ମୁମ୍ବାଇରେ ହେଲା ଧୋନିଙ୍କ ଆଣ୍ଠୁର ଅପରେସନ

ମେଡିକାଲ ଟେଷ୍ଟ ପରେ ଧୋନିଙ୍କ ଅପରେସନ ଆଜି କରାଯାଇଛି। ଏହା ମଧ୍ୟ ସଫଳ ହୋଇଛି। ବର୍ତ୍ତମାନ ଧୋନି ହସ୍ପିଟାଲରେ ରହିଛନ୍ତି।

ଆଇପିଏଲ ବେଳେ ଧୋନି

  • Published: Thursday, 01 June 2023
  • , Updated: 01 June 2023, 09:32 PM IST

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ଆଜି ମୁମ୍ବାଇରେ ଶେଷ ହୋଇଛି। ଚେନ୍ନାଇ ସୁପର କିଙ୍ଗସ ପାଇଁ ୫ମ ଆଇପିଏଲ ଟ୍ରଫି ଜିତିଥିବା ଧୋନି ସୋମବାର ଫାଇନାଲ ପରେ ଅହମଦାବାଦରୁ ସିଧା ମୁମ୍ବାଇ ଯାଇଥିଲେ।

ସେଠାରେ ପ୍ରଖ୍ୟାତ ସ୍ପୋର୍ଟସ ଅର୍ଥପେଡିକ ସର୍ଜନ ଡାକ୍ତର ଡିନଶ ପାରଡିୱାଲାଙ୍କ ସହ ନିଜର ଆଣ୍ଠୁ ସମସ୍ୟା ସମ୍ପର୍କରେ କଥା ହୋଇଥିଲେ। ମେଡିକାଲ ଟେଷ୍ଟ ପରେ ଧୋନିଙ୍କ ଅପରେସନ ଆଜି କରାଯାଇଛି। ଏହା ମଧ୍ୟ ସଫଳ ହୋଇଛି।

ବର୍ତ୍ତମାନ ଧୋନି ହସ୍ପିଟାଲରେ ରହିଛନ୍ତି। ଡାକ୍ତର ପାରଡିୱାଲା ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ। ସେ ଅନେକ ଭାରତୀୟ କ୍ରିକେଟରଙ୍କର ସଫଳ ଅପରେସନ କରିଛନ୍ତି। ନିକଟରେ ସେ ଋଷଭ ପନ୍ତଙ୍କ ଅପରେସନ ମଧ୍ୟ କରିଥିଲେ। ଏବେ ଧୋନିଙ୍କ ଆଣ୍ଠୁର ଅପରେସନ ବି କରିଛନ୍ତି।

ଚେନ୍ନାଇ ସୁପର କିଙ୍ଗସର ମ୍ୟାନେଜମେଣ୍ଟ ସୂତ୍ରରେ କୁହାଯାଇଛି ଯେ ହଁ, ଧୋନି ଆଜି ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ତାଙ୍କ ଆଣ୍ଠୁ ସର୍ଜରୀ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଭଲ ରହିଛି ଓ ସେ ଦିନେ/ଦୁଇ ଦିନ ଭିତରେ ହସ୍ପିଟାଲରୁ ଡିସଚାର୍ଜ ହେବେ। ହସ୍ପିଟାଲରୁ ବାହାରିବା ପରେ ସେ ବେଶ କିଛି ଦିନ ବିଶ୍ରାମ ନେବେ।

ଏହାପରେ ତାଙ୍କର ରିହାବିଲଟେସନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ଆଇପିଏଲ ପାଇଁ ଫିଟ ହେବାକୁ ଏବେ ଧୋନିଙ୍କ ପାଖରେ ଯଥେଷ୍ଟ ସମୟ ରହିଛି। ଆମର ଆଶା ସେ ଆସନ୍ତା ବର୍ଷ ମଧ୍ୟ ମୈଦାନକୁ ଓହ୍ଲାଇବେ ବୋଲି ଏହି ସୂତ୍ରରେ ସ୍ପଷ୍ଟ କରାଯାଇଛି।

ଆଣ୍ଠୁ ଜନିତ ସମସ୍ୟା ସତ୍ତ୍ୱେ ଧୋନି ଆପିଇଏଲର ୧୬ତମ ସଂସ୍କରଣ ଖେଳିଥିଲେ। ଏବେ ସେ ନିଜର ଆହତ ସମ୍ପର୍କରେ ମୁମ୍ବାଇ ସ୍ଥିତ ସ୍ପୋର୍ଟସ ଅର୍ଥଫେଡିକ୍ସଙ୍କ ସହ ଆଲୋଚନା କରୁଛନ୍ତି। ଏହାପରେ ନିଜର ଅବସର ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି CSK ସିଓଇ କାଶୀ ବିଶ୍ୱନାଥନ ବୁଧବାର କହିଥିଲେ।

ଆଣ୍ଠୁ ସମସ୍ୟା ସତ୍ତ୍ୱେ ଆପିଇଏଲର ୨୦୨୩ ସଂସ୍କରଣରେ ଧୋନି ଗୋଟିଏ ହେଲେ ମ୍ୟାଚ୍‌ ମିସ କରି ନଥିଲେ। ଏଥିସହ ବେଶ ଭଲ ଭାବେ କିପିଂ ମଧ୍ୟ କରିଥିଲେ। ତେବେ ସେ ୮ନଂରେ ବେଳେବେଳେ ବ୍ୟାଟିଂ କରିବାକୁ ଆସିବ ସହ ଦୌଡ଼ିବା ବେଳେ ସାମାନ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଥିଲା। ତଥାପି ସେ ପୂରା ସିଜିନ ଖେଳିବା ସହ ଦଳକୁ ଚାମ୍ପିୟନ କରିଥିଲେ।

Related story