Advertisment

ମାତ୍ର ୮.୨ ଓଭରରେ ଜିତିଲା ମୁମ୍ବାଇ, ଧୂଳି ଚାଟିଲା ରାଜସ୍ଥାନ

ଶାରଜା: ଦମଦାର ବୋଲିଂ ପରେ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ତା’ର ନେଟ୍ ରନରେଟକୁ ଉନ୍ନତ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୮.୨ ଓଭରରେ ୨ ୱିକେଟ୍ ହରାଇ ୯୪ ରନ୍ କରି ବିଜୟୀ ହୋଇଛି। ୯୧ ରନର ଛୋଟିଆ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମାତ୍ର ୮.୨ ଓଭରରେ ଜିତିଲା ମୁମ୍ବାଇ, ଧୂଳି ଚାଟିଲା ରାଜସ୍ଥାନ

ishan-kishan

ଶାରଜା: ଦମଦାର ବୋଲିଂ ପରେ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ତା’ର ନେଟ୍ ରନରେଟକୁ ଉନ୍ନତ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୮.୨ ଓଭରରେ ୨ ୱିକେଟ୍ ହରାଇ ୯୪ ରନ୍ କରି ବିଜୟୀ ହୋଇଛି।

Advertisment

୯୧ ରନର ଛୋଟିଆ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ସକାରାତ୍ମକ ଚିନ୍ତାଧାରା ନେଇ ଓହ୍ଲାଇଥିଲା। କ୍ୟାପଟେନ୍ ରୋହିତ୍ ଶର୍ମା ପ୍ରଥମ ଓଭରରେ ୧୪ ରନ୍ ସଂଗ୍ରହ କରି ଇରାଦା ସ୍ପଷ୍ଟ କରିଦେଇଥିଲେ। କିନ୍ତୁ ରୋହିତ୍ ଦ୍ରୁତ ରନ୍ କରିବା ପ୍ରୟାସରେ ନିଜ ୱିକେଟ ହରାଇ ବସିଥିଲେ। ସେ ୧୩ ବଲରେ ୧ ଚୌକା ଓ ୨ ଛକା ସହ ଚେତନ ସାକାରିୟାଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ (୧୩) ମଧ୍ୟ ଦ୍ରୁତ ରନ୍ କରିବା ଚକ୍କରରେ ନିଜ ୱିକେଟ ହରାଇ ବସିଥିଲେ। ତେବେ ଈଶାନ୍ କିଶନ ଓ ହାର୍ଦ୍ଦିକ ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ଜିତାଇଥିଲେ। ଈଶାନ୍ ମାତ୍ର ୨୫ ବଲରେ ୫ ଚୌକା ଓ ୩ ଛକା ୫୦ ଓ ହାର୍ଦ୍ଦିକ ୫ ରନ୍ କରି ଅପରାଜିତ ଥିଲେ।

ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଇନଫର୍ମ ଓପ୍ନର ଏଭିନ୍ ଲୁଇସ୍ ଓ ଯଶସ୍ୱୀ ଜୈସୱାଲ୍। ଦୁହେଁ ପ୍ରଥମେ ୱିକେଟ ପାଇଁ ୨୭ ରନ୍ ଯୋଡ଼ିଥିବା ବେଳେ ଯଶସ୍ୱୀ (୧୨)ଙ୍କୁ ନେଥନ କୁଲ୍ଟର-ନାଇଲ୍ ପ୍ୟାଭିଲିୟନ୍ ପଠାଇଥିଲେ। ଅନ୍ୟତମ ଓପ୍ନର ଲୁଇସ୍ ୨୪ (୧୯ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ତାଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରିଥିଲେ।

Advertisment

ଦୁଇ ଓପ୍ନରଙ୍କ ପ୍ୟାଭିଲିୟନ୍ ଫେରିବା ପରେ ରାଜସ୍ଥାନର ବ୍ୟାଟିଂ କୋଲାପ୍ସ ଆରମ୍ଭ ହୋଇଯାଇଥିଲା। କ୍ୟାପଟେନ୍ ସଞ୍ଜୁ ସାମସନ୍ (୩), ଶିବମ୍ ଦୁବେ (୩) ଓ ଗ୍ଲେନ୍ ଫିଲିପ୍ସ (୪)ଙ୍କ ଭଳି ଇନଫର୍ମ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ଡେଭିଡ୍ ମିଲର୍ (୧୫) ଓ ରାହୁଲ୍ ତେୱାତିଆ (୧୨) ଧିମା ବ୍ୟାଟିଂ କରିଥିଲେ, ଯାହା ଦଳର ରନ୍ ଗତିରେ ପ୍ରଭାବ ପକାଇଥିଲା। ଶ୍ରେଷ କ୍ରମରେ ଶ୍ରେୟସ ଗୋପାଳ (୦) ଓ ଚେତନ ସାକାରିଆ (୬) କିଛି ଖାସ୍ କରିପାରି ନଥିଲେ।

ମୁମ୍ବାଇ ପକ୍ଷରୁ କୁଲ୍ଟର-ନାଇଲ୍ ୧୪ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ସେହିପରି ଜେମ୍ସ ନିଶାମ୍ ୧୨ ରନ୍ ଦେଇ ୩ଟି ଓ ବୁମ୍ରା ୧୪ ରନ୍ ଦେଇ ୩ଟି ସଫଳତା ହାସଲ କରିଥିଲେ।