/odisha-reporter/media/post_attachments/uploadimage/library/16_9/16_9_0/WPL_1708597594.jpg)
WPL
ମହିଳା ପ୍ରିମିୟର ଲିଗ(WPL)ର ୨୦୨୪ ସଂସ୍କରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବ। WPLର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସଅପ ଦିଲ୍ଲୀ କ୍ୟାପିଟାଲ୍ସ ଲଢ଼େଇ କରିବେ। ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ବହୁପ୍ରତିକ୍ଷୀତ ମ୍ୟାଚ୍ ଆରମ୍ଭ ହେବ।
ପ୍ରଥମ ସଂସ୍କରଣରେ ବିଦେଶୀ ଖେଳାଳିଙ୍କ ଜଲୱା ଦେଖାଇଥିଲେ। ଏଥର ଭାରତୀୟ ଯୁବ ଖେଳାଳି ଆଗକୁ ଆସିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ପାଖରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳି ରହିଛନ୍ତି।
ମୁମ୍ବାଇ ପାଖରେ ଥିବା ପ୍ରିୟଙ୍କା ବାଲା, ସାଇକା ଇସକା ଓ ୟାସ୍ତିକା ଭାଟିଆଙ୍କ ଭଳି ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ଦିଲ୍ଲୀ ପାଖରେ ଶେଫାଳି ବର୍ମା, ଜେମିମା ରୋଡ୍ରିଗସ ଓ ତିତାସ ସାଦ୍ଧୁଙ୍କ ଭଳି ଭାରତୀୟ ମହିଳା ଟିମର ଷ୍ଟାର କ୍ରିକେଟରମାନେ ରହିଛନ୍ତି।
ହରମନପ୍ରୀତ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୩ ଫାଇନାଲରେ ଦିଲ୍ଲୀକୁ ବେଶ ଚମତ୍କାର ଢଙ୍ଗରେ ହରାଇ ଚାମ୍ପିୟନ ହୋଇଥିଲା। ଏଥର ଦିଲ୍ଲୀ ପାଖରେ ଏହାର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି। ଦିଲ୍ଲୀର ଅଧିନାୟକ ମେଗ ଲାନିଙ୍ଗ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି।
5️⃣ Captains. 1️⃣ Goal 🏆
The stage is set for #TATAWPL 2024 🏟️ pic.twitter.com/XkhMWXMXmd
— Women's Premier League (WPL) (@wplt20) February 21, 2024
କିନ୍ତୁ ସେ WPL ଖେଳିବାକୁ ବେଶ ଉତ୍ସାହିତ। ଦଳକୁ ଚାମ୍ପିୟନ କରିବାର ଲକ୍ଷ୍ୟ ତାଙ୍କର ଗତଥର ଅଧା ରହି ଯାଇଥିଲା। ଏଥର ସେ ଏହାକୁ ପୂରଣ କରିବା ମୁଡରେ ଅଛନ୍ତି। ଲାନିଙ୍ଗଙ୍କ ବ୍ୟତୀତ ଅଭିଜ୍ଞ ମାରିଜାନେ କାପ୍ପ, ଆନାବେଲ ସଦରଲ୍ୟାଣ୍ଡ ଓ ଆଲିସ କାପସିଙ୍କ ଭଳି ଖେଳାଳି ଦିଲ୍ଲୀ ପାଖରେ ରହିଛନ୍ତି।
ନାଟ ସ୍କିଭରବ୍ରଣ୍ଟ, ପୂଜା ବସ୍ତ୍ରକର, ଆମେଲିଆ କେର ଓ ହାୟଲେ ମ୍ୟାଥୁସଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବେଶ ଶକ୍ତିଶାଳୀ। ତେଣୁ ଆସନ୍ତାକାଲି ପ୍ରଥମ ମ୍ୟାଚ୍ ବେଶ ରୋମାଞ୍ଚକର ରହିବ ବୋଲି ଆଶା କରାଯାଉଛି।
ମେଗ ଲାନିଙ୍ଗ ଗତଥର WPLରେ ସର୍ବାଧିକ ରନ କରିବା ସହ କମାଳ ଟୋପି ଜିତିଥିଲେ। ସେହିପରି ମୁମ୍ବାଇର ମାଥ୍ୟୁସ ୧୬ ୱିକେଟ ସହ ବାଇଗଣି ଟୋପି ଦଖଲ କରିଥିଲେ। ତେଣୁ ଏହି ଦୁଇ ଜଣଙ୍କ ଉପରେ ମଧ୍ୟ ଏଥର ନଜର ରହିବ।
ମୁମ୍ବାଇ ଇଣ୍ଡିଆନ୍ସ: ହରମନପ୍ରୀତ କୌର(ଅଧିନାୟକ), ଅମନଜୋତ କୌର, ଆମେଲିଆ କେର, ସି ଟ୍ରାୟୋନ, ମାଥ୍ୟୁସ, ହୁମାରିଆ କାଜି, ଇସୀ ୱଙ୍ଗ, ଜିନ୍ତିମଣି କଲିତା, ନାଟ ସ୍କିଭର ବ୍ରଣ୍ଟ, ପୂଜା ବସ୍ତ୍ରକର, ପ୍ରିୟଙ୍କା ବାଲା, ସାଇକା ଇସକା, ୟାସ୍ତିକା ଭାଟିଆ, ଶବନିମ ଇସ୍ମାଲ, ଏସ୍ ସଜନା, ଅମନଦୀପ କୌର, ଫାତିମା ଜାଫର, କୀର୍ଥାନା ବାଲକ୍ରିଷ୍ଣନ।
ଦିଲ୍ଲୀ କ୍ୟାପିଟାଲନ୍ସ: ମେଗ ଲାନିଙ୍ଗ(ଅଧିନାୟକ), ଜେମିମା ରୋଡ୍ରିଗ୍ସ, ଲାଉରା ହାରିସ, ଶେଫାଲି ବର୍ମା, ଆଲିସ କାପସି, ଆନ୍ନାବେଲ ସଦରଲ୍ୟାଣ୍ଡ, ଅରୁନ୍ଧତି ରେଡ୍ଡୀ, ଅଶ୍ୱିନୀ କୁମାରୀ, ଜେଦସ ଜୋନାସେନ, ମାରିଜାନେ କାପ୍ପ, ସ୍ନେହା ଦୀପ୍ତି, ମିନୁ ମଣି, ରାଧା ଯାଦବ, ଶିକ୍ଷା ପାଣ୍ଡେ, ଅପର୍ଣ୍ଣା ମଣ୍ଡଳ, ତାନିୟା ଭାଟିଆ, ପୂନମ ଯାଦବ ଓ ତିତାସ ସାଦ୍ଧୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
