Advertisment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କଟକଣା; IPL ୨୦୨୫ର ପ୍ରଥମ ମ୍ୟାଚ୍ ଖେଳି ପାରିବେନି

ଲକ୍ଷ୍ନୌ ସୁପର ଜାଏଣ୍ଟସଠୁ ପରାଜିତ ହୋଇ ଚଳିତ ଆଇପିଏଲ ସିଜିନରେ ଯାତ୍ରା ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ।

author-image
Debibandita Barick
Hardik Pandya

Hardik Pandya

ଲକ୍ଷ୍ନୌ ସୁପର ଜାଏଣ୍ଟସଠୁ ପରାଜିତ ହୋଇ ଚଳିତ ଆଇପିଏଲ ସିଜିନରେ ଯାତ୍ରା ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏହି ଯାତ୍ରା ଶେଷ ସହ ମୁମ୍ବାଇ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଆସନ୍ତା ବର୍ଷ ମ୍ୟାଚ୍ ପର୍ଯ୍ୟନ୍ତ ଲାଗିଛି କଟକଣା। ସ୍ଲୋ ଓଭର ରେଟ୍ ପାଇଁ ହାର୍ଦ୍ଦିକ ୩୦ ଲକ୍ଷ ଟଙ୍କା ଜରିମାନା ଦେବା ସହ ୨୦୨୫ IPL ସିଜିନର ପ୍ରଥମ ମ୍ୟାଚରେ ବ୍ୟାନ୍ ହୋଇଛନ୍ତି।

Advertisment

୧୭ ମଇ ଶୁକ୍ରବାର ଲକ୍ଷ୍ନୌ ବିପକ୍ଷ ମୁକାବିଲାରେ ମୁମ୍ବାଇକୁ ସ୍ଲୋ ଓଭର ରେଟ୍ ବଜାୟ ରଖିଥିବାରୁ ଦଣ୍ଡିତ ହେବାକୁ ପଡ଼ିଛି। ଏଥିପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ଲକ୍ଷ ଟଙ୍କା ଜରିମାନା ଦେବା ସହ ପରବର୍ତ୍ତୀ ମ୍ୟାଚ୍ ପାଇଁ ବ୍ୟାନ୍ ହୋଇଛନ୍ତି। ସେହିପରି ଅନ୍ୟ ଖେଳାଳିମାନଙ୍କ ଉପରେ ୧୨ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫିର ୫୦ ପ୍ରତିଶତ ଦେବାକୁ ପଡ଼ିଛି।

ଲକ୍ଷ୍ନୌଠୁ ହାରିବା ପରେ ମୁମ୍ବାଇର ଯାତ୍ରା ଶେଷ ହେଉଥିବାରୁ ହାର୍ଦ୍ଦିକଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ଆସନ୍ତା ସିଜିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଯଦି ସେ ଆସନ୍ତା ବର୍ଷ ଆଇପିଏଲ ଖେଳନ୍ତି ତେବେ ପ୍ରଥମ ମ୍ୟାଚରେ ବ୍ୟାନ୍ ହେବେ। ପରବର୍ତ୍ତୀ ସିଜିନରେ ସେ ଯେଉଁ ଦଳରୁ ବି ଖେଳନ୍ତୁନା କାହିଁକି ନିୟମ ଅନୁସାରେ ଏହି କଟକଣା ଲାଗୁ ହେବ।  

Advertisment
Hardik Pandya Mumbai Indians Hardik Pandya Banned IPL 2025