦେଇଛି। ତେଣୁ ଆପଣ ଯଦି ମୋତେ ୬୦୦ ଟଙ୍କା ୟୁପିଆଇରେ ପଠାଇବେ, ତା’ହେଲେ ମୁଁ ଘରକୁ ଯିବ। ଘରେ ପହଞ୍ଚିବା ପରେ ଟଙ୍କା ଫେରାଇ ଦେବି।”

Advertisment

ଠକ ଜଣଙ୍କ "mahi77i2" ଆକାଉଣ୍ଟରୁ ମେସେଜ କରିଥିଲା। କିନ୍ତୁ ଧୋନିଙ୍କ ଅଫିସିଆଲ ହ୍ୟାଣ୍ଡେଲ ହେଲା "mahi7781"। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଠକ ଜଣଙ୍କ ଧୋନିଙ୍କ ଗୋଟିଏ ସେଲଫି ପଠାଇ ଚେନ୍ନାଇ ସୁପର କିଙ୍ଗସର ସ୍ଲୋଗାନ ହ୍ୱିସିଲ ପୋଡୁ ମଧ୍ୟ ଲେଖିଥିଲା।

ତେବେ ମେସେଜ ପାଇଥିବା ବ୍ୟକ୍ତି ଜଣଙ୍କ ବେଶ ସତର୍କ ରହିଥିଲେ। ତେଣୁ ସେ ଧୋନିଙ୍କ ନାଁରେ କେହି ଠକେଇ କରୁଥିବା ଜାଣିପାରିଥିଲେ। ଏହାପରେ ସେ ମେସେଜର ସ୍କ୍ରିନ ଶଟ୍‌ ନେଇ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଅନେକ ଲୋକ ଏହାକୁ ଶେୟାର କରିବାରେ ଲାଗିଛନ୍ତି। ସାଇବର ବିଶେଷଜ୍ଞମାନେ ଲୋକଙ୍କୁ ଏଥିପ୍ରତି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

MS Dhoni Cyber Crime Cyber Fraud CSK