Advertisment

ଧୋନିଙ୍କ ଆଣ୍ଠୁ ସମସ୍ୟା ଓ ଅବସର ନେଇ ବଡ଼ ସୂଚନା ଦେଲେ CSK ସିଇଓ

ଆଣ୍ଠୁ ଜନିତ ସମସ୍ୟା ସତ୍ତ୍ୱେ ଧୋନି ଆପିଇଏଲର ୧୬ତମ ସଂସ୍କରଣ ଖେଳିଥିଲେ। ଏବେ ସେ ନିଜର ଆହତ ସମ୍ପର୍କରେ ମୁମ୍ବାଇ ସ୍ଥିତ ସ୍ପୋର୍ଟସ ଅର୍ଥଫେଡିକ୍ସଙ୍କ ସହ ଆଲୋଚନା କରିବେ। ଏହାପରେ ନିଜର ଅବସର ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି CSK ସିଓଇ କାଶୀ ବିଶ୍ୱନାଥନ କହିଛନ୍ତି।

MSD

MSD

Advertisment

ଆପିଇଏଲରେ ୫ମଥର ପାଇଁ ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ(CSK)ର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ସମ୍ପର୍କରେ ବଡ଼ ଖବର ସାମ୍ନାକୁ ଆସିଛି। CSK କାଶୀ ବିଶ୍ୱନାଥନ ନିଜେ ଧୋନିଙ୍କ ଆଣ୍ଠୁ ସମସ୍ୟା ଓ ଅବସର ସମ୍ପର୍କରେ ମତ ରଖିଛନ୍ତି।

Advertisment

ଆଣ୍ଠୁ ଜନିତ ସମସ୍ୟା ସତ୍ତ୍ୱେ ଧୋନି ଆପିଇଏଲର ୧୬ତମ ସଂସ୍କରଣ ଖେଳିଥିଲେ। ଏବେ ସେ ନିଜର ଆହତ ସମ୍ପର୍କରେ ମୁମ୍ବାଇ ସ୍ଥିତ ସ୍ପୋର୍ଟସ ଅର୍ଥଫେଡିକ୍ସଙ୍କ ସହ ଆଲୋଚନା କରିବେ। ଏହାପରେ ନିଜର ଅବସର ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି CSK ସିଓଇ କାଶୀ ବିଶ୍ୱନାଥନ କହିଛନ୍ତି।

ଆଣ୍ଠୁ ସମସ୍ୟା ସତ୍ତ୍ୱେ ଆପିଇଏଲର ୨୦୨୩ ସଂସ୍କରଣରେ ଧୋନି ଗୋଟିଏ ହେଲେ ମ୍ୟାଚ୍‌ ମିସ କରି ନଥିଲେ। ଏଥିସହ ବେଶ ଭଲ ଭାବେ କିପିଂ ମଧ୍ୟ କରିଥିଲେ। ତେବେ ସେ ୮ନଂରେ ବେଳେବେଳେ ବ୍ୟାଟିଂ କରିବାକୁ ଆସିବ ସହ ଦୌଡ଼ିବା ବେଳେ ସାମାନ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଥିଲା। ତଥାପି ସେ ପୂରା ସିଜିନ ଖେଳିବା ସହ ଦଳକୁ ଚାମ୍ପିୟନ କରିଥିଲେ।

Advertisment

ଏବେ CSK ସିଇଓ ବିଶ୍ୱନାଥନ କହିଛନ୍ତି, “ହଁ, ଏହା ସତ ଯେ ଧୋନି ତାଙ୍କ ବାମ ଆଣ୍ଠୁ ସମସ୍ୟା ପାଇଁ ମେଡିକାଲ ସହାୟତା ନେବେ। ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଯଦି ଡାକ୍ତର ସର୍ଜରୀ ପାଇଁ କୁହନ୍ତି, ତେବେ ଏହା ମଧ୍ୟ କରାଯିବ। ତେବେ ସବୁ କିଛି ରିପୋର୍ଟ ଉପରେ ନିର୍ଭର କରୁଛି। ଏ ସମ୍ପର୍କରେ ଧୋନି ନିଜେ ହିଁ ସବୁ ନିଷ୍ପତ୍ତି ନେବେ।”

ଆସନ୍ତା ସଂସ୍କରଣରେ ନ ଖେଳିବା ପାଇଁ ଧୋନି କିଛି ନିଷ୍ପତ୍ତି ନେଇଛନ୍ତି କି? ମିନି ଅକ୍ସନ ପୂର୍ବରୁ ସେ ଚେନ୍ନାଇ ଠାରୁ ନେଉଥିବା ୧୫ କୋଟିର ପ୍ରାପ୍ୟ ଛାଡ଼ିବାକୁ କହିଛନ୍ତି କି? ଏହାର ଜବାବରେ ବିଶ୍ୱନାଥନ କହିଛନ୍ତି, “ସତକଥା ହେଲା, ଆମେ ଏଯାଏ ଏତେ କଥା ଚିନ୍ତା କରିନୁ। ଆମେ ସେହି ସ୍ତରରେ ପହଞ୍ଚି ନାହୁଁ। ସବୁ କିଛି ଧୋନିଙ୍କ ଉପରେ ନିର୍ଭର କରେ। କିନ୍ତୁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ CSKରେ ଆମେ ଏସବୁ ବିଚାର କେବେ ହେଲେ କରି ନଥାଉ।”

CSK ସୁପ୍ରିମୋ ଏନ ଶ୍ରୀନିବାସନ ୫ମ ଟ୍ରଫି ଜିତିବା ବେଳେ ଖେଳାଳିଙ୍କ ସହ କଥା ହୋଇଛନ୍ତି କିମ୍ବା କୌଣସି ସେଲିବ୍ରେସନ ପାଇଁ ଯୋଜନା ଅଛି କି ପ୍ରଶ୍ନର ଉତ୍ତର ମଧ୍ୟ ବିଶ୍ୱନାଥନ ଦେଇଛନ୍ତି।

ସେ କହିଛନ୍ତି, “ଶ୍ରୀ ନିବାସନ ବହୁତ ଖୁସି। କିନ୍ତୁ କୌଣସି ସେଲିବ୍ରେସନ ହୋଇନି। ଅହମଦବାଦରୁ ଖେଳାଳିମାନେ ନିଜ ନିଜ ଲକ୍ଷ୍ୟ ସ୍ଥଳକୁ ଚାଲି ଯାଇଛନ୍ତି। ଯଦି ଆପଣ CSKକୁ ଭଲ ଭାବେ ଦେଖିଥିବେ, ତା’ହେଲେ ଆମେ କୌଣସି ବଡ଼ ସେଲିବ୍ରେସନ କରି ନଥାଉ”

IPL Mahendra Singh Dhoni MS Dhoni CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe