Advertisment

୧୫ କୋଟି ଠକେଇ: ପୂର୍ବତନ ପାର୍ଟନରଙ୍କ ନାଁରେ ମାମଲା କଲେ ଧୋନି

ଗୋଟିଏ ସ୍ପୋର୍ଟସ ଫାର୍ମ ସହ ଧୋନି ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ କଣ୍ଟ୍ରାକ୍ଟ ଅନୁସାରେ ଧୋନିଙ୍କୁ ଟଙ୍କା ମିଳି ନଥିଲା।

MSD

MSD

Advertisment

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କ ପୂର୍ବତନ ବିଜନେସ ପାର୍ଟନରଙ୍କ ନାଁରେ ଗୋଟିଏ ଅପରାଧିକ ମାମଲା କରିଛନ୍ତି। ଧୋନିଙ୍କ ଠାରୁ ତାଙ୍କ ପାର୍ଟନର ୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

Advertisment

ଗୋଟିଏ ସ୍ପୋର୍ଟସ ଫାର୍ମ ସହ ଧୋନି ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ କଣ୍ଟ୍ରାକ୍ଟ ଅନୁସାରେ ଧୋନିଙ୍କୁ ଟଙ୍କା ମିଳି ନଥିଲା। ଧୋନି ବ୍ୟବସାୟୀ ମିହିର ଦିବାକର ଓ ସୌମ୍ୟା ବିଶ୍ୱାସଙ୍କ ନାଁରେ ମାମଲା କରିଛନ୍ତି। ଏମାନେ ଆରକା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିଃର ସର୍ବେସର୍ବା। ୨୦୧୭ ବିଜନେସ ଡିଲ୍‌ ଅନୁସାରେ ଏମାନେ କାମ କରି ନଥିବାରୁ ଧୋନି ରାଞ୍ଚି କୋର୍ଟରେ ମାମଲା କରିଛନ୍ତି।

ଦିବାକର ୨୦୧୭ରେ ଧୋନିଙ୍କ ସହ ଗୋଟିଏ ଚୁକ୍ତି କରିଥିଲେ। ଭାରତ ଓ ବିଦେଶରେ ଧୋନିଙ୍କ ନାଁରେ କ୍ରିକେଟ ଏକାଡେମୀ ଖୋଲିବାକୁ ସେ କହିଥିଲେ। କିନ୍ତୁ ଚୁକ୍ତିନାମାରେ ଥିବା ସର୍ତ୍ତଗୁଡ଼ିକରୁ ପରବର୍ତ୍ତୀ ଅବସ୍ଥାରେ ଦିବାକର ଓହରି ଯାଇଥିଲେ। ଚୁକ୍ତି ଅନୁସାରେ ଆରକା ସ୍ପୋର୍ଟସ ପ୍ରାଞ୍ଚାଇଜ ଫି’ ଓ ଲାଭର ଭାଗ ଦେବାକୁ ସ୍ଥିର ହୋଇଥିଲା।

Advertisment

କିନ୍ତୁ ସମସ୍ତ ପ୍ରକାରର ନିୟମ ଓ ସର୍ତ୍ତକୁ କମ୍ପାନୀ ଉଲ୍ଲଙ୍ଘନ କରିଛି। ସଂସ୍ଥା ଧୋନିଙ୍କ ନାଁରେ ଏକାଡେମୀ ଖୋଲିଥିଲେ ହେଁ ଏ ବିଷୟରେ ତାଙ୍କୁ ଜଣାଇ ନଥିଲା। ଏଥିସହ ଚୁକ୍ତି ଅନୁସାରେ ଟଙ୍କା ମଧ୍ୟ ଦେଇ ନଥିଲା। ୨୦୨୧ ଅଗଷ୍ଟ ୧୫ରେ ସେମାନେ ଦେଇଥିବା ଚିଠିକୁ ମଧ୍ୟ ଧୋନିଙ୍କ ତରଫରୁ ଅଗ୍ରାହ୍ୟ କରି ଦିଆଯାଇଥିଲା।

ତଥାପି ସଂସ୍ଥା ପକ୍ଷରୁ ଧୋନିଙ୍କ ନାଁରେ ଏକାଡେମୀ ଓ ସ୍ପୋର୍ଟସ କମ୍ପ୍ଲେକ୍ସମାନ ତିଆରି କରାଯାଇଥିଲା। ଏ ସମ୍ପର୍କରେ ଧୋନିଙ୍କୁ କୌଣସି ପ୍ରକାରର ଟଙ୍କା କିମ୍ବା ସୂଚନା ଦିଆଯାଇ ନଥିଲା। ଚୁକ୍ତିରେ ଥିବା ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ଧୋନି ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିଛନ୍ତି।

ଧୋନିଙ୍କୁ କମ୍ପାନୀର ମେଣ୍ଟୋର ଭାବେ ଚିତ୍ରଣ କରି ଦିବାକାର ଅନ୍ୟମାନଙ୍କୁ ସଂସ୍ଥା ପ୍ରତି ଆକୃଷ୍ଟ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି।

MS Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe