Advertisment

ଆଇପିଏଲ୍ କ୍ୱାଲିଫାୟର୍-୧: ଟସ୍ ଜିତିଲେ ଧୋନି

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ପ୍ରଥମ କ୍ୱାଲିଫାୟର ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚର ବିଜେତା ଟିମ୍ ସିଧା ଫାଇନାଲରେ ପ୍ରବେଶ କରିବ। ଆଜି ମ୍ୟାଚରେ ଚେନ୍ନାଇ ତା’ର ଚୂଡ଼ାନ୍ତ […]

ଅଦ୍ୟତନ ହୋଇଛି
ଆଇପିଏଲ୍ କ୍ୱାଲିଫାୟର୍-୧: ଟସ୍ ଜିତିଲେ ଧୋନି

ipl-qualifier

Advertisment

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ପ୍ରଥମ କ୍ୱାଲିଫାୟର ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚର ବିଜେତା ଟିମ୍ ସିଧା ଫାଇନାଲରେ ପ୍ରବେଶ କରିବ।

Advertisment

ଆଜି ମ୍ୟାଚରେ ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଅର୍ଥାତ୍ ସୁରେଶ ରାଇନାଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିଛି। ତାଙ୍କ ସ୍ଥାନରେ ରବିନ୍ ଉଥପ୍ପାଙ୍କୁ ପୁଣିଥରେ ଭରସା ଦେଖାଇଛନ୍ତି ଧୋନି। ଅନ୍ୟପକ୍ଷରେ ଦିଲ୍ଲୀ ତା’ର ସ୍କ୍ୱାଡରେ ମାତ୍ର ଗୋଟିଏ ପରିବର୍ତ୍ତନ କରିଛି। ରିପଲ୍ ପଟେଲ ଟିମରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଟମ୍ କୁରାନଙ୍କୁ ସାମିଲ୍ କରାଯାଇଛି।

ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦିଲ୍ଲୀ ଓ ଚେନ୍ନାଇକୁ ଟାଇଟଲ୍ ଫେଭରିଟ କୁହାଯାଉଛି। ଦିଲ୍ଲୀ ୧୪ ମ୍ୟାଚରୁ ୧୦ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଚେନ୍ନାଇ ୧୪ ମ୍ୟାଚରୁ ୯ ବିଜୟ ସହ ଦ୍ୱିତୀୟରେ ରହି ପ୍ଲେଅଫକୁ କ୍ୱାଲିଫାଏ କରିଥିଲା। ତେବେ ଉଭୟ ଦଳ ସେମାନଙ୍କର ଶେଷ ମୁକାବିଲାରେ ପରାସ୍ତ ହୋଇଥିଲେ। ଦିଲ୍ଲୀ ତା’ର ଶେଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଥିବା ବେଳେ ଚେନ୍ନାଇ ପଞ୍ଜାବ କିଙ୍ଗସ୍ ଠାରୁ ହାରିଥିଲା।

Advertisment

https://twitter.com/IPL/status/1447195365296545799?s=20

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧୱନ୍, ଋଷଭ ପନ୍ତ (କ୍ୟାପଟେନ୍ ଓ ୱିକେଟ୍ କିପର), ଶ୍ରେୟସ ଆୟର୍, ଶିମରନ୍ ହେଟମେୟର, ଅକ୍ଷର ପଟେଲ୍, ଆର୍ ଅଶ୍ୱିନ୍, ଟମ୍ କୁରାନ୍, କାଗିସୋ ରବାଡା, ଆନରିଚ୍ ନୋର୍ଜେ, ଆଭେଶ ଖାନ୍।

ଚେନ୍ନାଇ ସୁପର୍ କିଙ୍ଗସ୍: ଋତୁରାଜ ଗାଏକ୍ୱାଡ୍, ଫାଫ୍ ଡୁପ୍ଲେସିସ୍, ମୋଇନ୍ ଅଲୀ, ଅମ୍ବାତି ରାୟୁଡୁ, ରବିନ୍ ଉଥାପ୍ପା, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍ ଓ ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଡ୍ୱେନ୍ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍, ଜୋଶ୍ ହେଜଲଉଡ୍।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe